ETV Bharat / state

ବେଲଗାମ ପନିପରିବା ଦର, ରାଜ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ବେଲଗାମ ପରିବା ଦରକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛି କଟକ ନଗର କଂଗ୍ରେସ । ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରାଙ୍କ ନେତୃତ୍ୱରେ ଆଜି କଂଗ୍ରେସକର୍ମୀମାନେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Nov 4, 2020, 10:16 PM IST

ବେଲଗାମ ପନିପରିବା ଦର, ରାଜ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ
ବେଲଗାମ ପନିପରିବା ଦର, ରାଜ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

କଟକ: ହୁ ହୁ ହୋଇ ବଢୁଛି ପରିବା ଦର । ଏପରିକି ଆଳୁ ପିଆଜ ଦର ବି ଆକାଶ ଛୁଆଁ । ବେଲଗାମ ପରିବା ଦରକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛି କଟକ ନଗର କଂଗ୍ରେସ । ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରାଙ୍କ ନେତୃତ୍ୱରେ ଆଜି କଂଗ୍ରେସକର୍ମୀମାନେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବେକରେ ପରିବା ମାଳ ପକାଇ ଏକ ନିଆରା ଢଙ୍ଗରେ ଆନ୍ଦୋଳନ କରିଛି କଂଗ୍ରେସ ।

କଟକ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରୁ କଂଗ୍ରେସ କର୍ମୀମାନେ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ । ଦରଦାମ ବୃଦ୍ଧିକୁ ବିରୋଧ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ନାରବାଜି ଦେଇଥିଲେ ଆନ୍ଦୋଳନକାରୀ କଂଗ୍ରେସକର୍ମୀ । ତୁରନ୍ତ ଦରଦାମ ନିୟନ୍ତ୍ରଣ କରାନଗଲେ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଆଜି ଚେତାବନୀ ଦେଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.