କଟକ : ଓଡିଶାରେ କୋରୋନା ଆକ୍ରାନ୍ତଙ୍କ ସଖ୍ୟା 20 ଛୁଇଁଲାଣୀ । ଭାଉରସକୁ ନେଇ ସବୁଠି ଭୟ ଓ ଆତଙ୍କ । ନିଜାମୁଦିନରୁ ଫେରିଥିବା ସମସ୍ତ ମୁସଲିମ ଭାଇଙ୍କୁ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଅଧିକାଂଶ ମୁସଲିମ ଯେଉଁ ମାନେ ତଥ୍ୟ ପ୍ରକାଶ କରିଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ନମୁନା ନେଗେଟିଭ୍ ଆସିଥିବା ଜଣା ପଡ଼ିଛି ।
ତେଣୁ ଭୟଭୀତ ନ ହୋଇ ତଥ୍ୟ ପ୍ରଦାନ କରିବା ପାଇଁ ବିଧାୟକ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ସମାଜର ମଙ୍ଗଳ ହେବ ବୋଲି ବିଧାୟକ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ