ETV Bharat / state

ବାଲିଯାତ୍ରା ପରେ ଗଡ଼ଗଡ଼ିଆ ଘାଟର ଆରମ୍ଭ ହେବ ସ୍ଥାୟୀ କାମ, କ୍ଷୋଭ ପ୍ରକାଶ କଲେ ସିଏମସି ମେୟର

author img

By ETV Bharat Odisha Team

Published : Nov 17, 2023, 7:52 PM IST

GadaGadia Ghat Work: ଅକ୍ଟୋବର 7 ତାରିଖରେ ବନ୍ୟାଜଳ ଦ୍ବାରା ବାଲିଯାତ୍ରା ପଡିଆ ନିକଟରେ ଥିବା ଗଡ଼ଗଡ଼ିଆ ପାହାଚର କିଛି ଅଂଶ ପାଣିରେ ଧସେଇ ଯାଇଥିଲା । ବର୍ତ୍ତମାନ ସମୟରେ ଘାଟର ଅସ୍ଥାୟୀ କାର୍ଯ୍ୟ ଆରମ୍ଭ ହେଇଥିଲା ବେଳେ ଏହାର ସ୍ଥାୟୀ କାର୍ଯ୍ୟ ବାଲିଯାତ୍ରା ପରଠୁ ଆରମ୍ଭ କରାଯିବ । ଅଧିକ ପଢନ୍ତୁ

ବାଲିଯାତ୍ରା ପରେ ଗଡ଼ଗଡ଼ିଆ ଘାଟର ଆରମ୍ଭ ହେବ ସ୍ଥାୟୀ କାମ, କ୍ଷୋଭ ପ୍ରକାଶ କଲେ ସିଏମସି ମେୟର
ବାଲିଯାତ୍ରା ପରେ ଗଡ଼ଗଡ଼ିଆ ଘାଟର ଆରମ୍ଭ ହେବ ସ୍ଥାୟୀ କାମ, କ୍ଷୋଭ ପ୍ରକାଶ କଲେ ସିଏମସି ମେୟର

ବାଲିଯାତ୍ରା ପରେ ଗଡ଼ଗଡ଼ିଆ ଘାଟର ଆରମ୍ଭ ହେବ ସ୍ଥାୟୀ କାମ, କ୍ଷୋଭ ପ୍ରକାଶ କଲେ ସିଏମସି ମେୟର

କଟକ: ବାଲିଯାତ୍ରା ପଡିଆ ନିକଟରେ ଥିବା ଗଡ଼ଗଡ଼ିଆ ପାହାଚ ଏବେବି ଧସିବା ଅବସ୍ଥାରେ । ଉକ୍ତ ବିପର୍ଯ୍ୟସ୍ତ ସ୍ଥିତି ବନ୍ୟା ଜଳ ପ୍ରବାହିତ ସମୟରେ ଘଟିଥିଲା । ସିଏମସି ପକ୍ଷରୁ ବ୍ୟାରିକେଡିଂ ସାହାଯ୍ୟରେ ଉକ୍ତ ସ୍ଥାନକୁ ସାଧାରଣ ଲୋକ ନ ଯିବା ପାଇଁ ମଧ୍ୟ ବାରଣ କରାଯାଇଛି । ଅକ୍ଟୋବର 7 ତାରିଖରେ ଯେତେବେଳେ ବନ୍ୟାଜଳ ମହାନଦୀରେ ପ୍ରବାହିତ ହେଉଥିଲା ସେହି ସମୟରେ ଗଡ଼ଗଡ଼ିଆ ଘାଟରେ ନିର୍ମାଣ ହେଇଥିବା ବଡ଼ ପାହାଚର କିଛି ଅଂଶ ପାଣିରେ ଧସେଇ ଯାଇଥିଲା । ଯାହା ଫଳରେ କଟକ ମହାନଗର ନିଗମ ବ୍ୟାରେଜ ଡିଭିଜନକୁ ଚିଠି ଲେଖି ବାଲିଯାତ୍ରା ପାଇଁ ସାମୟିକ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଯାତ୍ରା ସରିବା ପରେ ଏହାର ସମ୍ପୂର୍ଣ୍ଣ ସ୍ଥାୟୀ କାର୍ଯ୍ୟ ଆରମ୍ଭ ହେବ । ବାଲିଯାତ୍ରା ସମୟରେ ଏହି ସ୍ଥାନରେ କୌଣସି ବ୍ୟକ୍ତି ଅସୁବିଧାର ସମୁଖୀନ ହେବେନି ବୋଲି କହିଛନ୍ତି ସିଏମସି ମେୟର ସୁବାସ ସିଂ ।

ଏହା ମଧ୍ୟ ପଢନ୍ତୁ .....Bali Yatra: ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ ସବୁ ପ୍ରଚେଷ୍ଟାରେ ସିଏମସି

ତେବେ ପ୍ରାୟ ସତୁରୀ ଲକ୍ଷ ଟଙ୍କା ବ୍ୟୟରେ ମହାନଦୀର ଏହି ଗଡଗଡିଆ ଘାଟକୁ କଂକ୍ରିଟ ଘାଟ କରାଯାଇଥିଲା । କିନ୍ତୁ ମାତ୍ର ଦୁଇବର୍ଷ ଭିତରେ ଘାଟର ଅର୍ଦ୍ଧାଧିକ ଅଂଶ ମହାନଦୀରେ ଲୀନ ହେଇ ସାରିଲାଣି । ଵାକି ଅଧା ଅଂଶ ଏଭଳି ସ୍ଥିତିରେ ଅଛି ଯେ, ସେଠାକୁ ଯିବାକୁ ସାଧାରଣ ଲୋକଙ୍କୁ ଏବେ ପ୍ରଶାସନ ବାରଣ କରିଛି । ପ୍ରଶାସନ ପକ୍ଷରୁ ଏବେ ପୁରା ଘାଟକୁ ଵାରିକେଡିଂ କରାଯାଇଛି । ମହାନଦୀ ଵ୍ୟାରେଜ ଡିଭିଜନର ଏଭଳି ନିମ୍ନମାନର କାମ ପାଇଁ ସମ୍ପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ଵିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାଵି କରିଥିଲେ ବାରବାଟୀ ଵିଧାୟକ ମହମ୍ମଦ ମୋକିମ୍ ।

ଏହା ମଧ୍ୟ ପଢନ୍ତୁ ..... ସିଏମସି ଜମି ଦୁର୍ନୀତି ଘଟଣା, ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ସେପଟେ ଅତ୍ୟନ୍ତ ନିମ୍ନ ମାନର କାମରେ କ୍ଷୁବ୍ଧ ହୋଇ ଖୋଦ୍ ମେୟର ଏହି ନିର୍ମାଣ କାମର ତଦନ୍ତ ପାଇଁ ମହାନଦୀ ଵ୍ୟାରେଜ ଡିଭିଜନର ଚିଫ ଇଞ୍ଜିନିୟରଙ୍କୁ ଚିଠି ଲେଖିଥିଲେ । ବର୍ତ୍ତମାନ ସମୟରେ ଘାଟର ଅସ୍ଥାୟୀ କାର୍ଯ୍ୟ ଆରମ୍ଭ ହେଇଥିଲା ବେଳେ ଏହାର ସ୍ଥାୟୀ କାର୍ଯ୍ୟ ବାଲିଯାତ୍ରା ପରଠୁ ଆରମ୍ଭ କରାଯିବ ।

ସୂଚନା ଯୋଗ୍ୟ ଯେ ଗତ ବର୍ଷ ଇଣ୍ଡୋନେସିଆର ବାଲିରେ ଆୟୋଜିତ ଜି 20 ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକର ବାଲିଯାତ୍ରାକୁ ବେଶ ପ୍ରଶଂସା କରିଥିଲେ । ନଭେମ୍ବର ୨୭ ତାରିଖରୁ କଟକର ଐତିହାସିକ ଯାତ୍ରା ବାଲିଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଚଳିତବର୍ଷ ବାଲିଯାତ୍ରାକୁ ଜାତୀୟ ସ୍ତରୀୟ ମାନ୍ୟତା ଦେବାପାଇଁ ସିଏମସି ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି । ପୂର୍ବ ବୈଠକରେ କଟକ ଜିଲ୍ଲା ପ୍ରଶାସନ ଐତିହାସିକ ବାଲିଯାତ୍ରା ପାଇଁ ପ୍ଲଟ ପଞ୍ଜିକରଣ ଓ ଆବଣ୍ଟନ ନେଇ ତାରିଖ ଓ ନିୟମାବଳି ଘୋଷଣା କରିଥଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.