ETV Bharat / state

ଅଙ୍ଗଦାନ ସଙ୍କଳ୍ପର ମହାପର୍ବରେ ବାଧକ କୋରୋନା

author img

By

Published : Apr 14, 2020, 8:45 PM IST

Updated : Apr 14, 2020, 8:56 PM IST

ଅଙ୍ଗଦାନ ସଙ୍କଳ୍ପ ଭଳି ମହାପର୍ବରେ ମଧ୍ୟ ଏହାର କଳା ନଜର ପଡିଥିବା ଦେଖାଯାଇଛି । ସଂକ୍ରମଣ ଭୟରେ ଏବେ ଅଙ୍ଗଦାନ ପ୍ରକ୍ରିୟା କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଗତ ମାର୍ଚ୍ଚ ୪ ତାରିଖରେ ଏସସିବି ମେଡିକାଲରେ ଶେଷଥର ପାଇଁ ହୋଇଥିଲା କିଡନୀ ପ୍ରତ୍ୟାରୋପଣ।

organ  transplantation process
ମହାପର୍ବରେ ବାଧକ କୋରୋନା

କଟକ: କୋରୋନା ପ୍ରାଦୁର୍ଭାବ ଯୋଗୁଁ ସାରା ଭାରତରେ ଅଙ୍ଗ ପ୍ରତ୍ୟାରୋପଣ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି। ଅଙ୍ଗ ପ୍ରତ୍ୟାରୋପଣ ୨ ପ୍ରକାରର। ପ୍ରଥମଟି ଜୀବନ୍ତ ଅଙ୍ଗ ପ୍ରତ୍ୟାରୋପଣ (କେବଳ ନିଜ ସମ୍ପର୍କୀୟ ବା ବନ୍ଧୁବାନ୍ଧବ ମାନେ ଅଙ୍ଗଦାନ ) ଓ ଅନ୍ୟଟି ହେଉଛି କାଡାଭରିକ ଯାହାକି ବ୍ରେନ ଡେଡ ରୋଗୀଙ୍କ ଠାରୁ ଅଙ୍ଗ ସଂଗ୍ରହ କରି ଗ୍ରହୀତାଙ୍କ ଠାରେ ପ୍ରତ୍ୟାରୋପଣ କରାଯାଇଥାଏ। ତେବେ କୋରୋନା ମହାମାରୀ ସଂକ୍ରମଣ ଭାରତରେ ହେବା ପୂର୍ବରୁ ଏହି ପ୍ରକ୍ରିୟା ଓଡ଼ିଶାରେ ଯଦିଓ ପ୍ରତି ମାସରେ ୬ ରୁ ୮ ଟି ରୋଗୀଙ୍କ ଠାରେ କରାଯାଉଥିଲା। ମାତ୍ର ଏବେ ବନ୍ଦ ହୋଇଯାଇଛି। ତେବେ କାହିଁକି ଓ ଏହା ପଛରେ କଣ ରହିଛି କାରଣ..

ମହାପର୍ବରେ ବାଧକ କୋରୋନା

ଅଙ୍ଗଦାନ ପ୍ରକ୍ରିୟାରେ କୋରୋନା ପ୍ରଭାବ।ସଂକ୍ରମଣ ଭୟରେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଗତ ମାର୍ଚ୍ଚ ୪ ତାରିଖରେ ଏସସିବି ମେଡିକାଲରେ ଶେଷଥର ପାଇଁ ହୋଇଥିଲା କିଡନୀ ପ୍ରତ୍ୟାରୋପଣ। ଏହା ସଫଳ ହେବାପରେ ୨ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମାସେ ହେଲା ଓଡ଼ିଶାରେ କାଡାଭରିକ ପ୍ରତ୍ୟାରୋପଣ ହୋଇନାହିଁ। ତେବେ ଜୀବନ୍ତ ଅଙ୍ଗ ପ୍ରତ୍ୟାରୋପଣର ବି ସାମାନ ସ୍ଥିତି। କଟକ ବଡ଼ ମେଡିକାଲରେ ଗତ ମାର୍ଚ୍ଚ ୧୭ ଓ ୧୯ ତାରିଖରେ ଶେଷଥର ପାଇଁ ଜୀବନ୍ତ ଅଙ୍ଗ ପ୍ରତ୍ୟାରୋପଣ କରାଯାଇଥିଲା। ସେମାନେ ବି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କୋରୋନା ଆସିବା ପୂର୍ବରୁ ଓଡ଼ିଶାରେ ପ୍ରତି ମାସରେ ୬ ରୁ ୮ ଟି ଅଙ୍ଗ ପ୍ରତ୍ୟାରୋପଣ କରାଯାଉଥିଲା।ଏହି ସମସ୍ତ ପ୍ରକ୍ରିୟା ପ୍ରାୟ ଏକ ମାସ ହେବ ବନ୍ଦ ରହିଛି।

ଏହି ପ୍ରକ୍ରିୟା ପାଇଁ ଆଇସିୟୁ ବେଡ଼ର ଆବଶ୍ୟକତା ରହିଛି। ମେଡିକାଲ ଅଙ୍ଗ ପ୍ରତ୍ୟାରୋପଣ ବିଭାଗରେ ଯେଉଁ କର୍ମଚାରୀ କାମ କରୁଛନ୍ତି,ସେମାନଙ୍କ ମଧ୍ୟରୁ ଅଧିକାଂଶ କୋରୋନା ପାଇଁ ଟ୍ରେନିଂ ନେଉଛନ୍ତି। କିଛି କର୍ମଚାରୀ ମଧ୍ୟ କ୍ବାରେନଟାଇନରେ ଯାଇଛନ୍ତି। ସେହିପରି ରୋଗିପରିଜନ ମଧ୍ୟ ମେଡିକାଲକୁ ଆସିବା ରହିବାରେ ସମସ୍ୟା ରହିଛି।ଯେଉଁ କାରଣ ପାଇଁ ଏହି ସମୟରେ ଅଙ୍ଗ ପ୍ରତ୍ୟାରୋପଣ ସମ୍ଭବ ହୋଇପାରୁ ନଥିବା କିଡନୀ ବିଭାଗର ଡାକ୍ତର କହିଛନ୍ତି।

କୋରୋନା ଏକ ମହାମାରୀ ହୋଇଥିବାରୁ ଅଙ୍ଗ ଗ୍ରହୀତା ଓ ଅଙ୍ଗଦାତା, ଦୁଇ ଜଣଙ୍କ ମଧ୍ୟରେ ସଂକ୍ରମଣ ହେବାର ଆଶଙ୍କା ରହିଛି। କାରଣ ଯେଉଁ ବ୍ୟକ୍ତି ଅଙ୍ଗଦାନ କରିବେ,ସେ ଯଦି ସାଧାରଣ ଭାବରେ ଶ୍ବାସ ଜନିତ ରୋଗରେ ସଂକ୍ରମିତ ହୋଇ ପ୍ରାଣ ହରାଇ ଥାଆନ୍ତି । ତେବେ ତାଙ୍କ ଅଙ୍ଗ ଗ୍ରହୀତାଙ୍କ କ୍ଷେତ୍ରରେ ଲଗାଇବା ବିପଦ ହୋଇଥାଏ। ତେବେ ଏ ସମସ୍ତ ପରୀକ୍ଷା କରାଇ ରିପୋର୍ଟ ଆସିବାକୁ ପ୍ରାୟ ୭ ରୁ ୧୨ ଘଣ୍ଟା ସମୟ ଲାଗିଥାଏ।ତେବେ ରିପୋର୍ଟ ନେଗେଟିଭ ଆସିବା ପର୍ଯ୍ୟନ୍ତ ଅଙ୍ଗଟିକୁ ସକ୍ରିୟ ରଖିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥାଏ।ତେବେ ଯେଉଁ କାରଣ ରୁ ଏହି ଅଙ୍ଗଦାନ ପ୍ରକ୍ରିୟା ପ୍ରଭାବିତ ହେଉଥିବା ଭାରତ ଶରୀର ଅଙ୍ଗଦାନ ସଭାପତି କହିଛନ୍ତି।

ଗୋଟିଏ ଲିଭର ପ୍ରତ୍ୟାରୋପଣ ସମ ହସ୍ପିଟାଲରେ ହୋଇଥିଲା।ବାହାରୁ ଏକ ଵିଶେଷଜ୍ଞ ଡାକ୍ତରୀ ଦଳ ଏହାକୁ ସଫଳତାର ସହ କରିଥିଲେ।ସେହି ରୋଗୀ ସୁସ୍ଥ ଥିବା ସୂଚନା ମିଳିଛି।ଜାହା ଫଳରେ ଏହା ଅନ୍ୟ ରୋଗୀଙ୍କ ମନରେ ଆଶା ମଧ୍ୟ ସଞ୍ଚୟ କରିଥିଲା।କିନ୍ତୁ କରୋନା ସେମାନଙ୍କ ଆଶା କୁ ବେଶ ପ୍ରଭାବିତ କରିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 14, 2020, 8:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.