କଟକ: ପିଆଜ ଦରରୁ ଟିକିଏ ନିସ୍ତାର ମିଳିଛି କି ନାହିଁ ଏବେ ବେଲଗାମ ହୋଇଛି ଆଳୁଦର। କଟକ ଛତ୍ରବଜାର ପରିବା ମଣ୍ଡିରେ ଆଳୁଦର କିଲୋ ପ୍ରତି 35 ଟଙ୍କାରେ ବିକ୍ରୟ ହେଉଥିବା ବେଳେ ବଜାର ବାହାରେ ଏହା 35ରୁ 40 ଟଙ୍କା ଦରରେ ବିକ୍ରୟ ହେଉଛି।
ସେହିପରି ପ୍ରତ୍ୟକ ଦିନ ଛତ୍ରବଜାର ପରିବା ମଣ୍ଡି ପାଇଁ 7ରୁ10 ଟ୍ରକ ଆଳୁ ଆବଶ୍ୟକ ଥିଲାବେଳ ଏବେ ମାତ୍ର 2ଟି ଗାଡି ଆସୁଛି। ନୂଆ ଆଳୁ ଅମଳ ହେବା ପର୍ଯ୍ୟନ୍ତ ଦର ଏପରି ରହିବ ବୋଲି ବ୍ୟବସାୟୀ କହିଛନ୍ତି। ଅନ୍ୟପଟେ ଆଳୁ ଏକ ଅତ୍ୟାବଶ୍ୟକ ପରିବା ହୋଇଥିବାରୁ ଏହାର ଦର ବୃଦ୍ଧିକୁ ନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାର ଦର ନିୟନ୍ତ୍ରଣ କରିବାକୁ ଖାଉଟି ଅନୁରୋଧ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ