ETV Bharat / state

ଦାମୀ ଗାଡିରେ ଚାଲାଣ ବେଳେ 22 କେଜି ଗଞ୍ଜେଇ ଜବତ, 2 ଗିରଫ

author img

By

Published : Feb 10, 2021, 5:41 PM IST

ଗଞ୍ଜେଇ ଚାଲାଣ ହେଉଥିବା ବେଳେ 2 ଜଣଙ୍କୁ ଗିରଫ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ। ୨୨ କିଲୋ ଗଞ୍ଜେଇ ଜବତ ହୋଇଛି ।

ଗଞ୍ଜେଇ ଚାଲାଣ ବେଳେ ଧରିଲା ଅବକାରୀ ଗୁଇନ୍ଦା
ଗଞ୍ଜେଇ ଚାଲାଣ ବେଳେ ଧରିଲା ଅବକାରୀ ଗୁଇନ୍ଦା

କଟକ: ଦାମୀ ଗାଡିରେ ହେଉଥିଲା ଚୋରା ଗଞ୍ଜେଇ ଚାଲାଣ । ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ। ୨୨ କିଲୋ ଗଞ୍ଜେଇ ଜବତ କରିବା ସହ 2 ଜଣଙ୍କୁ ଗିରଫ କରାଯାଇଛି ।

ଗଞ୍ଜେଇ ଚାଲାଣ ବେଳେ ଧରିଲା ଅବକାରୀ ଗୁଇନ୍ଦା

ଏହି ଗିରଫ ଦୁଇ ଅଭିଯୁକ୍ତ ହେଲେ ସୁଶାନ୍ତ ସାହୁ ଓ ଗଗନ ମାଝୀ । କଟକ ଚଣ୍ଡିଖୋଲ ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଟାଙ୍ଗି ନିକଟରେ ଏକ ହୁଣ୍ଡାଇ ଭେନ୍ୟୁ କାର ଉପରେ ସନ୍ଦେହ ହେବାରୁ ଅଟକାଇ ତଲାସି ନେବା ସମୟରେ ଗାଡି ଭିତରୁ ଗଞ୍ଜେଇ ଜବତ ହୋଇଛି।

ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨.୨୦ ଲକ୍ଷ ଟଙ୍କା ହେବ। ଏମାନେ ଏହି ଚୋରା ଗଞ୍ଜେଇ ଭୁବନେଶ୍ବରରୁ କେନ୍ଦୁଝରକୁ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡିଥିବା ଜଣାପଡିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.