ETV Bharat / state

ପବିତ୍ର ରଥଯାତ୍ରା ପାଇଁ ସିଲଭର ସିଟି ପ୍ରସ୍ତୁତ, କଡା ସୁରକ୍ଷା ବ୍ୟବସ୍ଥା - କଟକ

ହାତ ଗଣତି ଦିନ ରହିଲା ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ । ସିଲଭର ସିଟିରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ କଡା ନଜର ରଖିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jun 30, 2019, 2:54 PM IST

କଟକ: ଆଉ କେଇ ଦିନର ଅପେକ୍ଷା । ଭକ୍ତ ଓ ଭଗବାନଙ୍କ ମିଳନ ହେବ । ସେ ନେଇ ସିଲଭର ସିଟିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ବାଉନ ବଜାର ତେପନ ଗଳିରେ ମହାପ୍ରଭୁଙ୍କ ରଥ ଟାଣିବା ପାଇଁ ଚାହିଁ ବସିଛନ୍ତି ସହରବାସୀ । ଖୁବ ଶୀଘ୍ର ରଥ କାମ ଶେଷ କରିବେ ବୋଲି କମିଟି ମେମ୍ବର ମତ ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଜୁଲାଇ 4ରେ ଅନୁଷ୍ଠିତ ହେବ ପବିତ୍ର ଘୋଷାଯାତ୍ରା । ଶ୍ରୀକ୍ଷେତ ପୁରୀ ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ସେ ନେଇ ଜୋରସୋରରେ ଆଗେଇ ଚାଲିଛି ରଥ କାମ । ଭାଇଚାରାର ସହରରେ ମହାପ୍ରଭୁଙ୍କ ରଥ ଟାଣିବା ପାଇଁ କଟକବାସୀ ଚାହିଁ ରହିଥିବାବେଳେ ସହରର ଦୋଳମୁଣ୍ଡାଇ, ଚାନ୍ଦିନୀଚୌକ ଅଞ୍ଚଳରେ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଅନ୍ୟପଟେ ଏହାକୁ ସୁରୁଖୁରରେ ପରିଚାଳିତ କରିବା ପାଇଁ କମିଶନରେଟ ପୋଲିସ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏନେଇ ରଥ କମିଟିରେ ଆଲୋଚନା କରାଯିବା ସହ କଡା ନଜର ରଖିଛି ପୋଲିସ । କଟକର ପ୍ରମୁଖ ସ୍ଥାନମାନଙ୍କରେ 15 ପ୍ଲାଟୁନ ପୋଲିସ ମୁତୟନ କରାଯିବ ବୋଲି କହିଛନ୍ତି କଟକ ଡିସିପି ଅଖିଳେସ୍ୱର ସିଂ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଆସୁଛି ମହାପବିତ୍ର ରଥଯାତ୍ରା । ଯାହାକୁ ନେଇ ଚଳଚଞ୍ଚଳ ହୋଇପଡିଛି ସିଲଭରସିଟି । ବାଉନ ବଜାର ତେପନ ଗଳି ରେ ରଥ ଟାଣିବା ପାଇଁ ସମସ୍ତେ ରହିଛନ୍ତି ଚାହିଁ । କାରଣ ଏହି ଦିନରେ କାଳିଆ ସାଆନ୍ତ ଭକ୍ତ ଙ୍କ ପାଖକୁ ଆସିବେ । ଆଉ ଭକ୍ତ ଙ୍କୁ ଅପାର କରୁଣା ପ୍ରଦନ କରିବେ । ଏନେଇ କଟକ ର ପ୍ରମୁଖ ଦୋଳମୁଣ୍ଡେଇ ଚାନ୍ଦିନୀ ଚୌକ ଓ ରାଣୀହାଟ ଅଞ୍ଚଳ ରେ ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟ ରେ । ହାତରେ ଦୁଇ ଦିନ ଥାଇ ରଥ ର ଆମୂଳଚୁଳ କାମ ଶେଷ ହେବା ନେଇ ମତ ରଖିଛନ୍ତି କମିଟି ମେମ୍ବର ।

Body:ଭିଓ୧: ଆଉ କିଛି ଦିନର ଅପେକ୍ଷା ରଥଯାତ୍ରାକୁ । କାରଣ ଏହି ଦିନ ମହାପ୍ରଭୁ କାଳିଆ ସାଆନ୍ତେ ଶ୍ରୀମନ୍ଦିର ଛାଡି ଭକ୍ତ ର ଦ୍ୱାରା କୁ ଆସିବେ। ଯାହାଦ୍ୱରା ଭକ୍ତ ହୋଇଥାଏ କୃତ୍ୟକୃତ୍ୟ । ତେବେ ଦିନକୁ କେତେଦିନୁ ଅପେକ୍ଷା କରିଛି ସମଗ୍ର ସିଲଭରସିଟି । ଏହି ଭାଇଚାରା ର ସହର ରେ ସମସ୍ତେ ଏକ ହୋଇ ରଥ ଟାଣିଥନ୍ତି । ଯାହାଦ୍ୱାରା ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ । ତେବେ ରଥଯାତ୍ରା କୁ ଅଳ୍ପ ଦିନ ଥିବା ବେଳେ ସହର ର ପ୍ରମୁଖ ଦୋଳମୁଣ୍ଡେଇ , ଚାନ୍ଦିନୀଚୌକ ଅଞ୍ଚଳ ରେ ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଁଚିଛି ।

ବାଇଟ: ରଞ୍ଜନ ବିଶ୍ୱାଳ ( ଦୋଳମୁଣ୍ଡେଇ କିମିଟି ମେମ୍ବର )
ବାଇଟ: ମହମ୍ମଦ ମୁକିମ ( ବିଧାୟକ କଟକ ବାରବାଟୀ )
ବାଇଟ: ରଙ୍ଗ ମିସ୍ତ୍ରୀ

ଭିଓ୨: ଅନ୍ୟପଟେ ଏହି ବଡ଼ ଆୟୋଜନ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ କମିଶନରେଟ ପୋଲିସ । କିପରି ଭାବେ ଶାନ୍ତି ଶୃଂଖଳା ସହ ଘୋଷଯାତ୍ରା ଶେଷ ହେବ ସେ ଦିଗରେ ରଥ କମିଟି ସହ ଅଲୋଚନା କରିବା ସହ ଉକ୍ତ ସ୍ଥାନ ମାନଙ୍କରେ କଡା ନଜର ରଖିଛି ପୋଲିସ । ଯେହେତୁ କଟକ ର ଅନେକ ସ୍ଥାନ ରେ ଘୋଷଯାତ୍ରା ଅନୁଷ୍ଠିତ ହେବ ସେନେଇ ପ୍ରମୁଖ ସ୍ଥାନମାନଙ୍କରେ 15 ପ୍ଲାଟୁନ ପୋଲିସ ମୁତୟନ କରାଯିବ ବୋଲି କହିଛନ୍ତି କଟକ ଡିସିପି ଅଖିଳେସ୍ୱର ସିଂ ।

ବାଇଟ: ଅଖିଳେସ୍ୱର ସିଂ( କଟକ ଡିସିପି )

Conclusion:ଫାଭିଓ : ତେବେ ଘୋଷଯାତ୍ରା କୁ ରହିଲା ଅଳ୍ପ ଦିନ । ଯେଉଁଦିନ ମହାପ୍ରଭୁ ରାସ୍ତା ରେ ଆସି ଭକ୍ତ ସହ ଯୋଡିବେ ଭାବ । ଆଉ ଉଠିବ ପଡିବ ସିଲଭରସିଟି ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.