ETV Bharat / state

ଛତ୍ରବଜାର ବ୍ୟବସାୟୀ ସଂଘର ଜିଏସଟି ଚିନ୍ତା, ଭାରତ ବନ୍ଦକୁ ସମର୍ଥନ

କଟକ ନଗର ବ୍ୟବସାୟୀ ମହାସଂଘ ମଧ୍ୟ ଭାରତ ବନ୍ଦ ଡାକରାକୁ ସମର୍ଥନ କରିଥିବାବେଳେ ଏହାର ପ୍ରଭାବରେ ରାଜ୍ୟର ପ୍ରମୁଖ ପରିବା ମଣ୍ଡିରେ ଗଣା ଯାଉଥିବା ଛତ୍ରବଜାର ପରିବା ମଣ୍ଡି ମଧ୍ୟ ଆଜି ବନ୍ଦରେ ସାମିଲ ହୋଇଛି ।

author img

By

Published : Feb 26, 2021, 5:57 PM IST

ଭାରତ ବନ୍ଦକୁ କଲେ ସମର୍ଥନ
ଭାରତ ବନ୍ଦକୁ କଲେ ସମର୍ଥନ

କଟକ: ଆଜି(ଶୁକ୍ରବାର) ବ୍ୟବସାୟ ସଂଘ ପକ୍ଷରୁ 12 ଘଣ୍ଟିଆ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି । ଯାହାକୁ କଟକ ନଗର ବ୍ୟବସାୟୀ ମହାସଂଘ ମଧ୍ୟ ଭାରତ ବନ୍ଦ ଡାକରାକୁ ସମର୍ଥନ କରିଥିବାବେଳେ ଏହାର ପ୍ରଭାବରେ ରାଜ୍ୟର ପ୍ରମୁଖ ପରିବା ମଣ୍ଡିରେ ଗଣା ଯାଉଥିବା ଛତ୍ରବଜାର ପରିବା ମଣ୍ଡି ମଧ୍ୟ ଆଜି ବନ୍ଦରେ ସାମିଲ ହୋଇଛି ।

ଭାରତ ବନ୍ଦକୁ କଲେ ସମର୍ଥନ

ବ୍ୟବସାୟ ସଂଘର ଭାରତ ବନ୍ଦ କରିବା ପଛରେ ସେହି ଗୋଟିଏ ଦାବି । ଜିଏସଟି ହେଉ ସରଳିକରଣ। ଜିଏସଟି ଜଟିଳତା ଦ୍ବାରା ବ୍ୟବସାୟୀମାନେ ଆର୍ଥିକ ଓ ମାନସିକ ସ୍ତରରେ ଅତିଷ୍ଠ ହୋଇସାରିଲେଣି । ଜିଏସଟି ଆଇନ ଯୋଗୁଁ ବ୍ୟବସାୟ କରିବା କଷ୍ଟକର ହେବା ସହ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବ୍ୟବସାୟୀ ।

ଯାହାକୁ ତୁରନ୍ତ ସରଳିକରଣ କରାଯିବା ଦରକାର । ନଚେତ ବ୍ୟବସାୟୀମାନେ ଅନେକ ଅସୁବିଧାର ସମୁଖୀନ ହେବେ ବୋଲି କହିଛନ୍ତି ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.