କଟକ: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବୁଧବାର ଏସସିବି ମେଡିକାଲ ଆସି କରୋନା ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏସସିବି ଅଧକ୍ଷଙ୍କ କାର୍ଯ୍ୟାଳୟରେ ଆୟୋଜିତ ସମୀକ୍ଷା ବୈଠକରେ ମେଡିକାଲର ସମସ୍ତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ମନ୍ତ୍ରୀ କୋରୋନା ଚିକିତ୍ସା ସମ୍ପର୍କରେ ଆଲୋଚନା କରିବା ସହ ସ୍ବତନ୍ତ୍ର ୱାର୍ଡ ବୁଲି ଦେଖିଥିଲେ ।
ୱାର୍ଡରେ ୪୦ ଟି ଶଯ୍ୟା ସମେତ ଆଇସିୟୁରେ ୮ ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି । କୋରୋନା ଭାଇରସକୁ ନେଇ ଆତଙ୍କିତ ନହେବାକୁ ମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ରାଜ୍ୟରେ କୋରୋନା ଭୁତାଣୁ ପରୀକ୍ଷା ପାଇଁ ଆରଏମଆରସିରେ ବ୍ୟବସ୍ଥା ହେଉଥିବା ମନ୍ତ୍ରୀ କହିଛନ୍ତି । ଭାରତବର୍ଷ ଅଦ୍ୟାବଧି କୌଣସି କରୋନା ସନ୍ଦିଗ୍ଧ ରୋଗୀ ନଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ