ETV Bharat / state

କଟକ ଜିଲ୍ଲାପାଳଙ୍କ ନାଁରେ କ୍ଷମତା ଅପବ୍ୟବହାର ଅଭିଯୋଗ

author img

By

Published : Jul 16, 2023, 10:26 AM IST

କଟକ ଜିଲ୍ଲାପାଳଙ୍କ ନାଁରେ କ୍ଷମତା ଅପବ୍ୟବହାର ଅଭିଯୋଗ ଆଣିଲେ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ । ଅଧିକ ପଢନ୍ତୁ

କଟକ ଜିଲ୍ଲାପାଳଙ୍କ ନାଁରେ କ୍ଷମତା ଅପବ୍ୟବହାର ଅଭିଯୋଗ
କଟକ ଜିଲ୍ଲାପାଳଙ୍କ ନାଁରେ କ୍ଷମତା ଅପବ୍ୟବହାର ଅଭିଯୋଗ
କଟକ ଜିଲ୍ଲାପାଳଙ୍କ ନାଁରେ କ୍ଷମତା ଅପବ୍ୟବହାର ଅଭିଯୋଗ

କଟକ: କଟକ ଜିଲ୍ଲାପାଳଙ୍କ ନାଁରେ କ୍ଷମତା ଅପବ୍ୟବହାର ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ । କଟକ ଜିଲ୍ଲାର ସାଧାରଣ ଲୋକେ ନିଜର ଖାସମାହାଲକୁ ସ୍ଥିତିବାନ କରିବା ପାଇଁ ଦୀର୍ଘ ବର୍ଷ ଧରି ତହସିଲଦାର ଅଫିସରୁ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି । କିନ୍ତୁ ବିଭିନ୍ନ ଆଳ ଦେଖାଇ ସେମାନଙ୍କ ଜମିର କିସମ ପରିବର୍ତ୍ତନ ହୋଇ ପାରୁନାହିଁ । ବର୍ଷ ବର୍ଷ ଧରି ନିଜ ଜମିର ପଟ୍ଟା ପାଇବା ପାଇଁ ପ୍ରଶାସନ ନିକଟକୁ ଦୌଡୁଥିବା ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନି । ଏହିଭଳି ସ୍ଥିତିରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଚାନ୍ଦିନୀ ଚୌକ ଅଞ୍ଚଳର ୟୁନିଟ ୧୩ରେ ଥିବା ତାଙ୍କର ଖାସ ମାହାଲ ଜମିର କିସମକୁ ସହଜରେ ସ୍ଥିତିବାନରେ ପରିବର୍ତ୍ତିତ କରିଦେଉଛନ୍ତି । ଯାହାକୁ ବିରୋଧ କରିଛନ୍ତି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ।

ଜିଲ୍ଲାପାଳଙ୍କ ନିଜ କ୍ଷମତାର ଅପବ୍ୟବହାର ନିଜ ଜମିର କିସମ ପରିବର୍ତ୍ତନ କରୁଥିବା ଅଭିଯୋଗ କରିଛନ୍ତି ମାନସ ଚୌଧୁରୀ । କଂଗ୍ରେସ ଜିଲ୍ଲା ସଭାପତି କହିଛନ୍ତି ଯେ, ଲୋକେ ନିଜ ଜମିକୁ ସ୍ଥିତିବାନ କରିବାକୁ ବାରମ୍ବାର ସରକାରୀ ଅଫିସ୍ ଦୌଡୁଥିଲେ ହେଁ କିସମ ପରିବର୍ତ୍ତନ ହେଉନି । ତେବେ ଯେଉଁ ଆଧାରରେ ଜିଲ୍ଲାପାଳ ଚୟନୀଙ୍କ ଜମିର କିସମ ପରିବର୍ତ୍ତନ ହେଲା ଯଦି ସେହି ଆଧାରରେ ଲୋକଙ୍କ ଏହି ସମସ୍ୟାର ସମାଧାନ କରାନଯାଏ ତା' ହେଲେ ଆଗାମୀ ସମୟରେ ଟଙ୍କା ଆଦାୟ କରି ତହସିଲଦାର କିମ୍ବା ଜିଲ୍ଲା ପ୍ରଶାସନର ଅଧିକାରୀଙ୍କୁ ସେହି ଟଙ୍କା ଦେଇ ସମସ୍ୟା ସମାଧାନ କରାଯିବ । ଏକ ସାମ୍ବାଦିକ ସମ୍ମିଳନୀ କରି ମାନସ ଏପରି ଚେତାବନୀ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ, ମୋକିମ ଓ ଚିରଞ୍ଜୀବ କଂଗ୍ରେସରୁ ନିଲମ୍ବିତ

ଏହାମଧ୍ୟ ପଢନ୍ତୁ: ଟିକେଟ ଦେଲେ କଂଗ୍ରେସରୁ ଲଢ଼ିବି, ନହେଲେ ସ୍ୱାଧୀନ: ମୋକିମ

ସେପଟେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ କହିଛନ୍ତି ଯେ, ଏ ବାବଦରେ ତାଙ୍କ ନିକଟରେ କୌଣସି ଖବର ନାହିଁ । ଜଣେ ସରକାରୀ କର୍ମଚାରୀ ହିସାବରେ ତାଙ୍କର ସବୁ ତଥ୍ୟ ସରକାରଙ୍କ ନିକଟରେ ଅଛି । କଂଗ୍ରେସ ନେତାଙ୍କ ମନ୍ତବ୍ୟ ସମ୍ପର୍କରେ ସେ କିଛି ଜାଣିନଥିବାରୁ ଏହା ଉପରେ ପ୍ରତିକ୍ରିୟା ଦେବାକୁ ଚାହୁଁନଥିବା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: କଟକରେ 6 ମାସରେ ହେବ ଦୂର ବିଦ୍ୟୁତ ଅସୁବିଧା: ମେୟର

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.