ETV Bharat / state

କୋଭିଡ଼ ନିୟମ ଖିଲାପ, କୋଚିଂ ସେଣ୍ଟରକୁ ସିଲ କଲା ସିଏମସି - କୋଚିଂ ସେଣ୍ଟରରକୁ ସିଲ କଲା ସିଏମସି

କଟକରେ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କାୟା ବିସ୍ତାର କରୁଛି କୋରୋନା । କୋଭିଡ ନିୟମକୁ ପୁଣି କଡାକଡି କରାଯାଇଥିବାବେଳେ ଏହି ନିୟମ ଉଲ୍ଲଙ୍ଘନ କରିଥିବା ଏକ କୋଚିଂ ସେଣ୍ଟରକୁ ସିଲ କରିଛି ସିଏମସି । ଅଧିକ ପଢନ୍ତୁ...

କୋଭିଡ଼ ନିୟମ ଖିଲାପ, କୋଚିଂ ସେଣ୍ଟରକୁ ସିଲ କଲା ସିଏମସି

author img

By

Published : Mar 25, 2021, 8:45 PM IST

କଟକ: ସହରରେ ବଢୁଛି କୋରୋନା ସଂକ୍ରମଣ । ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପୁଣି କାୟା ବିସ୍ତାର କରୁଛି କୋରୋନା । ଯାହାକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଥିବାବେଳେ ଅନ୍ୟପଟେ ଏହି ଚିନ୍ତାକୁ ଦ୍ବିଗୁଣିତ କରୁଛନ୍ତି ଅମାନିଆ । ଏଣୁ ଅମାନିଆଙ୍କୁ ସାବାଡ଼ କରିବାକୁ ତତ୍ପରତା ଦେଖାଇଛି ସିଏମସି ।

କୋଭିଡ଼ ନିୟମ ଖିଲାପ, କୋଚିଂ ସେଣ୍ଟରକୁ ସିଲ କଲା ସିଏମସି

କୋଭିଡ଼ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଗୁରୁବାର ପ୍ରଥମେ ଏକ ମଲ ସିଲ କରାଯାଇ ଥିବାବେଳେ ଏବେ ଏକ କୋଚିଂ ସେଣ୍ଟରକୁ ସିଲ କରିଛି ସିଏମସି । କଟକ ଚଣ୍ଡୀ ଛକରେ ଚାଲିଥିବା ଏକ କୋଚିଂ ସେଣ୍ଟରକୁ କୋଭିଡ଼ ନିୟମ ଖିଲାପ ଅଭିଯୋଗରେ ସିଲ କରାଯାଇଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

କୋଭିଡ଼ ନିୟମ ଉଲ୍ଲଙ୍ଘନ କରି କୋଚିଂ ସେଣ୍ଟରଟି ଚାଲୁଥିବା ନେଇ ସିଏମସି ଖବର ପାଇଥିଲା । ଏହାପରେ ସିଏମସିର ସ୍ୱତନ୍ତ୍ର ସ୍କ୍ୱାର୍ଡ ସେଠାରେ ପହଞ୍ଚି କୋଚିଂ ସେଣ୍ଟରକୁ ସିଲ କରିଛି । ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି । ଏହାସହ କୋଭିଡ ଯାଞ୍ଚ ପ୍ରକ୍ରିୟା ଆହୁରି କଡାକଡି କରାଯିବ ନେଇ ମଧ୍ୟ ସୂଚନା ଦେଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.