ETV Bharat / state

ଚାକିରି ନାଁରେ ଠକେଇ, ୫ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

ହାଇକୋର୍ଟ, ଜୁଡିସିଆଲ ଏକାଡେମୀ ଓ ନ୍ୟାଶନାଲ ଲ-ୟୁନିଭରସିଟି ଆଦିରେ ନିଯୁକ୍ତି ଦେବାକୁ କହି ଠକେଇ ହୋଇଥିବା ଜଣାପଡିଛି । ଏନେଇ ଥାନାରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଇଛି କଟକ କମିଶନରେଟ ପୋଲିସ । ଅଧିକ ପଢନ୍ତୁ

author img

By

Published : Jun 16, 2022, 7:51 PM IST

ଚାକିରୀ ଦେବା ନାଁରେ ଠକେଇ, ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ

କଟକ: ଚାକିରି ଦେବାକୁ କହି ବଡ଼ ଧରଣର ଠକେଇ । ସବୁଠାରୁ ବଡ଼ କଥା ହେଉଛି, ଏଭଳି ଅଭିଯୋଗ ଅନ୍ୟ କେଉଁ ବେସରକାରୀ କିମ୍ବା ସରକାରୀ କାର୍ଯ୍ୟାଳୟରେ ନୁହେଁ ବରଂ ହାଇକୋର୍ଟ, ଜୁଡିସିଆଲ ଏକାଡେମୀ ଓ ନ୍ୟାଶନାଲ ଲ-ୟୁନିଭରସିଟି ଆଦିରେ ନିଯୁକ୍ତି ଦେବାକୁ କହି ଠକେଇ ହୋଇଥିବା ଜଣାପଡିଛି । ଏନେଇ ଥାନାରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଇଛି କଟକ କମିଶନରେଟ ପୋଲିସ । କଟକ ଡିସିପି ପିନାକ ମିଶ୍ରଙ୍କ ସୂଚନା ଅନୁଯାୟୀ, ଏହି ମାମଲଟିକୁ ପୋଲିସ ଅତି ଗମ୍ଭୀରତାର ସହ ନେଇ, ଲାଲବାଗ ଥାନାରେ ଆଇପିସିର ଧାରା ୪୧୯, ୪୨୦, ୪୬୮ ଓ ୪୭୧ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ମୋଟ ୫ ଜଣଙ୍କୁ ଗିରଫ କରାଯାଇଥିବା କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଗିରଫଦାରୀ ସଂଖ୍ୟା ବଢିପାରେ ଓ ଠକେଇରେ ବ୍ୟବହୃତ କିଛି ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି । ଘଟଣାର ମାଷ୍ଟରମାଇଣ୍ଡ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡିଛି । ଆବଶ୍ୟକ ପଡ଼ିଲେ ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ଡିସିପି କହିଛନ୍ତି । ମୁଖ୍ୟତଃ ଗ୍ରୁପ ୩ ଓ ଗ୍ରୁପ ୪ ପଦବୀ ଗୁଡିକରେ ନିଯୁକ୍ତି ଦେବାକୁ କହି ଅଭିଯୁକ୍ତ ଟଙ୍କା ଠକିନେଇଥିବା ଜଣାପଡିଛି । ନକଲି ପରିଚୟ ପତ୍ର ଦେଖାଇ, ବିଭିନ୍ନ ପଦ ପଦବୀରେ ଅଛି କହି ଠକେଇ କରୁଥିଲେ ଅଭିଯୁକ୍ତ । ମୋଟ କେତେ ଲୋକ ଠକେଇର ଶିକାର ହୋଇଛନ୍ତି, ସେନେଇ ତଦନ୍ତ ଜାରି ରହିଛି ବୋଲି ଡିସିପି କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.