ETV Bharat / state

ଅପମିଶ୍ରଣକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ - strong action against contaminated factory demand

କଟକ ସହରରେ ଗତ କିଛି ଦିନ ହେବ ଅପମିଶ୍ରଣ କାରଖାନାଗୁଡିକ ଠାବ ହେଉଛି । ତେବେ ଏହି ଅପମିଶ୍ରଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ନଗର କଂଗ୍ରେସ ବିକ୍ଷୋଭ କରିଛି । ଅଧିକ ପଢନ୍ତୁ...

Cuttack congress protest for taking strong action against contaminated factory in cuttack
ଅପମିଶ୍ରଣକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ କଂଗ୍ରେସର ବିକ୍ଷୋଭ
author img

By

Published : Dec 4, 2020, 8:08 PM IST

କଟକ: ସହରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ନକଲି ଖାଦ୍ୟ ପ୍ରସ୍ତୁତକାରୀ କାରଖାନା । ଗତ କିଛି ମାସ ମଧ୍ୟରେ କମିଶନରେଟ ପୋଲିସର ଘନ ଘନ ଚଢ଼ାଉ ପରେ ଏହି କମ୍ପାନୀଗୁଡିକର ପର୍ଦ୍ଦାଫାସ ହୋଇପାରିଛି । ଶୁକ୍ରବାର କଟକ କଂଗ୍ରେସ ପକ୍ଷରୁ ଏହି ଅପମିଶ୍ରଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଅପମିଶ୍ରଣକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ କଂଗ୍ରେସର ବିକ୍ଷୋଭ

କଟକ ଅପମିଶ୍ରିତ କାରଖାନାର ଉତ୍ପତ୍ତିସ୍ଥଳ ଭାବେ ବର୍ତ୍ତମାନ ପରିଗଣିତ ହେବାରେ ଲାଗିଛି । କାରଣ ଗତ କିଛି ମାସ ଧରି ସହରର ବିଭିନ୍ନ ଅଞ୍ଚଳରୁ ନକଲି ତେଲ, ହଳଦୀ, ଲଙ୍କାଗୁଣ୍ଡ ଆଦି କାରଖାନା ପୋଲିସ ଠାବ କରିଛି । ତେବେ ଏତେ ମାତ୍ରାରେ ନକଲି କାରଖାନା ସହରରେ ଗଢି ଉଠିଥିବା ଯୋଗୁଁ କଟକ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଛି । ନଗର କଂଗ୍ରେସ ଅଭିଯୋଗ କରିଛି କି ହଜାର ବର୍ଷର ଐତିହାସିକ ସହର କଟକରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ଓ ତେଲ ମସଲାର ଭେଜାଲ କରାଯାଇ ବିକ୍ରି କରାଯାଉଛି ।

ତେବେ ସେହି ଅପମିଶ୍ରିତ ପଦାର୍ଥକୁ ଖାଇ ଲୋକମାନେ ମୃତ୍ୟୁମୂଖରେ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି । ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ରୀତିମତ ଭାବରେ ତାହାର ଯାଞ୍ଚ କରାଯାଉନାହିଁ । ବର୍ଷବର୍ଷ ଧରି ଏହି କମ୍ପାନୀ ଗୁଡିକ ଚାଲୁଥିଲେ ସୁଦ୍ଧା ପ୍ରଶାସନ ସେମାନଙ୍କ ଉପରେ ଅଙ୍କୁଶ ଲଗାଇ ପାରିନାହିଁ । ବର୍ତ୍ତମାନ ସମୟରେ ସରକାର ବିଭିନ୍ନ ସ୍କ୍ବାର୍ଡ ଗଠନ କରି ଏହି କମ୍ପାନୀଗୁଡିକ ଉପରେ ସରକାରୀ ଗାଇଡ଼ଲାଇନ ଆଧାରରେ ଚଢ଼ାଉ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ସଂଗଠନ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଗଠନ ଏକ ସ୍ମାରକପତ୍ର ପ୍ରଦାନ କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.