ETV Bharat / state

ଡକାୟତି ଉଦ୍ୟମ ପଣ୍ଡ: ୩ ଗିରଫ, ଭୁଜାଲି ସମେତ ୨ ରାଉଣ୍ଡ ଗୁଳି ଜବତ

କଟକ ସହରରେ ବଡଧରଣର ଡକାୟତି ଯୋଜନା କରୁଥିବା ସମୟରେ ଅପରାଧୀଙ୍କୁ କାବୁ କଲା କଟକ କମିଶନରେଟ ପୋଲିସ । ଅଧିକ ପଢନ୍ତୁ

author img

By

Published : Mar 16, 2022, 8:14 PM IST

ବଡ଼ ଧରଣର ଡକାୟତିକୁ ପଣ୍ଡ କଲା କମିଶନରେଟ ପୋଲିସ,୩ ଗିରଫ

କଟକ: ଦିନକୁ ଦିନ ରାଜ୍ୟରେ ଅପରାଧ ବଢିବାରେ ଲାଗିଛି। ତେବେ ଆଜି କଟକ କମିଶନରେଟ ପୋଲିସକୁ ବଡ଼ ସଫଳତା ମିଳିଛି। ଏକ ବଡ଼ ଧରଣର ଡକାୟତିକୁ ପଣ୍ଡ କରିଛି କଟକ କମିଶନରେଟ ପୋଲିସ। ଏକ ଡକାୟତି ଯୋଜନା କରୁଥିବା ସମୟରେ ଅପରାଧୀଙ୍କୁ କାବୁ କରିଛି ପୋଲିସ। ସେମାନଙ୍କୁ ପୋଲିସ ଗିରଫ କରିବା ସହ ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଜୀବନ୍ତ ଗୁଳି, ଦୁଇଟି ଭୁଜାଲି,ମୋବାଇଲ,ବାଇକ ଆଦିକୁ ଜବତ କରିଛି କମିଶନରେଟ ପୋଲିସ ।

କଟକ ଡିସିପିଙ୍କ ସୂଚନା ଅନୁଯାୟୀ କଟକ ମର୍କତ ନଗର ଥାନା ଅଞ୍ଚଳରେ କିଛି ଡକାୟତ ବଡଧରଣର ଡକାୟତି ପାଇଁ ଯୋଜନା କରୁଥିଲେ। ତେବେ ଖବର ପାଇ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ରେଡ଼ କରିବା ସହ ୩ ଡକାୟତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଅନ୍ୟ କିଛି ଡକାୟତମାନେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ । ତେବେ ଗିରଫ ହୋଇଥିବା ୩ ଡକାୟତଙ୍କ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.