ETV Bharat / state

ମମିତା ମୃତ୍ୟୁ ଘଟଣା: ମନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ କଟକ ବିଜେପିର ବିକ୍ଷୋଭ - କଟକ ନଗର ବିଜେପି ବିକ୍ଷୋଭ

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ସନସାଇନ ବିଦ୍ୟାଳୟ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ଆଜି କଟକ ନଗର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ମମିତା ମେହେର ମୃତ୍ୟୁ ଘଟଣା: ମନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ କଟକ ବିଜେପିର ବିକ୍ଷୋଭ

author img

By

Published : Oct 20, 2021, 9:22 PM IST

କଟକ: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ସନସାଇନ ବିଦ୍ୟାଳୟ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ଆଜି କଟକ ନଗର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ମନ୍ତ୍ରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି ।

ମମିତା ମେହେର ମୃତ୍ୟୁ ଘଟଣା: ମନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ କଟକ ବିଜେପିର ବିକ୍ଷୋଭ

କେବଳ ସେତିକି ନୁହେଁ, ଅନେକ ମନ୍ତ୍ରୀ ଏହି ଘଟଣାରେ ସମ୍ପୃକ୍ତ ଥିବାରୁ ଘଟଣାର ନ୍ୟାୟିକ ତଦନ୍ତ କରିବାକୁ ଦଳ ଦାବି କରିଛି । ରାଜ୍ୟରେ ଏବେ ମହିଳାମାନେ ଅସୁରକ୍ଷିତ ଥିବା ନେଇ ବିଜେପି ଅଭିଯୋଗ କରିଛି। ଅନେକ ମହିଳା ଏବେ ନିର୍ଯାତିତ ହେଉଛନ୍ତି। କିନ୍ତୁ, ସରକାରଙ୍କର ଏହାର ଉପରେ କୌଣସି ଆୟତ୍ତ ରହୁନାହିଁ। ଯାହାଫଳରେ ଦିନକୁ ଦିନ ମହିଳା ମାନେ ଅସୁରକ୍ଷିତ ହୋଇପଡିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ଦାବି କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.