ETV Bharat / state

କଲବଲ କରୁଛି ଖରା, ତାତିରୁ ତ୍ରାହି ଦେଉଛି ଜୁସ - ତାତିରୁ ତ୍ରାହି ଦେଉଛି ଜୁସ

ସିଲଭରସିଟିରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଏହି ସମୟରେ ଲୋକଙ୍କ ପସନ୍ଦ ବମ୍ବେ ଷ୍ଟାଇଲ ଫ୍ରୁଟ ଜୁସ । ଅଧିକ ପଢନ୍ତୁ

crowd in juice stall on heat weave
crowd in juice stall on heat weave
author img

By

Published : Apr 17, 2023, 11:37 AM IST

crowd in juice stall on heat weave

କଟକ: ତତଲା କଡେଇରେ ଭାଜି ହେଉଛି ଓଡିଶା । ମୁଣ୍ଡଫଟା ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ ରହୁଥିବା ବେଳେ ଥଣ୍ଡା ପାନୀୟର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ପଥଚାରୀମାନଙ୍କର ମୁଖ୍ୟ ଖାଦ୍ୟ ଓ ପାନୀୟ ପାଲଟିଛି ଜୁସ ଓ ଫ୍ରୁଟ୍ ସାଲାଡ଼ । ଦେହକୁ ପୁରା ଫିଟ୍ ରଖିବା ସହ ଅସହ୍ୟ ଗରମରୁ ରକ୍ଷା କରୁଛି ଏହି ଖାଦ୍ୟ । ରୌପ୍ୟ ନଗରୀ କଟକରେ ଦିନ 10 ଟା ପର ଠାରୁ ରାସ୍ତାରେ ଯେମିତି ଝରୁଛି ଅଗ୍ନି ବର୍ଷା । ତେବେ ଏହାରି ଭିତରର ଥଣ୍ଡାପାନୀୟ ମୁହାଁ ହେଉଛନ୍ତି ଲୋକେ ।

ପ୍ରଚଣ୍ଡ ତାତିରୁ ତ୍ରାହି ଓ ଲୋକଙ୍କୁ ଟିକେ ହାଲ୍‌କା ଏବଂ ରିଫ୍ରେସ କରୁଛି ବମ୍ବେ ଷ୍ଟାଇଲର ଫଳ ଜୁସ । ସହରରେ ନୂଆ କରି ମିଳୁଥିବାରୁ ଲୋକେ ଏହାକୁ ବେଶ ପସନ୍ଦ କରୁଛନ୍ତି । ବିଭିନ୍ନ ପ୍ରକାର ଫଳରେ ଜୁସକୁ ପ୍ରସ୍ତୁତ କରିବା ଏବଂ ଏହାକୁ ସଜାଇକି ରଖିବାର ଷ୍ଟାଇଲ ମଧ୍ୟ ଲୋକଙ୍କୁ ବେଶ ଆକର୍ଷିତ କରୁଛି । ତରଭୁଜ, ସେଓ, ସପୁରୀ, ପିଜୁଳି, ଅଙ୍ଗୁରୁ, ବେଲ, ଅମୃତଭଣ୍ଡା, ନଡ଼ିଆ, କେଶର ବାଦାମ ଆଦିରେ ପ୍ରସ୍ତୁତ ହେଉଛି ଏହି ସବୁ ଜୁସ । ତେବେ ଖରାରୁ ତ୍ରାହି ପାଇବା ପାଇଁ କୋଲଡ଼ ଡ୍ରିଙ୍କସ ଅପେକ୍ଷା ଏହି ଜୁସ ପିଇବା ପାଇଁ ବେଶ ପସନ୍ଦ କରିବା ସହ ଖରା ହେଲେ ଗ୍ରାହକ ଦୋକାନରେ ଗ୍ରାହକଙ୍କ ଭିଡ ଜମୁଛି ।

ଏନେଇ ଜଣେ ଦୋକାନୀ କହିଛନ୍ତି, "ଏହି ଦୋକାନରେ ଅନେକ ପ୍ରକାର ଜୁସ ସାଙ୍ଗକୁ ଫ୍ରୁଟ ସାଲାଡ ମିଳୁଛି । ସହରରେ ତାପମାତ୍ରା ଅଧିକ ରହୁଥିବା ବେଳେ ଏହି ଜୁସ ପିଇଲେ ଭଲ ଲାଗୁଛି । ଜଳୀୟଅଂଶକୁ ନିୟନ୍ତ୍ରଣ କରୁଛି । ଜିନିଷ ଅନୁସାରେ ଦର ଠିକ ରହିଛି ।"

ତେବେ ବିଭିନ୍ନ ରାଜ୍ୟରୁ ଫଳ ଆମଦାନୀ ହୋଇଥାଏ । ବିଶେଷକରି ବମ୍ବେ, କୋଲକାତା, ଇତ୍ୟାଦି ରାଜ୍ୟରୁ ଫଳ ଆସିଥାଏ । କଟକରେ ଖରା ବୃଦ୍ଧି ପାଉଥିବାରୁ ବର୍ତ୍ତମାନ ଏହି ଫଳ ଜୁସର ଚାହିଦା ବେଶ ଭଲ ରହିଛି । ଫଳ ଚାର୍ଟ ଏବଂ ଆପେଲ ସେକକୁ ଲୋକେ ବହୁତ ପସନ୍ଦ କରୁଛନ୍ତି । ଆପେଲ ସେକରେ 24 ପ୍ରକାର ସାମଗ୍ରୀ ମିଶି ପ୍ରସ୍ତୁତ କରାଯାଉଛି । ବିଭିନ୍ନ ଜୁସର ଦର 20 ଟଙ୍କାରୁ ଆରମ୍ଭ କରି 50 ଟଙ୍କା ପର୍ଯ୍ୟନ୍ତ ରହିଛି ବୋଲି କହିଛନ୍ତି ଦୋକାନୀ । ଖରାରୁ ଟିକେ ରିଫ୍ରେସ ହେବା ପାଇଁ ବଜ଼ାରରେ ମିଳୁଛି ଅନେକ ପ୍ରକାର ମୃଦୁ ପାନୀୟ ଜଳ ହେଲେ ଏଭଳି ଫଳ ଜୁସ ଗ୍ରାହକ ପାଇଁ ପାଲଟିଛି ଆକର୍ଷଣ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.