ETV Bharat / state

ମନରେଗା ଯୋଜନାରେ ଦୁର୍ନୀତି, ଗୋଚର ଜମିରେ ରାସ୍ତା ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

author img

By

Published : Jun 22, 2023, 10:46 AM IST

Updated : Jun 22, 2023, 12:09 PM IST

ମନରେଗା ଯୋଜନାରେ ଆଖିବୁଜା ଦୁର୍ନୀତି । ଗୋଚର ଜମିରେ ରାସ୍ତା ନିର୍ମାଣ ଓ ଡ୍ରେନ ନିର୍ମାଣକୁ ନେଇ ନିଆଳି ବ୍ଲକ କଣ୍ଟିଶାଳ ଗ୍ରାମବାସୀଙ୍କ ବିରୋଧ । ଅଧିକ ପଢନ୍ତୁ

ମନରେଗା ଯୋଜନାରେ ଦୁର୍ନୀତି
ମନରେଗା ଯୋଜନାରେ ଦୁର୍ନୀତି
ମନରେଗା ଯୋଜନାରେ ଦୁର୍ନୀତି

ନିଆଳି: କଟକ ଜିଲ୍ଲା ନିଆଳି ବ୍ଳକର ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବାଟ ମାରଣା ହୋଇଛି ସରକାରୀ ଯୋଜନା । ମନରେଗା ଯୋଜନାରେ ଦୁର୍ନୀତି ଯୋଗୁଁ ଶ୍ରମିକ ବଦଳରେ ଏଠାରେ ମେସିନ କରୁଛି କାମ । ଯାହାକୁ ନେଇ କଣ୍ଟିଶାଳ ଗ୍ରାମବାସୀ ବିରୋଧ କରିଛନ୍ତି ।

ସୂଚନା ମୁତାବକ, ମନରେଗା ଯୋଜନାରେ କେବଳ ଜବ କାର୍ଡଧାରୀ କାର୍ଯ୍ୟ କରିବାର ନିୟମ ଥିବାବେଳେ ନିଆଳି ବ୍ଳକର ବିଭିନ୍ନ ପଞ୍ଚାୟତରେ ଏହାକୁ ଖୋଲାଖୋଲି ଉଲଂଘନ କରାଯାଇଛି । ଶ୍ରମିକ ବଦଳରେ ରାତି ଅଧରେ ମେସିନ ଏବଂ ଟ୍ରାକ୍ଟର ଯୋଗେ କାର୍ଯ୍ୟ ସାରି ସରକାରୀ ଅର୍ଥ ହାତେଇ ନେଇଥିବା ଅଭିଯୋଗ ହୋଇଛି । ନିଆଳି ବ୍ଳକ କଣ୍ଟିଶାଳର ବାରିତଳ କଣ୍ତିଆ ବାରି ଗୋଚର ଜମିରେ ରାତି ଅଧରେ ଜେସିବ ମେସିନ ସାହାଯ୍ୟରେ ନିର୍ମାଣ ହୋଇଛି ଏକ କିଲୋମିଟର ବିଶିଷ୍ଟ ରାସ୍ତା ଏବଂ ଏକ ଡ୍ରେନ୍‌ ନିର୍ମାଣ କରାଯାଇଛି । ଯାହାକୁ ନେଇ କଣ୍ଟିଶାଳ ଗ୍ରାମବାସୀଙ୍କ ପକ୍ଷରୁ କଡ଼ା ବିରୋଧ କରାଯାଇଛି ।

ଅନ୍ୟପଟେ ଗୋଚର ଜମିରେ ଏହି କାର୍ଯ୍ୟ କରିବା ପାଇଁ କିଏ ଅନୁମତି ଦେଲା ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଏଥି ସହିତ କାର୍ଯ୍ୟରେ ବ୍ୟବହୃତ ଗୋଟିଏ ନମ୍ବର ବିହିନ ଟ୍ରାକ୍ଟର ସହ ଦୁଇଟି ଟ୍ରାକ୍ଟର ଗ୍ରାମବାସୀ ଅଟକ ରଖିବା ସହିତ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଜିମା ଦେଇଥିବା ଜଣା ପଡିଛି । ଘଟଣାସ୍ଥଳରେ ତାମ୍ପଦା ରାଜସ୍ବ ନିରୀକ୍ଷକ ଅଞ୍ଜନ କୁମାର ସେଠୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ ସୁଦ୍ଧା କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ସେହିପରି ନିଆଳି ବ୍ଳକର କନିଷ୍ଠ ଯନ୍ତ୍ରୀ କୁଞ୍ଜ ସାହୁଙ୍କ କହିଛନ୍ତି ଯେ, ନରେଗା କାର୍ଯ୍ୟ ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ହେଉଛି । ତେବେ ଏତେ ବଡ଼ କାର୍ଯ୍ୟ ସରକାରୀ ଗୋଚର ଜମିରେ ହେଉଛି ନାଁ ନିଆଳି ତହସିଲଦାର, କିମ୍ବା ରାଜସ୍ବ ନିରୀକ୍ଷକ କିମ୍ବା ବ୍ଲକ ଯନ୍ତ୍ରୀ କାହାରି ପାଖରେ ଖବର ନାହିଁ ।

ପ୍ରକାଶ ଥାଉକି, ବୌଦ୍ଧରେ ମନରେଗା ଯୋଜନାରେ ଦୁର୍ନୀତି ଯୋଗୁଁ ଶ୍ରମିକ ବଦଳରେ ଏଠାରେ ମେସିନ କରୁଛି କାମ । ଯାହା ଦ୍ବାରା ଗରିବ ଶ୍ରମଜୀବୀମାନେ ଗଭୀର ଭାବରେ ପ୍ରଭାବିତ ହେବା ସହିତ କାମଧନ୍ଦା ଅଭାବରୁ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଅଭିଯୋଗ ହୋଇଥିଲା । ପଞ୍ଚାୟତ ସ୍ତରରେ ହେଉଥିବା ଏହି ମନରେଗା ଅନିୟମିତତା ବ୍ଲକ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ବଡ଼ ବଡ଼ ବାବୁଙ୍କ ଇସାରାରେ ହେଉଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର 69 ପଞ୍ଚାୟତ ମଧ୍ୟରୁ ଅଧିକାଂଶ ପଞ୍ଚାୟତରେ ସରକାରଙ୍କ ଏହି ଗରୁତ୍ୱପୂର୍ଣ୍ଣ ଯୋଜନାରେ ହେଉଛି ଅନିୟମିତତା ।

ଇଟିଭି ଭାରତ, ନିଆଳି

Last Updated : Jun 22, 2023, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.