ETV Bharat / state

Bali Yatra: ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ ସବୁ ପ୍ରଚେଷ୍ଟାରେ ସିଏମସି

author img

By ETV Bharat Odisha Team

Published : Nov 1, 2023, 7:25 PM IST

Updated : Nov 1, 2023, 7:46 PM IST

ବାଲିଯାତ୍ରାକୁ ଜାତୀୟ ସ୍ତରୀୟ ମାନ୍ୟତା ଦେବା ଲକ୍ଷ୍ୟରେ କଟକ ସିଏମସି । ନଭେମ୍ବର ୨୭ରୁ କଟକର ଐତିହାସିକ ଯାତ୍ରା ବାଲିଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଚଳିତବର୍ଷ ବାଲିଯାତ୍ରାକୁ ଜାତୀୟ ସ୍ତରୀୟ ମାନ୍ୟତା ଦେବାପାଇଁ ସିଏମସି ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଅଧିକ ପଢନ୍ତୁ

ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ପାଇଁ ସବୁ ପ୍ରଚେଷ୍ଟାରେ ସିଏମସି: ମେୟର

Bali Yatra

କଟକ: ସିଏମସି ଟାର୍ଗେଟରେ ବାଲିଯାତ୍ରା । ଚଳିତବର୍ଷ ବାଲିଯାତ୍ରାକୁ ଜାତୀୟ ସ୍ତରୀୟ ମାନ୍ୟତା ଦେବା ପାଇଁ ସିଏମସି ଆରମ୍ଭ କରି ଦେଇଛି ତାର ସମସ୍ତ ପ୍ରସ୍ତୁତି । ରାଜ୍ୟ ସରକାର ଯେଉଁ ଚିଠି ଲେଖିଥିଲେ ବାଲିଯାତ୍ରାକୁ ଜାତୀୟ ସ୍ତରୀୟ ମାନ୍ୟତା ପାଇଁ ତାହା ଚଳିତବର୍ଷ ପୂର୍ଣ୍ଣ କରାଯିବ । ଗୋଟିଏ ମାସ ପୂର୍ବରୁ କାଉନସିଲ ବୈଠକରେ ବାଲିଯାତ୍ରା ବ୍ଲୁ ପ୍ରିଣ୍ଟ ଶେଷ ହେଇଛି । ଗତ ବର୍ଷ ବାଲିଯାତ୍ରା ଯେତିକି ଆଡ଼ମ୍ବର ପୂର୍ଣ୍ଣ ହେଇଥିଲା । ଚଳିତବର୍ଷ ଆହୁରି ଜାକଜମକରେ ବାଲିଯାତ୍ରା କରାଯିବ ।

ଗତବର୍ଷ ବାଲିଯାତ୍ରାକୁ ବେଶ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଇଣ୍ଡୋନେସିଆ ବାଲିରେ ଜି20 ବୈଠକରେ ମୋଦି କଟକ ବାଲିଯାତ୍ରାକୁ ଏକ ସ୍ଵତନ୍ତ୍ର ବୋଲି କହିଥିଲେ । ରାଜ୍ୟ ସରକାର ମଧ୍ୟ ବାଲିଯାତ୍ରାକୁ ଜାତୀୟ ସ୍ତରୀୟ ମାନ୍ୟତା ପାଇଁ ଯେଉଁ ଚିଠି ଲେଖିଥିଲେ ତାହା ଚଳିତବର୍ଷ ପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି ମେୟର ସୁବାଷ ସିଂ । ତେଣୁ ଚଳିତବର୍ଷ ତାହା ନିଶ୍ଚୟ ରୂପେ ଜାତୀୟ ସ୍ତରୀୟ ମାନ୍ୟତା ପାଇବ ସେଥିପାଇଁ ସବୁ ବ୍ୟବସ୍ଥା ଜୋରଦାର ରହିଛି । ଏନେଇ ସବୁ ବିଭାଗକୁ ମଧ୍ୟ ତାଗିଦ କରାଯାଇଛି । ପରିମଳ, ପାନୀୟ ଜଳ, ବିଦ୍ୟୁତ, ପାର୍କିଂ, ଇତ୍ୟାଦି ପ୍ରମୁଖ ଦିଗକୁ କିପରି ସୁଚାର ରୂପେ କାର୍ଯ୍ୟକାରୀ କରାଯିବ ସେନେଇ ସବୁ କିଛି ଯୋଜନା ହେଇଛି ।

ହାତରେ ଆଉ ଅଳ୍ପ ଦିନ ବାକି ରହିଥିଲା ବେଳେ ସମୟ ପୂର୍ବରୁ ସବୁ କାର୍ଯ୍ୟ ଶେଷ କରାଯିବ ବୋଲି କହିଛନ୍ତି ମେୟର । ପୂର୍ବରୁ ବାଲିଯାତ୍ରା ବୈଠକରେ ଜିଲ୍ଲାପାଳ ନରହରି ସେଠି ସବୁ ପ୍ରକାର ଆଲୋଚନା ବିସ୍ତୃତ ଭାବରେ କରିଥିଲେ । ନଭେମ୍ବର 27ରୁ ଡ଼ିସେମ୍ବର 4 ପର୍ଯ୍ୟନ୍ତ ଏହି ଐତିହାସିକ ମେଳା କଟକରେ ଅନୁଷ୍ଠିତ ହେବ । ଗତବର୍ଷ ଭିଡ଼ ଯେପରି ଥିଲା ପାର୍କିଂରେ ସମସ୍ୟା ହୋଇଥିଲା । ତାହା ଏବର୍ଷ ହେବନି । ଚଳିତବର୍ଷ ପାର୍କିଂକୁ ଆହୁରି ବୃହତ୍ତର କରାଯିବ । ଯାହାଦ୍ୱାରା ଲୋକ ମାନେ ଆନନ୍ଦରେ ବାଲିଯାତ୍ରାର ମଜା ଉଠାଇ ପାରିବେ ।

ଏହା ମଧ୍ୟ ପଢନ୍ତୁ: ଐତିହାସିକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପୂର୍ବ ବୈଠକରେ ଐତିହାସିକ ବାଲିଯାତ୍ରା ପାଇଁ ପ୍ଲଟ ପଞ୍ଜିକରଣ ଓ ଆବଣ୍ଟନ ନେଇ ତାରିଖ ଓ ନିୟମାବଳୀ ଘୋଷଣା କରିଥିଲା କଟକ ଜିଲ୍ଲା ପ୍ରଶାସନ । ପୃଷ୍ଠପୋଷକ ବା Patronsଙ୍କ ପାଇଁ ଗତ ସୋମବାର ଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ଦୋଇଥିବା ବେଳେ ଏହା ନଭେମ୍ବର ୩ ପର୍ଯ୍ୟନ୍ତ ହେବ । ପ୍ରିମିୟମ ପୃଷ୍ଠପୋଷକ ପାଇଁ ୫ ହଜାରରୁ ୧୦ ହଜାର ବର୍ଗଫୁଟ ସ୍ଥାନ ନିର୍ଦ୍ଧାରିତ ହୋଇଥିବା ବେଳେ ଗୋଲ୍ଡ ପୃଷ୍ଠପୋଷକଙ୍କ ପାଇଁ ୧ ହଜାରରୁ ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ସ୍ଥାନ ନିର୍ଦ୍ଧାରିତ ହୋଇଛି । ଅନନ୍ୟ ବ୍ୟବସାୟୀ,ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟ ପ୍ଲଟ ନିଲାମ ହେବ। ୧ ନଭେମ୍ବରରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ନିଲାମ ପ୍ରକ୍ରିୟା ।

ଇଟିଭି ଭାରତ, କଟକ

Last Updated : Nov 1, 2023, 7:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.