ETV Bharat / state

Panchayat Poll: କୋଭିଡ଼ କଟକଣାରେ ନିର୍ବାଚନ ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ - ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ କଟକ ଜିଲ୍ଲା ପ୍ରଶାସନ

ସୋମବାରଠାରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । କୋଭିଡ଼ କଟକଣାରେ ଏହାକୁ ଶେଷ କରିବାକୁ ଆଶା ରଖିଛନ୍ତି ଜିଲ୍ଲା ପ୍ରଶାସନ ଓ ପ୍ରାର୍ଥୀ । ଅଧିକ ପଢନ୍ତୁ

Panchayat Poll: କୋଭିଡ଼ କଟକଣାରେ ନିର୍ବାଚନ ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

author img

By

Published : Jan 17, 2022, 8:55 PM IST

କଟକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ସାରା ରାଜ୍ୟରେ ମନୋନୟନ ପତ୍ର ବିକ୍ରି ଓ ଗ୍ରହଣ କରାଯାଉଛି । ୱାର୍ଡ ମେମ୍ବର ଓ ସରପଞ୍ଚ ପାଇଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ସମିତି ସଭ୍ୟ ପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ଜିଲା ପରିଷଦ ସଭ୍ୟ ନିର୍ବାଚନ ପାଇଁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମନୋନୟନ ପତ୍ର ଗ୍ରହଣ କରାଯାଉଛି । ତେବେ କୋଭିଡ଼ କଟକଣା ମଧ୍ୟରେ ନିର୍ବାଚନ କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଥିବାବେଳେ ପ୍ରାର୍ଥୀମାନେ ମଧ୍ୟ ନିୟମ ମାନିବେ ବୋଲି କହିଛନ୍ତି ।

Panchayat Poll: କୋଭିଡ଼ କଟକଣାରେ ନିର୍ବାଚନ ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

କୋଭିଡ-୧୯ କଟକଣା ମଧ୍ୟରେ ନିର୍ବାଚନ ପରିଚାଳନା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ମନୋନୟନ ପତ୍ର ଦାଖଲ ସମୟରେ ପ୍ରାର୍ଥୀ, ସମର୍ଥକ ଓ ଅନ୍ୟାନ୍ୟ ବ୍ୟକ୍ତି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ମନୋନୟନ ପତ୍ର ଦାଖଲ କରିବାକୁ ପ୍ରାର୍ଥୀ କିମ୍ବା ତାଙ୍କର ଜଣେ ପ୍ରସ୍ତାବକ ନିର୍ବାଚନ ଅଧିକାରୀଙ୍କ ପ୍ରକୋଷ୍ଠକୁ ପ୍ରବେଶ ପାଇଁ ଅନୁମତି ରହିଛି। ଏହା ସହିତ ମନୋନୟନ ପତ୍ର ସହିତ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।

ନିର୍ବାଚନକୁ ସ୍ବଚ୍ଛ କରିବା ପାଇଁ ଏହି ସତ୍ୟପାଠରେ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା, ବ୍ୟାଙ୍କ ଜମା, ବାର୍ଷିକ ଆୟ, ସ୍ଥାବର ଅସ୍ଥାବର ସମ୍ପତ୍ତିର ବିବରଣୀ ଓ ନିଜ ନାମରେ ଥିବା ଅପରାଧିକ ମାମଲାର ତଥ୍ୟ ଦେବାକୁ କୁହାଯାଇଛି । କୋଭିଡ଼ କଟକଣା ଯୋଗୁଁ ୫ ଜଣଙ୍କୁ ନେଇ ପ୍ରଚାର ପାଇଁ ଅନୁମତି ଥିବାବେଳେ ପ୍ରାର୍ଥୀମାନେ ସୋସିଆଲ ମିଡି଼ଆ ମାଧ୍ୟମରେ ଏହି ନିର୍ବାଚନ ପ୍ରଚାର କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.