ETV Bharat / state

ପଞ୍ଚାୟତ ନିର୍ବାଚନ ରହିବ ମୁକ୍ତ ଓ ଅବାଧ: କଟକ ଜିଲ୍ଲାପାଳ - ଓଡିଶା ପଞ୍ଚାୟତ ନିର୍ବାଚନ ଖବର

ପଞ୍ଚାୟତନ ନିର୍ବାଚନକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ବୈଠକ । ଆଗାମୀ ପଞ୍ଚାୟତ ନିର୍ବାଚନକୁ ମୁକ୍ତ ଓ ଅବାଧ ରଖିବା ସହ ସ୍ବଚ୍ଛତା ରଖିବା ପାଇଁ ଦୃଷ୍ଟି ଦିଆଯାଇଛି । ବୈଠକରେ ପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଜିଲ୍ଲାପାଳ । ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନ ରହିବ ମୁକ୍ତ ଓ ଅବାଧ : ଜିଲ୍ଲାପାଳ

author img

By

Published : Jan 15, 2022, 5:54 PM IST

Updated : Jan 15, 2022, 7:15 PM IST

କଟକ: ପଞ୍ଚାୟତନ ନିର୍ବାଚନକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ବୈଠକ । ଏହି ବୈଠକରେ ସାମିଲ ହୋଇଛନ୍ତି କଟକ ଜିଲ୍ଲାପାଳ, ଗ୍ରାମାଞ୍ଚଳ ଏସପି, ଡିସିପି, RDCଙ୍କ ସମେତ ଅନ୍ୟ ପଦାଧିକାରୀ । ଆଗାମୀ ପଞ୍ଚାୟତ ନିର୍ବାଚନକୁ ମୁକ୍ତ ଓ ଅବାଧ ରଖିବା ସହ ସ୍ବଚ୍ଛତା ରଖିବା ପାଇଁ ଦୃଷ୍ଟି ଦିଆଯାଇଛି । ବୈଠକରେ ପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଜିଲ୍ଲାପାଳ ।

ପଞ୍ଚାୟତ ନିର୍ବାଚନ ରହିବ ମୁକ୍ତ ଓ ଅବାଧ : ଜିଲ୍ଲାପାଳ

ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ହେଉଛି ପଞ୍ଚାୟତ ନିର୍ବାଚନ । ଆସନ୍ତା ଫେବୃୟାରୀରେ ହେବ ନିର୍ବାଚନ । ତେବେ କୋରୋନା କଟକଣା ମଧ୍ୟରେ ନିର୍ବାଚନ କିଭଳି ସୁରୁଖୁରରେ ଶେଷ ହେବ ସେ ନେଇ ଆଲୋଚନା କରାଯାଇଛି। ନିର୍ବାଚନୀ ପ୍ରଚାର ଓ ଭୋଟିଂ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ଗାଇଡଲାଇନ ସମସ୍ତେ ପାଳନ କିପରି କରିବେ ସେ ନେଇ ଆଲୋଚନା ହୋଇଛି। ତେବେ ଚଳିତ ଥର କୋରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତି ମଧ୍ୟ ଭୋଟ ଦେବେ। ଏଥିରେ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଖୁବଶୀଘ୍ର ଗାଇଡଲାଇନ ଆସିବ ବୋଲି ସୂଚନା ଦିଆଯାଇଛି। ଏହା ସହ ପୋଲିଂ ଅଫିସରଙ୍କ କୋଭିଡ ଟେଷ୍ଟ ମଧ୍ୟ କରାଯିବ । ଏହି ତମାମ ପ୍ରସଙ୍ଗ ଉପରେ ଆଲୋଚନା ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: Panchayat Polls: ଜିଲ୍ଲାପାଳ ଓ SPଙ୍କ ସହ ଚାଲିଛି ନିର୍ବାଚନ ଆୟୋଗଙ୍କ ଆଲୋଚନା

ସୂଚନାଥାଉକି ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ । ଫେବୃୟାରୀ ୧୬, ୧୮, ୨୦, ୨୨, ୨୪ ରେ ମୋଟ ପାଞ୍ଚଟି ପର୍ଯ୍ୟାୟରେ ହେବ ନିର୍ବାଚନ । ତେବେ କୋରୋନା କଟକଣା ମଧ୍ୟରେ ହେବାକୁ ଥିବା ନିର୍ବାଚନ ବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 15, 2022, 7:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.