ETV Bharat / state

ମାଞ୍ଜା ସୂତା ଉପରେ ଲାଗୁ ହେଲା କଟକଣା, ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ

author img

By

Published : Jan 14, 2023, 10:55 AM IST

କଟକରେ ମାଞ୍ଜା ସୁତା ବ୍ୟବହାର ଉପରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। ଅଧିକ ପଢନ୍ତୁ

highcourt
highcourt

କଟକ: କଟକରେ ମାଞ୍ଜା ସୁତା ବ୍ୟବହାର ଉପରେ ଲାଗିଲା କଟକଣା । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ କଟକଣା ଲାଗୁ କରାଯାଇଛି । ମାଞ୍ଜା ସୁତା ପ୍ରସ୍ତୁତି, ବିକ୍ରି ଓ ଗଚ୍ଛିତ ରଖିବା ଉପରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । ଏପରିକି ଯେଉଁମାନେ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି ଜିଲ୍ଲା ପ୍ରଶାସନ ।

ଆଜି ମକର ସଂକ୍ରାନ୍ତି ଥିବାରୁ ଗୁଡ଼ି ଉଡ଼ିବା ଆଶଙ୍କା ରହିଥିଲା । ଅନେକ ଲୋକ ନିୟମ ଉଲ୍ଲଙ୍ଘନ କରି ମାଞ୍ଜା ସୂତାରେ ଗୁଡି ଉଡାଇବେ ବୋଲି ଆଶଙ୍କା କରାଯାଉଥିଲା । ଏଥିସହ ସବୁଠାରୁ ବଡ଼ କଥା ହେଉଛି ଗତବର୍ଷ ଠାରୁ କଟକରେ ମାଞ୍ଜା ସୁତା ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଥିଲା । ମାତ୍ର କଟକଣା କେବଳ କାଗଜ କଲମରେ ସୀମିତ ରହିଥିଲା । ହେଲେ କିଛି ଦିନ ତଳେ କଟକଣାକୁ କାର୍ଯ୍ୟକାରୀ କରିବା ନେଇ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ହାଇକୋର୍ଟ ।

ସେହିପରି ସହରରେ ମାଞ୍ଜା ସୂତା ବିକ୍ରି ଏବଂ ବ୍ୟବହାର ଉପରେ କଟକଣାକୁ ଜୋରଦାର କରାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି । କଟକର କୌଣସି ଦୋକାନରେ ଯେପରି ଏହି ସୂତା ବିକ୍ରି ନହେବ ସେନେଇ ସଜାଗ ରହିବାକୁ ସହରର ସମସ୍ତ ଥାନାର ଥାନାଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି । ଏପରିକି କୌଣସି ବ୍ୟକ୍ତି ମଧ୍ୟ ଏହି ମାଞ୍ଜାସୂତା ବ୍ୟବହାର ନ କରିବେ ସେଥିପ୍ରତି ଥାନାଧିକାରୀ ମାନେ କଡା ନଜର ରଖିବେ ।

କେବଳ ସେତିକି ନୁହେଁ ଯଦି କେହି ନିୟମକୁ ଉଲ୍ଲଘଂନ କରି ମାଞ୍ଜା ସୂତା ବିକ୍ରି କିମ୍ବା ବ୍ୟବହାର କରନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାଛଡା ସମସ୍ତ ଜନସାଧାରଣ ଏଥିପ୍ରତି ସଜାଗ ରହିବାକୁ ଡିସିପି ଅନୁରୋଧ କରିଛନ୍ତି । ସେହିପରି ଏନେଇ ଦୋକାନ ବଜାରରେ କଡା ଚେକିଂ କରିଥିଲା ପୋଲିସ ।

ଗୁଡି ଉପରେ କଟକଣା ଲାଗୁ କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ବିଶେଷ କରି ନାଇଲନ ସୂତା, ପ୍ଲାଷ୍ଟିକ ସୂତା ଓ ମାଞ୍ଜା ସୁତାର ପ୍ରସ୍ତୁତି, ବିକ୍ରି ଓ ଗୁଡ଼ି ଉଡା ଉପରେ ସଂପୂର୍ଣ୍ଣ ବ୍ୟାନ କରିବା ପାଇଁ କୋର୍ଟରେ ଆବେଦନକାରୀ ପ୍ରାର୍ଥନା କରିଥିଲେ । ପୁଷ୍ପାଞ୍ଜଳି ମହାପାତ୍ରଙ୍କ ପକ୍ଷରୁ ରୁଜୁ କରାଯାଇଥିବା ଏହି ମାମଲାରେ ମୁଖ୍ୟ ଶାସନ ସଚିବ,ଜଙ୍ଗଲ ଏବଂ ପରିବେଶ ବିଭାଗ ସଚିବ,ପୋଲିସ ଡିଜି, ଡିସିପି ଏବଂ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।

ତେବେ ମକର ସଂକ୍ରାନ୍ତିରେ ଗୁଡି ଉଡାଇବାର ପରମ୍ପରା ରହିଛି । ପ୍ରତ୍ୟେକ ବର୍ଷ ଏହି ଗୁଡି ଉଡାଇବା ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଉଛି । ବିଶେଷ କରି ମାଞ୍ଜା ସୂତା ବ୍ୟବହାର କାରଣରୁ ଅନେକ ଲୋକଙ୍କ ବେକ କଟି ପ୍ରାଣ ଚାଲି ଯାଉଛି । କଟକ ସହରରେ ମଧ୍ୟ ଗତ ୩ ବର୍ଷ ମଧ୍ୟରେ ଏକାଧିକ ଲୋକଙ୍କ ଜୀବନ ଯାଇଛି । ଅନେକ ଲୋକ ଏହା ଦ୍ୱାରା ଗୁରୁତର ଆହତ ମଧ୍ୟ ହେଉଛନ୍ତି ।

ଏନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ଗୁଡି ଉଡା ଉପରେ କଟକଣା ଯଦିଓ ଲାଗୁ କରାଯାଇଥିଲା ମାତ୍ର କଟକଣା କେବଳ କାଗଜ କଲମରେ ସୀମିତ ରହି ଯାଇଛି । ଅନେକ ବ୍ୟକ୍ତି ଏହି ନିୟମକୁ ଉଲ୍ଲଘଂନ କରି ମାଞ୍ଜା ସୂତାରେ ଗୁଡି ଉଡାଉଛନ୍ତି । ଅନେକ ଦୋକାନ ବଜାରରରେ ଏହି ମାଞ୍ଜା ସୂତାରେ ତିଆରି ଗୁଡି ମଧ୍ୟ ବିକ୍ରୟ ହେଉଛି । ଫଳରେ ଆଗକୁ ଆହୁରି ଅଘଟଣ ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ।

ତେଣୁ ମାଞ୍ଜା ସୂତା ବିକ୍ରୟ ଉପରେ ସମ୍ପୂର୍ଣ୍ଣ ବ୍ୟାନ କରାଯିବା ଆବଶ୍ୟକତା ରହିଛି । ଏପରିକି ଯେଉଁ ମାନେ ତିଆରି କରିବେ,କିମ୍ବା ବିକ୍ରୟ କରିବେ ଏବଂ ବ୍ୟବହାର କରିବେ ସେମାନଙ୍କ ଉପରେ ଦୃଢ଼ ପଦକ୍ଷେପ ନେବାକୁ ଆବେଦନକାରୀ କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ । ତେଣୁ ମାମଲାର ଶୁଣାଣି କରି କୋର୍ଟ ଏନେଇ ପଦକ୍ଷେପ ନେବାକୁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସହରରେ ମାଞ୍ଜା ସୂତା ପ୍ରସ୍ତୁତି, ବିକ୍ରି ଏବଂ ବ୍ୟବହାର ଉପରେ କଟକଣା ଲାଗୁ କରିଛି ଜିଲ୍ଲା ପ୍ରଶାସନ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.