ETV Bharat / state

ଷ୍ଟାର ପ୍ରଚାରକ ତାଲିକାରେ ନାହିଁ ମୋକିମଙ୍କ ନାମ, କହିଲେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବି - କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରୁ ମୋକିମଙ୍କ ନାଁ ବାଦ

ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରୁ କଟକ ବାରବଟୀ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ବାଦ ପଡିଛି । ତେବେ କଂଗ୍ରେସର ଜଣେ ସାଧାରଣ କର୍ମୀ ଭାବରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ମୋକିମ । ଅଧିକ ପଢ଼ନ୍ତୁ

ଷ୍ଟାର ପ୍ରଚାରକ ତାଲିକାରେ ନାହିଁ ମୋକିମଙ୍କ ନାଁ: କହିଲେ କଂଗ୍ରେସ ପାର୍ଥିଙ୍କ ପାଇଁ ପ୍ରଚାର କରିବି

author img

By

Published : Oct 15, 2022, 9:50 PM IST

କଟକ: ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଏଠାରେ କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି । ତେବେ ଉପନିର୍ବାଚନ ଷ୍ଟାର ପ୍ରଚାରକ ତାଲିକାରୁ କଟକ ବାରବଟୀ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ବାଦ ପଡିଛି । ନିଜ ଦଳର ଷ୍ଟାର ପ୍ରଚାରକ ତାଲିକାରେ ମୋକିମଙ୍କୁ ସ୍ଥାନ ଦେଇନି ଦଳ । ତେବେ ସେ କଂଗ୍ରେସର ଜଣେ ସାଧାରଣ କର୍ମୀ ଭାବରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ବୋଲି କହିଛନ୍ତି ।

ଷ୍ଟାର ପ୍ରଚାରକ ତାଲିକାରେ ନାହିଁ ମୋକିମଙ୍କ ନାଁ: କହିଲେ କଂଗ୍ରେସ ପାର୍ଥିଙ୍କ ପାଇଁ ପ୍ରଚାର କରିବି

ଗତ ମାସ ୧୯ ତାରିଖରେ ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ହୋଇଥିଲା । ଏହା ପରେ ଧାମନଗର ବିଧାନସଭା ଆସନ ଖାଲି ପଡ଼ିଛି । ଏଠାରେ ନଭେମ୍ବର ୩ ରେ ଉପନିର୍ବାଚନ ଅନୁଷ୍ଠିତ ହେବ । ୬ ରେ ଭୋଟ ଗଣତି ଓ ଫଳ ପ୍ରକାଶ ପାଇବ । ଏନେଇ ତିନି ଦଳର ରଣନୀତି ଆରମ୍ଭ ହୋଇ ଯାଇଛି । ବିଜେପି ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରାର୍ଥୀ କରିଛି । ବିଜେଡି ମହିଳା କାର୍ଡ ଖେଳିଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧ୍ୟାକ୍ଷା ଥିବା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି । ତେବେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିବା ପରେ ଆରମ୍ଭ ହୋଇଛି ଗଣନା । ତେବେ କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ଧାମନଗରବାସୀ ତାହା ସମୟ କହିବ ।

ସେପଟେ ବିବାଦ ଭିତରେ ରହିଥିବା କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଦଳୀୟ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ଦେଇନାହିଁ କଂଗ୍ରେସ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୋକିମ । ସେ କହିଛନ୍ତି, "ମୋତେ ଷ୍ଟାର ପ୍ରଚାରକ ତାଲିକାରେ ରଖା ଯାଇନଥିବାରୁ କିଛି ଅସୁବିଧା ନାହିଁ । ମୁଁ କଂଗ୍ରେସର ଜଣେ ସାଧାରଣ କର୍ମୀ । ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ମାନିବାକୁ ପଡିବ । ତେବେ ଷ୍ଟାର ପ୍ରଚାର ତାଲିକାରେ ନାଁ ନଥିଲେ ବି ମୁଁ କଂଗ୍ରେସ ପାଇଁ ପ୍ରଚାର କରିବି । ଧାମନଗର ନିର୍ବାଚନକୁ ମୁଁ ପ୍ରଚାର ପାଇଁ ଯିବି ଆଉ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବି ।"

ଇଟିଭି ଭାରତ, କଟକ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.