ETV Bharat / state

ଦିନକରେ 400 ଜଣଙ୍କଠୁ ଫାଇନ ଆଦାୟ - କୋରୋନା

କୋରୋନା ସଂକ୍ରମଣ ବୃଦ୍ଧି ପାଇଁ କଟକରେ କୋରୋନା କଟକଣାକୁ ଜୋରଦାର କରାଯାଇଛି । ଏଣିକି ନିୟମ ନମାନିଲେ ପାଇନ ଆଦାୟ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

କଟକରେ କୋରୋନା କଟକଣା
କଟକରେ କୋରୋନା କଟକଣା
author img

By

Published : Mar 24, 2021, 8:21 AM IST

କଟକ: ପୁଣି ଲେଉଟିଲାଣି କୋରୋନା । ଦିନକୁ ଦିନ ବୃଦ୍ଧି ପାଇଲାଣି ସଂକ୍ରମଣ । ସଂକ୍ରମଣ ବୃଦ୍ଧିକୁ ଦେଖି କଟକ ସହରରେ କୋରୋନା କଟକଣାକୁ ଜୋରଦାର କରାଯାଇଛି । ଗୋଟିଏ ଦିନରେ 400 ଉଲଙ୍ଘନକାରୀଙ୍କଠାରୁ ଫାଇନ ଆଦାୟ କରାଯାଇଛି ।

କଟକରେ କୋରୋନା କଟକଣା

ଏଣିକି ସହରର ସମସ୍ତ ସ୍ଥାନରେ କୋରୋନା ନିୟମକୁ କଡାକଡି କରାଯାଇଛି । ପୂର୍ବ ଭଳି ସମସ୍ତ ସର୍ବସାଧାରଣ ସ୍ଥାନରେ କୋରୋନା ନିୟମ କଡାକଡି ପାଳନ ହୋଇଛି । ଏ ନେଇ ଲୋକମାନଙ୍କୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଉଛି ପୋଲିସ। ନିୟମ ଉଲଙ୍ଘନ କଲେ ଫାଇନ କାଟିବ ପୋଲିସ। ଗତକାଲି ୪୦୦ଜଣ ନିୟନ ଉଲଘଂନକାରୀଙ୍କ ଠାରୁ ଫାଇନ କଟାଯାଇଥିବା କଟକ ଡିସିପି ସୂଚନା ଦେଇଛନ୍ତି।

କଟକ ଡିସିପି ମଧ୍ୟ ନିଜେ ଲୋକମାନଙ୍କୁ ସଚେତନ କରାଇଛନ୍ତି। ସେହିପରି ସହରର ସମସ୍ତ ଲୋକଙ୍କୁ ସଚେତନ କରାଇବା ପାଇଁ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିସିପି ପ୍ରତୀକ ସିଂହ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.