ETV Bharat / state

ପୋଲିସ ଉପରେ ଆକ୍ରମଣ ଯୋଜନାବଦ୍ଧ କହିଲେ କମିଶନର, ଆହତଙ୍କୁ SCBରେ ଭେଟିଲେ - ପୋଲିସ ବିଜେପି ଯୁବମୋର୍ଚ୍ଚା ସଙ୍ଘର୍ଷ

ଲୋୟର ପିଏମଜିରେ ଗତକାଲି ବିଜେପି ଯୁବମୋର୍ଚ୍ଚା ମଧ୍ୟରେ ହୋଇଥିବା ସଙ୍ଘର୍ଷକୁ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାକୁ ଯୋଜନାବଦ୍ଧ ବୋଲି କହିଛନ୍ତି । ଅଧିକ ପଢନ୍ତୁ

Saumendra Priyadarshi on bjp yuva Morcha rally
cp on police bjp yuva Morcha clash
author img

By

Published : Mar 1, 2023, 3:54 PM IST

ପୋଲିସ ବିଜେପି ଯୁବମୋର୍ଚ୍ଚା ଖଣ୍ଡଯୁଦ୍ଧ

କଟକ: ରାଜଧାନୀର ଲୋୟର ପିଏମଜିରେ ଗତକାଲି ବିଜେପି ଯୁବମୋର୍ଚ୍ଚା ଏକ ବିଶାଳ ରାଲି କରିଥିଲା । ଏଥିରେ ପୋଲିସ ସହ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ମୁହାଁମୁହିଁ ହୋଇଥିଲା । ବିଧାନସଭା ଘେରାଉ ସମୟରେ ପୋଲିସ ଉପରକୁ ବିଜେପି କର୍ମୀ ଆକ୍ରମଣ କରିଥିଲେ । ବିଜେପି କର୍ମୀଙ୍କ ଆକ୍ରମଣରେ 21 ପୋଲିସ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଦୁଇ ପୋଲିସ ଅଧିକାରୀଙ୍କ ଏସସିବିରେ ଚିକିତ୍ସା ଜାରି ରହିଛି। ଆଜି ସେମାନଙ୍କୁ ଏସସିବିରେ ଭେଟିବା ସହିତ ଏହି ଘଟଣାକୁ ଯୋଜନାବଦ୍ଧ କହିଛନ୍ତି କମିଶନରେଟ ପୋଲିସ ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଏସସିବିରେ ଭର୍ତ୍ତି ହୋଇଥିବା ଏସିପି ଅମିତାଭ ମହାପାତ୍ର ଓ ସବ ଇନ୍ସପେକ୍ଟର ଦେବବ୍ରତ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପୋଲିସ କମିଶନର ଓ ଡିସିପି ଉଭୟଙ୍କୁ ଏସସିବିରେ ଭେଟିବା ସହ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏଭଳି ଘଟଣାକୁ ଉଭୟଙ୍କ ପରିବାର ନିନ୍ଦା କରିଛନ୍ତି। ଘଟଣା ଘଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର। 20ରୁ ଉର୍ଦ୍ଧ୍ବ ଜଣଙ୍କୁ ଚିହ୍ନଟ କରାଯାଇ କୋର୍ଟ ଚାଲାଣ କରଯାଇଛି। ଏହା ଏକ ପୂର୍ବ ନିର୍ଦ୍ଧାରିତ ଯୋଜନାବଦ୍ଧ ଆକ୍ରମଣ ଥିଲା । ପୋଲିସ ଉପରକୁ ଆକ୍ରମଣ କରିବା କେଉଁ ଦିଗକୁ ଇଙ୍ଗିତ କରୁଛି ତାହା ଜନତା ହିଁ କହିବେ । ବିଗତ ଦିନରେ ଅନେକ ଆନ୍ଦୋଳନକୁ କଡ଼ନ କରିଛି ପୋଲିସ। ହେଲେ ଗତକାଲି ଯେଉଁ ଘଟଣା ଘଟିଲା ତାହା ନିନ୍ଦନୀୟ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଏହା ବି ପଢନ୍ତୁ... ପୋଲିସ-ବିଜେପି ଯୁବମୋର୍ଚ୍ଚା ଖଣ୍ଡଯୁଦ୍ଧ: ଇରାଶିଷ ଆଚାର୍ଯ୍ୟଙ୍କ ସହ ୨୨କର୍ମୀ ଗିରଫ

ଗତକାଲି ଲୋୟର ପିଏମଜିରେ ପୋଲିସ ଉପରକୁ ଆକ୍ରମଣ ହୋଇଥିଲା । ଆହତ ପୋଲିସଙ୍କୁ ରାତିରେ କ୍ୟାପିଟାଲ ହସ୍ପିଟାଲରୁ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଜଣେ କଟକ ଜୋନ 2 ଏସିପି ଅମିତାଭ ମହାପାତ୍ର ହୋଇଥିବାବେଳେ ଅନ୍ୟଜଣେ ହେଉଛନ୍ତି ଏସଆଇ ଦେଵବ୍ରତ ମହାନ୍ତି। ଉଭୟଙ୍କୁ ଏସସିବି ଅଣାଯିବା ପରେ ପ୍ରଥମେ କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚକିତ୍ସା ଦେବା ପରେ ଉଭୟ ପୋଲିସ ଅଫିସ ଙ୍କୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି ।

ବାରିକେଡ ଭାଙ୍ଗି ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଅଭିମୁଖେ ବାହାରିଥିବା ବେଳେ ପୋଲିସ ଅଟକାଇବାକୁ ଉଦ୍ୟମ କରିଥିଲା । ଏହି ସମୟରେ ପୋଲିସ ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ପୋଲିସ ବିଜେପି କର୍ମୀଙ୍କ ଉପରକୁ ଲାଠିଚାର୍ଜ ମଧ୍ୟ କରିଥିଲା । ଏହି ଧସ୍ତାଧସ୍ତି ବେଳେ କିଛି ବିଜେପି ଓ ପୋଲିସ କର୍ମୀ ଆହତ ହୋଇଛନ୍ତି । ପୋଲିସ ଏସିପି ଅମିତାଭ ମହାପାତ୍ର ରକ୍ତାକ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ଘଟଣାରେ ମୋଟ 21 ଜଣ ପୋଲିସ ଆହତ ହୋଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.