ETV Bharat / state

ଡ଼ବଲ ହେଲମେଟ ପିନ୍ଧିବା ନିୟମକୁ କଂଗ୍ରେସର ନିନ୍ଦା - Congress has condemned

ଡବଲ ହେଲମେଟ ପିନ୍ଧିବା ନିୟମକୁ କଂଗ୍ରେସର ନିନ୍ଦା । ଏହାରି ଭିତରେ କଟକରେ ଡବଲ ହେଲମଟ ଚେକିଂ ବ୍ୟବସ୍ଥା ମଧ୍ୟ କଡାକଡି ହୋଇଥିବାବେଳେ ଏହି ନିୟମକୁ ନିନ୍ଦା କରିଛି କଂଗ୍ରେସ ।

ଡବଲ ହେଲମେଟ ପିନ୍ଧିବା ନିୟମକୁ କଂଗ୍ରେସର ନିନ୍ଦା

author img

By

Published : Feb 3, 2021, 7:35 PM IST

କଟକ: ନୂଆବର୍ଷରୁ ବାଇକ ଆରୋହୀଙ୍କ ପାଇଁ ଲାଗୁ ହୋଇଥିବା ଡବଲ ହେଲମେଟ ପିନ୍ଧିବା ନିୟମକୁ କଂଗ୍ରେସର ନିନ୍ଦା । ସିଲଭରସିଟି ହେଉଛି ବାଉନ ବଜାର ତେପନ ଗଳି। ଏବେ ତ ଏହାର ପରିଧି ଆହୁରି ବଢ଼ି ଗଲାଣି। ଏହାରି ଭିତରେ କଟକରେ ଡବଲ ହେଲମଟ ଚେକିଂ ବ୍ୟବସ୍ଥା ମଧ୍ୟ କଡାକଡି ହୋଇଥିବାବେଳେ ଏହି ନିୟମକୁ ନିନ୍ଦା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁରେଶ ମହାପାତ୍ର।

ଡବଲ ହେଲମେଟ ପିନ୍ଧିବା ନିୟମକୁ କଂଗ୍ରେସର ନିନ୍ଦା

ସହରରେ ଯେତିକି ଗଳିକନ୍ଦି ରହିଛି, ଏହାରି ଭିତରେ ଯଦି ଲୋକେ ଡବଲ ହେଲମଟ ପିନ୍ଧିବେ । ତେବେ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେବେ । ବିଶେଷକରି କଟକର ଏପରି ସ୍ଥାନ ରହିଛି ଯେପରିକି ଚୌଧୁରୀ ବଜାର , କାଜି ବଜାର , ଗଙ୍ଗା ମନ୍ଦିର ଇତ୍ୟାଦି ଅଞ୍ଚଳରେ ଯଦି ଘରୁ ହେଲମଟ ପିନ୍ଧି ନିକଟ ବଜାର ଆସିବେ, ତେବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଯଦି ଏହି ନିୟମରେ ସୁଧାର ନଆସେ ତେବେ ଆଗାମୀ ଦିନରେ, ଡିସିପି ଅଫିସ ଆଗରେ ଗଣଧାରଣା ଦିଆଯିବ ବୋଲି ସ୍ପଷ୍ଟ କରିଛି କଂଗ୍ରେସ ।

ତେବେ ସୂଚନାଯୋଗ୍ୟ ଯେ, ନୂଆବର୍ଷରୁ ଗାଡି ଚାଳକଙ୍କ ପାଇଁ ଡବଲ ହେଳମେଟ ନିୟମ ଆହୁରି କଡାକଡି କରାଯାଇଛି । ଗାଡି ଚାଳକ ଓ ଗାଡି ପଛରେ ବସୁଥିବା ବ୍ୟକ୍ତିଙ୍କ ଉଭୟ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ନଚେତ ଡ୍ରାଇଭିଙ୍ଗ ଲାଇସେନ୍ସ ବାତିଲ କରିବାକୁ ନିୟମ କରାଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.