କଟକ: ସ୍ୟାଟ୍ ଉଚ୍ଛେଦକୁ ନେଇ ତେଜିଲା ଆନ୍ଦୋଳନ । ଆଜି ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଆଇନଜୀବୀ ସଂଘ । ସ୍ୟାଟ୍ ବାରର ଅନୁରୋଧ କ୍ରମେ କେହି ବି ଆଇନଜୀବୀ କୋର୍ଟ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି । ଫଳରେ ଖାଁ ଖାଁ ହୋଇପଡିଛି କୋର୍ଟ ପରିସର। ଏପଟେ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଛି ।
ତେବେ ସ୍ୟାଟ୍ରେ 70 ହଜାରରୁ ଊର୍ଦ୍ଧ୍ବ ମାମଲା ପଡି ରହିଥିବା ବେଳେ ସରକାର ସ୍ୟାଟ୍ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ବିରୋଧ କରିଛି ଆଇନଜୀବୀ ସଂଘ । ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିକୁ ପୁନର୍ବାର ବିଚାର ପାଇଁ ସଂଘ ଦାବି କରିଛି । ଏଥିସହ ସରକାର ଯଦି ସେମାନଙ୍କ ଦାବି ନ ମାନନ୍ତି ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ