ETV Bharat / state

କାଳୀପୂଜା ଭସାଣ ଶୋଭାଯାତ୍ରାରେ ବାଣ ଫୁଟାଇବା ମନା; ବାଜିବନି ଡିଜେ

author img

By ETV Bharat Odisha Team

Published : Nov 7, 2023, 9:30 AM IST

କଟକ କମିଶନରେଟ ପୋଲିସ କାଳୀପୂଜା ପ୍ରସ୍ତୁତି ବୈଠକ । ଭସାଣ ଶୋଭାଯାତ୍ରାରେ ବାଣ ଫୁଟାଇବାକୁ ମନା । ଅଧିକ ପଢନ୍ତୁ

କମିସନରେଟ ପୋଲିସର କାଳୀପୂଜା ପ୍ରସ୍ତୁତି ବୈଠକ
କମିସନରେଟ ପୋଲିସର କାଳୀପୂଜା ପ୍ରସ୍ତୁତି ବୈଠକ
କାଳୀପୂଜା ଭସାଣ ଶୋଭାଯାତ୍ରାରେ ବାଣ ଫୁଟାଇବା ମନା

କଟକ: ଆସନ୍ତା ୧୨ ତାରିଖରେ କାଳୀପୂଜା । ୧୫ ତାରିଖରେ ଭସାଣ ଶୋଭାଯାତ୍ରାର ଆୟୋଜନ କରାଯିବ । ଏନେଇ କଟକ କମିଶନରେଟ ପୋଲିସ ପକ୍ଷରୁ କଟକ ଶାନ୍ତି କମିଟି, ପୂଜା କମିଟିମାନଙ୍କ ସହ ଏକ ବୈଠକ କରାଯାଇଛି । ବିଶେଷକରି ଗତ ଦଶହରା ସମୟରେ ଯେଉଁ ଯେଉଁ ସମସ୍ୟା ସୃଷ୍ଟି ହୋଇଥିଲା ତାହାର ଯେପରି ପୁନରାବୃତ୍ତି ନହୁଏ, ସେନେଇ ପଦକ୍ଷେପ ଗ୍ରହଣ କରିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । କହିବାକୁ ଗଲେ ଶାନ୍ତି, ଶୃଙ୍ଖଳା ସହ ଏହି କାଳୀପୂଜା ପାଳନ କରିବା ପାଇଁ ସହରର ପୂଜା କମିଟି ସଦସ୍ୟଙ୍କ ସହ ଆଲୋଚନା କରାଯାଇଛି ।

ଏହାମଧ୍ୟ ପଢନ୍ତୁ: କଟକ ଭସାଣ ଉତ୍ସବ ହୋଇଥିଲା କି ଡିଜେ ମୁକ୍ତ ଶୋଭାଯାତ୍ରା ?

ସବୁଠାରୁ ବଡ଼ କଥା ହେଉଛି, ଏଥର ବିନା କୌଣସି ଆତସବାଜିରେ ହେବ ଭସାଣ ଶୋଭାଯାତ୍ରା । ଏହି ଶୋଭାଯାତ୍ରାରେ ଡିଜେ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଥିବା ବେଳେ ବକ୍ସ ଗୁଡିକର ସାଉଣ୍ଡକୁ ସୀମିତ ରଖିବା ପାଇଁ କଟକ ଡିସିପି ବୈଠକରେ ସମସ୍ତଙ୍କୁ ଅପିଲ କରିଛନ୍ତି । ଶୋଭାଯାତ୍ରାରେ ସାଉଣ୍ଡ ବକ୍ସ କେତେ ସମୟ ପର୍ଯ୍ୟନ୍ତ ବାଜିବ ଏବଂ କେତେବେଳେ ମେଢ଼ ଗୁଡିକୁ ବିସର୍ଜନ କରାଯିବ ସେନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସାଉଣ୍ଡ ବକ୍ସ ବଜାଇବା ପାଇଁ ନିର୍ଦ୍ଧାରିତ ସମୟ ରଖାଯାଇଛି । ଏହା ପରେ ପାରମ୍ପରିକ ବାଦ୍ୟ, ଘଣ୍ଟ ବଜାଇବା ପାଇଁ ଗାଇଡ ଲାଇନ ଅନୁଯାୟୀ ଭସାଣ ଶୋଭାଯାତ୍ରା କରିବା ପାଇଁ ନିଷ୍ପତ୍ତି ନେଇଛି କମିଶନରେଟ ପୋଲିସ । ସମସ୍ତଙ୍କ ସହଯୋଗରେ ସବୁ ନିୟମ ବ୍ୟବସ୍ଥା ମଧ୍ୟରେ ସୁରୁଖୁରୁରେ କାଳୀପୂଜା ଅନୁଷ୍ଠିତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହାମଧ୍ୟ ପଢନ୍ତୁ : କାଳୀପୂଜା ପାଇଁ ବସିଲା ପ୍ରସ୍ତୁତି ବୈଠକ, ସୁରୁଖୁରୁରେ ମା'ଙ୍କ ପୂଜା ଶେଷ କରିବାକୁ ନିଷ୍ପତ୍ତି

ପ୍ରକାଶ ଥାଉକି, ଚଳିତ ବର୍ଷ କଟକରେ ଦୁର୍ଗାପୂଜା ଭସାଣ ଶୋଭାଯାତ୍ରାରେ ମଧ୍ୟ ଡିଜେ ବ୍ୟବହାର ବ୍ୟାନ୍‌ କରାଯାଇଥିଲା । ପୋଲିସ ସମସ୍ତ ମେଢର ସାଉଣ୍ଡ୍‌ ବ୍ୟବସ୍ଥାକୁ ଟିକିନିକ ଯାଞ୍ଚ କରିଥିଲା । ସମସ୍ତଙ୍କୁ କଡା ଚେତାବନୀ ଦିଆଯାଇଥିଲା । ଯେଉଁ କାରଣରୁ କୌଣସି ମଣ୍ଡପ ଡିଜେ ବ୍ୟବହାର କରି ନଥିଲେ । କିନ୍ତୁ ଶବ୍ଦ ଟିକିଏ ଅଧିକ ଥିଲା । ଯାହିକି ଡିଜେର ଭ୍ରମ ସୃଷ୍ଟି କରିଥିଲା । ତେବେ ଏନେଇ ଆଗାମୀ ଦିନରେ ଅଧିକ କଟକଣା ଜାରି କରାଯିବ ବୋଲି ସେତେବେଳେ କଟକ ଡିସିପି ପିନାକ ମିଶ୍ର କହିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.