କଟକ: କଟକରେ କାୟା ବିସ୍ତାର କରୁଛି କୋରୋନା । ମଙ୍ଗଳବାର ରାତିରେ ଜଣେ ସିଟି ମେଡିକାଲ ଡାକ୍ତର କୋରୋନା ପିଜେଟିଭ ଚିହ୍ନଟ ହୋଇଛନ୍ତି । ଯାହାଦ୍ୱାରା ଲୋକଙ୍କ ମନରେ ଭୟ ଖେଳିଯାଇଛି । ଏ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି ଯେ, ଚିନ୍ତାର କରିବାର କିଛି ନାହିଁ ବରଂ ତାଙ୍କ ସହ ମିଳାମିଶା କରିଥିବା ଲୋକ ମାନଙ୍କୁ ଟ୍ରାକିଂ କରାଯାଉଛି । ଆଉ ଯଦି ବି କିଛି ମାମଲା ସାମ୍ନାକୁ ଆସେ ସେଥିପାଇଁ ମଧ୍ୟ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ ।
ଏହାବ୍ୟତୀତ ପ୍ରବାସୀ ଫେରିବା ପରେ କୋରୋନା ବୃଦ୍ଧି ପାଉଛି ଆଉ ସେହି ଅନୁସାରେ ଟେଷ୍ଟିଂ ମଧ୍ୟ ହେଉଛି । ତେବେ ଏହା ଚିନ୍ତା କରିବାର ବେଳ ନୁହେଁ ବରଂ କୋରୋନାକୁ ସାମ୍ନା କରିବାର ସମୟ ବୋଲି ଜିଲ୍ଲାପାଳ କହିଛନ୍ତି।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ