ETV Bharat / state

CMC Municipal Polls: ମିଶନ କଟକ, ପ୍ରାର୍ଥୀଙ୍କୁ ଗୁରୁମନ୍ତ୍ର ଦେଲେ ଦେବାଶିଷ

author img

By

Published : Mar 11, 2022, 11:14 AM IST

ପାଖେଇ ଆସୁଛି ପୌର ନିର୍ବାଚନ । ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଅଣ୍ଟା ଭିଡିଛି ଜିଲ୍ଲା ବିଜେଡି ।ଅଧିକ ପଢନ୍ତୁ

CMC Municipal Polls : ରଣନୀତି ପ୍ରସ୍ତୁତ କରୁଛି ବିଜେଡି

କଟକ: ପାଖେଇ ଆସୁଛି ପୌର ନିର୍ବାଚନ। ଆସନ୍ତା ୨୪ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ କଟକ ସହର ଚଳଚଞ୍ଚଳ ହୋଇ ଉଠିଛି । ଚଳିତ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଅଣ୍ଟା ଭିଡିଛି କଟକ ଜିଲ୍ଲା ବିଜେଡି । ସ୍କୁଟିନ ସରିବା ପରେ ପାର୍ଥିପତ୍ର କାୟମ ରହିଥିବା ଜାଣି ଭୋଟ ଭିକ୍ଷାରେ ଲାଗିପଡିଲେଣି ପ୍ରାର୍ଥୀ । ନିଜର ସମର୍ଥକ ସାଉଁଟିବା ପାଇଁ ପ୍ରାର୍ଥୀ ମାନେ ଉଦ୍ୟମ ଆରମ୍ଭ କରିଦେଲେଣି ।

କଟକ ବାରବାଟୀରେ ଥିବା ବିଜେଡିର ସମସ୍ତ ୩୨ ଜଣ କର୍ପୋରେଟର ପ୍ରାର୍ଥୀ ଓ ମେୟର ପାର୍ଥୀ ସୁବାସ ସିଂହଙ୍କୁ ଏକାଠି କରି ଗୁରୁମନ୍ତ୍ର ଦେଇଛନ୍ତି ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ । ବିଶେଷକରି ଏକାଠି ହୋଇ କାମ କରିବା ସହିତ ବିଜେଡି ବିରୋଧରେ ଚାଲୁଥିବା ଅପପ୍ରଚାରକୁ ଚେକ ଦେବାକୁ ସମସ୍ତ ବିଜେଡି ପ୍ରାର୍ଥୀଙ୍କୁ ସୁପାରିସ କରାଯାଇଛି ।

କଟକ ସହର ପ୍ରତି ମୁଖ୍ୟମନ୍ତ୍ରୀ ଯେଉଁ ନୂଆନୂଆ ପ୍ରକଳ୍ପ ଭେଟି ଦେଇଛନ୍ତି, ସେନେଇ ଲୋକଙ୍କୁ କହି ଦଳ ପ୍ରତି ସମର୍ଥନ ହାସଲ କରିବାକୁ ପୂର୍ବତନ ବିଧାୟକ ପରାମର୍ଶ ଦେଇଛନ୍ତି। କଟକ ପାଇଁ କେବଳ ବିଜେଡି ଦଳ କାମ କରୁଛି ଏବଂ ଅନ୍ୟ କୌଣସି ଦଳ କଟକ ପାଇଁ କାମ କରୁନଥିବା ନେଇ କହିଛନ୍ତି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ।

ତେବେ ଆସନ୍ତା ମହାନଗର ନିର୍ବାଚନରେ ବିଜେଡି ମେୟର ପ୍ରାର୍ଥୀ ୭୦ ହଜାରରୁ ଅଧିକ ଭୋଟ ଏବଂ ୮୦ ପ୍ରତିଶତରୁ ଅଧିକ ସିଟରେ କର୍ପୋରେଟର ପ୍ରାର୍ଥୀ ଜିତିବି ବୋଲି ଦେବାଶିଷ ଦାବି କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.