ETV Bharat / state

CMC କାଉନ୍‌ସିଲ ବୈଠକ: ବିଭିନ୍ନ ୱାର୍ଡର ସମସ୍ୟା ନେଇ କର୍ପୋରେଟରଙ୍କ ହୋ ହାଲ୍ଲା - ସିଏମସି ବୈଠକରେ କର୍ପୋରେଟରଙ୍କ ହୋ ହାଲ୍ଲା

କଟକ ମହାନଗର ନିଗମର କାଉନ୍‌ସିଲ ବୈଠକ ଅନୁଷ୍ଠିତ । ସିଏମସି ମେୟର ସୁବାଷ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ୱାର୍ଡର ବିଭିନ୍ନ ସମସ୍ୟାକୁ ନେଇ ବୈଠକ ଆରମ୍ଭରୁ ହୋ ହାଲ୍ଲା କରିଥିଲେ ବିଭିନ୍ନ କର୍ପୋରେଟର । ତେବେ ଏହି ସବୁର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ଚଳିତ ବର୍ଷ ବାଲିଯାତ୍ରା ସମ୍ପର୍କରେ ଆଲୋଟନା କରିଥିଲେ ମେୟର । ଅଧିକ ପଢ଼ନ୍ତୁ

CMC କାଉନ୍‌ସିଲ ବୈଠକ: ବିଭିନ୍ନ ୱାର୍ଡର ସମସ୍ୟା ନେଇ କର୍ପୋରେଟରଙ୍କ ହୋ ହାଲ୍ଲା

author img

By

Published : Oct 26, 2022, 9:44 PM IST

କଟକ: ମହାନଗର ନିଗମରେ ବସିଲା କାଉନ୍‌ସିଲ ବୈଠକ । ସମସ୍ତ ୱାର୍ଡର ବିଭିନ୍ନ ସମସ୍ୟାକୁ ନେଇ ବୈଠକ ଆରମ୍ଭରୁ ହୋ ହାଲ୍ଲା କରିଥିଲେ ବିଭିନ୍ନ କର୍ପୋରେଟର । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମେୟରଙ୍କ ନିର୍ଦ୍ଦେଶ । ଏହାସହ ଚଳିତବର୍ଷ ବାଲିଯାତ୍ରାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା ।

CMC କାଉନ୍‌ସିଲ ବୈଠକ: ବିଭିନ୍ନ ୱାର୍ଡର ସମସ୍ୟା ନେଇ କର୍ପୋରେଟରଙ୍କ ହୋ ହାଲ୍ଲା

କଟକ ମହାନଗର ନିଗମର କାଉନ୍‌ସିଲ ବୈଠକ ଆଜି (ବୁଧବାର) ଅନୁଷ୍ଠିତ ହୋଇଯାଇଛି । ସିଏମସି ମେୟର ସୁବାଷ ସିଂ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ସିଏମସି କମିଶନର ନିଖିଲ ପୱନ କଲ୍ୟାଣଙ୍କ ସମେତ ଡେପୁଟି ମେୟର ଦମୟନ୍ତି ମାଝି ମଧ୍ୟ ଉପସ୍ଥିତ ଥିଲେ । ତେବେ ବୈଠକ ଆରମ୍ଭରୁ ସମସ୍ତ ୱାର୍ଡ ଗୁଡିକର ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଠକରେ ଅଭିଯୋଗ କରିଥିଲେ କର୍ପୋରେଟର । କେବଳ ମିଟିଂରେ ୱାର୍ଡର ବିକାଶ ହେଉଛି, କିନ୍ତୁ ବାସ୍ତବରେ ତାହା କେତେ ସତ ତାହା ଲୋକ କହିବେ ବୋଲି ଅଭିଯୋଗ କରିଛନ୍ତି କର୍ପୋରେଟର । ତେବେ ଏହି ତମାମ ଅଭିଯୋଗର ଉତ୍ତର ରଖିବା ସହ ବିଭିନ୍ନ ୱାର୍ଡରେ ଉନ୍ନୟନ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦୋଇଥିଲେ ମେୟର ସୁବାଷ ସିଂ ।

ଏହାଛଡା ଚଳିତବର୍ଷ ବାଲିଯାତ୍ରାକୁ ନେଇ ମଧ୍ୟ ମହାନଗର ନିଗମ ବୈଠକରେ ଆଲୋଚନା ହୋଇଛି । ଏହି ଯାତ୍ରାରେ କିଭଳି ସ୍ବଚ୍ଛତା ରଖାଯାଇପାରିବ ଏବଂ ବିଭିନ୍ନ ପାର୍କିଂ ସ୍ଥଳୀକୁ ସରସ ସୁନ୍ଦର କରିବା ନେଇ ଆଲୋଚନା କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସିଏମସି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଓ ପ୍ରସ୍ତାବକୁ ଉପସ୍ଥାପନ କରାଯାଇଥିଲା । ଏହାସହ ବିଗତ ଅନେକ ବର୍ଷ ଧରି ଯେଉଁ କମ୍ପାନୀ ଟେଣ୍ଡର ନେଇ ଆସୁଛି ତାହାକୁ ଶୀଘ୍ର ପରିବର୍ତ୍ତନ କରିବା ଓ ନୂଆ ଟେଣ୍ଡର ଡାକିବା ପାଇଁ ବୈଠକରେ ଦାବି କରିଥିଲେ କର୍ପୋରେଟର । ତେବେ ଏହି କାଉନ୍ସିଲ ବୈଠକରେ ସିଏମସିର ଯୁଗ୍ମ କମିଶନର, ଡେପୁଟି କମିଶନର, ସ୍ଵାସ୍ଥ୍ୟ ଅଧିକାରୀଙ୍କ ସମେତ ସମସ୍ତ ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା ଓ କର୍ପୋରେଟର ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.