କଟକ: ଯୌନ ନିର୍ଯାତନା ମାମଲାରେ ଛନ୍ଦି ହୋଇଥିବା ସିଙ୍ଗର ସୌରିନ ଭଟ୍ଟଙ୍କ ଅଡୁଆ ବଢିବାରେ ଲାଗିଛି । ଲୁକ ଆଉଟ ନୋଟିସ ପରେ ଏବେ ସୌରନି ଭଟ୍ଟଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । କୋକକାତାର ବ୍ୟାଙ୍କ ଅଫ ବରୋଦା ଓ କର୍ପୋରେସନ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହେବ । ଏନେଇ ବ୍ୟାଙ୍କକୁ ଚିଠି ହୋଇଛି ।
ଗତକାଲି ସୌରିନଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ସର୍କୁଲାର୍ ଜାରି ହୋଇଛି । ଏହା ପରେ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯିବା ନେଇ ସୂଚନା ମିଳିଛି । କୋଲକାତାରେ ଥିବା କରପୋରେସନ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦାର ଦୁଇଟି ଆକାଉଣ୍ଟ ଫ୍ରିଜ ପାଇଁ ଚିଠି କରିଛି କମିଶନରେଟ ପୋଲିସ । ଜଣେ ଯୁବତୀଙ୍କୁ ବିବାହ କରିବାକୁ କହି ପ୍ରତାରଣା ଦେବା ଅଭିଯୋଗ ଫେରାର ଥିବା କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କୁ ଝଟକା ପରେ ଝଟକା ଲାଗିଛି । ଲୁକ ଆଉଟ ସର୍କୁଲାକ ଜାରି ପରେ ଏବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହେବ । ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ନାମଞ୍ଜୁର କରିଵା ପରେ ତାଙ୍କୁ ଠାବ କରିବା ପାଇଁ କଲିକୋତା ଯାଇଥିଲା ଏକ ସ୍ବତନ୍ତ୍ର ପୋଲିସ ଟିମ ମାତ୍ର ତାଙ୍କର କୌଣସି ପତ୍ତା ମିଳୁନାହିଁ ।
ଏହା ବି ପଢନ୍ତୁ...ମିଳୁନି ସୌରିନ ଭଟ୍ଟଙ୍କ ଖୋଜଖବର, କଣ୍ଠଶିଳ୍ପୀଙ୍କ ନାଁରେ ଲୁକ ଆଉଟ ନୋଟିସ୍
ଏହା ବି ପଢନ୍ତୁ...ଗିରଫ ହେବେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ ! ଟିମ ଗଠନ କରୁଛି ମହିଳା ଥାନା ପୋଲିସ
କଣ ଅଭିଯୋଗ: ସୌରିନ ଭଟ୍ଟ ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକାରୀ ଯୁବତୀ ଜଣକ ପେସାରେ ଜଣେ ବ୍ୟାଙ୍କ କର୍ମଚାରୀ । ଯୁବତୀ ଜଣକ ବ୍ୟାଙ୍କରେ କାମ କରିବା ସହ ତାଙ୍କର ଗୀତ ଗାଇବାର ନିଶା ରହିଥିଲା । ସେ ସୌରିନଙ୍କ ଫ୍ୟାନ ଥିଲେ । ଏକ ଷ୍ଟେଜର ଗୀତ ଗାଇବା ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା । ଉଭୟ ପରସ୍ପରକୁ ବିବାହ କରିବାକୁ ରାଜି ହୋଇଥିଲେ । ମାତ୍ର ସୌରିନ ବିବାହ କରିବାକୁ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଶାରିରୀକ ନିର୍ଯାତନା ସହ ୯ ଲକ୍ଷ ଟଙ୍କା ଠକେଇ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ଯୁବତୀ । ଏନେଇ ଯୁବତୀ ଜଣକ କଟକ ମହିଳା ଥାନାରେ ଅଭିଯୋଗ କରିଥିଲେ । ସୌରିନଙ୍କ ବିରୋଧରେ ଯୌନ ଶୋଷଣ ମାମଲା ରୁଜୁ କରିଥିବା କଟକ ମହିଳା ଥାନା ପୋଲିସ ଏହି ଘଟଣାର ତଦନ୍ତ କରୁଛି । ସୌରିନ ନିଜ ମୋବାଇଲ ସୁଇଚ୍ ଅଫ କରିଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇ ପାରିନଥିଲା ।
ଇଟିଭି ଭାରତ, କଟକ