ETV Bharat / state

‘ଦେଶ ପାଇଁ ରାଜୀବ ଗାନ୍ଧୀଙ୍କ ଅବଦାନ ଅତୁଳନୀୟ’

ସାରା ଦେଶ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ 75ତମ ଜୟନ୍ତୀ ପାଳୁଥିବା ବେଳେ କଟକ କଂଗ୍ରେସ ମଧ୍ୟ ଭାରତ ରତ୍ନଙ୍କ ଜୟନ୍ତୀ ପାଳନ କରିଛି । ରାଜୀବ ଗାନ୍ଧୀ ଦେଶ ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟ କରିଥିବା କହିଛନ୍ତି ବାରବାଟି ବିଧାୟକ ମହମ୍ମଦ ମୋକିମ ।

author img

By

Published : Aug 20, 2019, 7:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଭାରତରେ ଯଦି କେହି ଡିଜିଟାଲ ଯୁଗର ପ୍ରାରମ୍ଭ କରିଥାଏ ସେ ହେଉଛନ୍ତି ସ୍ବର୍ଗତ ରାଜୀବ ଗାନ୍ଧୀ । ଯାହାକୁ ଆଜି ସାରା ଦେଶ ଆପଣାଇଛି। କେଵଳ ସେତିକି ନୁହେଁ ଦେଶ ପାଇଁ ସେ ଅନେକ ବିକାଶ ମୂଳକ କାର୍ଯ୍ୟ କରି ଯାଇଛନ୍ତି ଯାହକୁ ଆଜି ବି ଦେଶ ମନେ ପକାଉଛି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ 75ତମ ଜୟନ୍ତୀ ପାଳନ ଅବସରରେ ବାରବାଟିରୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଏପରି ମତ ରଖିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସାରା ଭାରତରେ ମଙ୍ଗଳବାର ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳନ ହେଉଥିବା ବେଳେ କଟକ ଜିଲ୍ଲା ନଗର କଂଗ୍ରେସ ମଧ୍ୟ ପାଳନ କରିଛି ପୂର୍ବତନ ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ଦେଶ ପ୍ରତି ରାଜୀବ ଗାନ୍ଧୀଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ କଂଗ୍ରେସ ନେତା ।

ଏହି ଅବସରରେ ଆଗାମୀ ଦିନରେ କିପରି ଭାବେ କଂଗ୍ରେସର ଅଭ୍ୟୁଦୟ ହେବ, କଂଗ୍ରେସ କିପରି ଲୋକଙ୍କ ଆସ୍ଥା ଭାଜନ ହୋଇପାରିବ, ସେ ଦିଗରେ କଂଗ୍ରେସକୁ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବାରଵାଟି ବିଧାୟକ ମହମ୍ମଦ ମୋକିମ । ବର୍ତ୍ତମାନର ସରକାର କେବଳ ବାଃ ବାଃ ପାଇବା ପାଇଁ କର୍ମ କରୁଛି କିନ୍ତୁ ରାଜୀବ ଗାନ୍ଧୀଙ୍କ ଦେଶ ପ୍ରତି ଯେଉଁ ଅତୁଳନୀୟ ଅବଦାନ ରହିଛି ତାହା ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି ବୋଲି କହିଛନ୍ତି ମୋକିମ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଭାରତ ରେ ଯଦି କିଏ ଡିଜିଟାଲ ଯୁଗ ର ପ୍ରାରମ୍ଭ କରିଥାଏ ସେ ହେଉଛନ୍ତି ସ୍ୱର୍ଗତ ରାଜୀବ ଗାନ୍ଧୀ । ଯାହାକୁ ଆଜି ସାରା ଦେଶ ଆପଣାଇଛି । କେଵଳ ଡିଜିଟାଲ କହିଲେ ଅତ୍ୟୁକ୍ତି ହେବା ସ୍ଵାଭାବିକ । କାରଣ ତାଙ୍କ ସମୟ ରେ ସେ ଦେଶ ପାଇଁ କରି ଯାଇଛନ୍ତି ଅନେକ ବିକାଶ ମୂଳକ କାମ ଯାହ କୁ ଆଜି ବି ଦେଶ ମନେ ପକାଉଛି । ତେବେ ଆଜି ଏହି ମହାନ ଆତ୍ମା ର 75ତମ ଜନ୍ମ ଜୟନ୍ତୀ କୁ ପାଳିଛି ନଗର କଂଗ୍ରେସ ।

ଆଜି ସାରା ଦେଶ ପାଳୁଛି ରାଜୀବ ଗାନ୍ଧୀ ଙ୍କ 75ତମ ଜନ୍ମ ଜୟନ୍ତୀ । ଦେଶ ପାଇଁ ଛାଡି ଯାଇଥିବା କୀର୍ତ୍ତିମାନ କୁ ଆଜି ବି ଝୁରୁଛି ଦେଶ । ତେବେ ଏହି ପରିପ୍ରେକ୍ଷୀ ରେ କଟକ ରେ ମଧ୍ୟ ପାଳିତ ହୋଇଛି ଏହି ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ।

Body:ଏହି ଦିନରେ କିପରି ଆଗାମୀ ଦିନରେ କଂଗ୍ରେସ ଅଭ୍ୟୁଦୟ ହେବ । ଲୋକଙ୍କ ଆସ୍ଥା ଭାଜନ କରିପାରିବ । ସେ ଦିଗରେ କଂଗ୍ରେସ କୁ ବେଶ ଯତ୍ନବାନ ହେବ ବୋଲି କହିଛନ୍ତି ବାରଵାଟି ବିଧାୟକ ମହମ୍ମଦ ମୋକିମ ।ତେବେ ଆଜିର ସରକାର କେବଳ ବାଃ ବାଃ ପାଇବା ପାଇଁ କର୍ମ କରୁଛି କିନ୍ତୁ ରାଜୀବ ଗାନ୍ଧୀ ଙ୍କ ଦେଶ ପ୍ରତି ଯେଉଁ ଅତୁଳନୀୟ ଅବଦାନ ରହିଛି ତାହା ଇତିହାସ ପୃଷ୍ଠାରେ ଲିପିବଦ୍ଧ ବୋଲି କହିଛନ୍ତି ସେ ।

ବାଇଟ: ମହମ୍ମଦ ମୋକିମ ( ବାରବାଟୀ ବିଧାୟକ )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.