ETV Bharat / state

କଟକରେ ମଦ ବେପାର ବିରୋଧରେ ଗର୍ଜିଲା କଂଗ୍ରେସ

କଟକରେ ମାତ୍ରାଧିକ ମଦ ଦୋକାନ ଖୋଲାଯିବାକୁ ବିରୋଧ । ଅବକାରୀ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ପ୍ରତିବାଦ । ଅଧିକ ପଢନ୍ତୁ...

author img

By

Published : Aug 9, 2021, 3:56 PM IST

କଟକରେ ମଦ ବେପାର ବିରୋଧରେ ଗର୍ଜିଲା କଂଗ୍ରେସ
କଟକରେ ମଦ ବେପାର ବିରୋଧରେ ଗର୍ଜିଲା କଂଗ୍ରେସ

କଟକ: ସିଲଭର ସିଟିରେ ମାତ୍ରାଧିକ ମଦ ବେପାର ଓ ମଦ ଦୋକାନ ଖୋଲିବା ନିଷ୍ପତ୍ତି ବିରୋଧରେ ଗର୍ଜିଲା କଂଗ୍ରେସ । ସହରରେ ବୃଦ୍ଧି ପାଉଥିବା ମଦ ବ୍ୟବସାୟ ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ଅବକାରୀ ନିର୍ଦ୍ଦେଶାଳୟ ସମ୍ମୁଖରେ ଆନ୍ଦୋଳନ କରିଛି ଦଳ । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ବରେ ଶତାଧିକ କର୍ମୀ ସାମିଲ ହୋଇ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ ।

କଟକରେ ମଦ ବେପାର ବିରୋଧରେ ଗର୍ଜିଲା କଂଗ୍ରେସ

ସ୍କୁଲ,କଲେଜ, ମନ୍ଦିର, ମସଜିଦ ସାମ୍ନାରେ ଖୁଲମଖୋଲା ମଦ ଦୋକାନ ଖୋଲାଯିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ । ଏଥିପାଇଁ ଆଜିର ଯୁବଗୋଷ୍ଠୀ ତଳିତଳାନ୍ତ ହେଉଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ସେହିପରି ଯଦି ଆଗାମୀ ଦିନରେ କଟକରେ ମାତ୍ରାଧିକ ମଦ ଦୋକାନ ଖୋଲିବା ନେଇ ଅବକାରୀ କମିଶନର ନିର୍ଦ୍ଦେଶ ଦିଅନ୍ତି, ତେବେ କଂଗ୍ରେସ ଏହାର ଉଚିତ ଜବାବ ଦେବା ନେଇ ମଧ୍ୟ ଚେତାବନୀ ଦେଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.