ETV Bharat / state

ବିଦ୍ୟାଳୟ ବାରଣ୍ଡାରୁ ରାଜପଥ; ସାନିଟାଇଜର, ମାସ୍କ ବିକୁଛନ୍ତି ଶିକ୍ଷକ

author img

By

Published : Aug 24, 2020, 1:56 PM IST

କୋରୋନାର ଚକ୍ରବିହୁରେ ବେସରକାରୀ ଶିକ୍ଷକଙ୍କ ଜୀବିକା । ଦୀର୍ଘ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିବାକୁ ବୃତ୍ତି ହରାଇ ବ୍ୟବସାୟ କରୁଛନ୍ତି ଶିକ୍ଷକ । ବିଦ୍ୟାଳୟ ବାରଣ୍ଡାରୁ ଶିକ୍ଷକଙ୍କୁ ରାଜପଥକୁ ଟାଣି ଆଣିଛି କ୍ରୁର କୋରୋନା । ଅଧିକ ପଢନ୍ତୁ...

ସାନିଟାଇଜର, ମାସ୍କ ବିକୁଛନ୍ତି ଶିକ୍ଷକ
ସାନିଟାଇଜର, ମାସ୍କ ବିକୁଛନ୍ତି ଶିକ୍ଷକ

କଟକ:ରୋଜଗାରେ ଉପରେ ପଡିଛି କୋରୋନାର ଗ୍ରହଣ । ନିଶ୍ଚହ୍ନ ହେବାକୁ ବସିଛି ହଜାର ହଜାର ଲୋକଙ୍କ ଜୀବିକା । କୋରୋନାରେ ବେରୋଜଗାରୀ ସଂଖ୍ୟା ଏବେ ରେକର୍ଡ ଭାଙ୍ଗୁଛି । ଜୀବନ ବଞ୍ଚାଇବାକୁ ବିକଳ୍ପ ସାଜିଛି ବ୍ୟବସାୟ । ବେସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରୁଥିବା ଶିକ୍ଷକଙ୍କୁ ଆଜି ରାଜରାସ୍ତାକୁ ଆଣି ଦେଇଛି କ୍ରୁର କୋରୋନା । ହାତରେ ଚକ ଓ ପେନ ବଦଳରେ ଧରାଇଛି ସାନିଟାଇଜର ବୋତଲ । ବିଦ୍ୟାଳୟର ବାରଣ୍ଡାର ଛାଡି ରାଜରାସ୍ତାରେ ସାନିଟାଇଜର ବିକୁଛନ୍ତି କଟକର ରାକେଶ ଶତପଥୀ ।

ସାନିଟାଇଜର, ମାସ୍କ ବିକୁଛନ୍ତି ଶିକ୍ଷକ

ଦେଶରେ ତଥା ରାଜ୍ୟରେ ନିଆଁ ଭଳି ବ୍ୟାପୁଛି କୋରୋନା । ଏପରି ସ୍ଥିତିରେ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ କରିଦିଆଯାଇଛି । ସରକାରୀ ଶିକ୍ଷକମାନେ ଚଳି ଯାଉଛନ୍ତି ହେଲେ ବେସରକାରୀ ଶିକ୍ଷକଙ୍କ ବୃତ୍ତି ବୁଡାଇଛି କୋରୋନା । ସଂକ୍ରମଣ କେବେ ସମ୍ପୂର୍ଣ୍ଣ ଯିବ ଓ ପୂର୍ବପରି କେବେ ଶିକ୍ଷାନୁଷ୍ଠାନ ଖୋଲିବ ତାହା ବି ଅନିଶ୍ଚିତତାରେ । ପିଲାଙ୍କ ଭବିଷ୍ୟତ ସହ ଶିକ୍ଷକଙ୍କ ପରିବାର ଭରଷ ପୋଷଣ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଫଳରେ ବାଧ୍ୟ ହୋଇ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିବା ରାକେଶ ସାନିଟାଇଜର ବିକୁଛନ୍ତି ।

କୋରୋନା ଆସିବା ଦିନଠୁ ସେ ଶୂନ୍ୟ ହସ୍ତ ହୋଇପଡିଛନ୍ତି । ଏବେ କଟକର ଛକ ଛକ ବୁଲି ଏବେ ସାନିଟାଇଜର ଓ ମାସ୍କ ବ୍ୟବସାୟ କରୁଛନ୍ତି । ଏହାଦ୍ୱାରା ତାଙ୍କର ପରିବାର ପୋଷଣ ହେଉଥିବା ରାକେଶ କହିଛନ୍ତି । ଏଥିସହ ସେ ଖାଲି ସମୟରେ ସମ୍ଭାବନା କେନ୍ଦ୍ରରେ ମାଗଣାରେ ମଧ୍ୟ ଶିକ୍ଷା ଦାନ କରୁଥିଲେ । କିନ୍ତୁ କୋରୋନା ଏବେ ସବୁକିଛି ବିଗାଡି ଦେଇଛି । ଏହି ସ୍ବଳ୍ପ ଆୟରୁ ବର୍ତ୍ତମାନ ସେ ସମ୍ଭବାନ ଶିକ୍ଷାନୁଷ୍ଠାନକୁ ଭଡା ଦେବା ସହ ପିଲାଙ୍କ ପାଠ ପଢାପଢି ଖର୍ଚ୍ଚକୁ ବହୁ କଷ୍ଟମଷ୍ଟେ ବୁଝାବୁଝି କରୁଛନ୍ତି । ଆଗକୁ ଯଦି ଏପରି ପରିସ୍ଥିତି ଲାଗି ରହେ ତେବେ ଏହି ବେପାରରେ ପିଲାଙ୍କ ଓ ପରିବାର ପ୍ରତିପୋଷଣ କରିବା କାଠିକର ପାଠ ହୋଇଯିବ ।

ଅନ୍ୟପଟେ ତାଙ୍କର ଏପରି ମହାନତା କାମରେ ମୁଗ୍ଧ ହୋଇ ତାଙ୍କୁ ସହଯୋଗର ହାତ ବଢାଇଛନ୍ତି ତାଙ୍କ ସାହି ଭାଇ ଗଣେଶ୍ୱର ବେହେରା । ଯେତେବେଳେ ସେ କୌଣସି କାମ କିମ୍ବା ଟ୍ୟୁସନ କରନ୍ତି ସେତେବେଳେ ଗଣେଶ୍ୱର ତାଙ୍କର ଦୋକାନ ସମ୍ଭାଳନ୍ତି । କାରଣ ଏହି ମହାତ କାମ କରିବା ଦ୍ୱରା ତାଙ୍କୁ ମଧ୍ୟ ଶାନ୍ତି ମିଳିଥାଏ। ଆଗକୁ ଯଦି ଶିକ୍ଷକଙ୍କ ଅବସ୍ଥା ଏପରି ଲାଗି ରହେ ତେବେ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଣ ? ତେଣୁ ସରକାର ଯଦି ଏହି ସମୟରେ ତାଙ୍କ ଭଳି ବେସରକାରୀ ଶିକ୍ଷକଙ୍କୁ କୌଣସି ସାହାଯ୍ୟ କରନ୍ତେ ତେବେ ଏଥିରୁ ସମସ୍ତେ ଉପକୃତ ହୋଇପାରିବେ ବୋଲି ରାଜେଶ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.