ETV Bharat / state

ଆସ ଯିବା ବାଲିଯାତ୍ରା, ବିଭିନ୍ନ ଜିଲ୍ଲା ବୁଲିବ CMCର ପ୍ରଜ୍ଞାପନ ମେଢ଼ - cmc rally for Baliyatra rules

ଐତିହାସିକ ବାଲିଯାତ୍ରା ଆସନ୍ତା ମଙ୍ଗଳବାର ଉଦଘାଟିତ ହେବ । ଏଥର ବାଲିଯାତ୍ରା ନୂଆ କଳେବରରେ ଆକର୍ଷଣୀୟ ଢଙ୍ଗରେ ହେଉଥିବାରୁ ଏହାର ପ୍ରଚାର ପ୍ରସାର ପାଇଁ ବାହାରିଛି ପ୍ରଜ୍ଞାପନ ଶୋଭାଯାତ୍ରା । ଅଧିକ ପଢନ୍ତୁ

ଆସ ଯିବା ବାଲିଯାତ୍ରା , ସିଏମସି ପକ୍ଷରୁ ପ୍ରଜ୍ଞାପନ ମେଢ଼ ବୁଲିବ ବିଭିନ୍ନ ଜିଲ୍ଲା

author img

By

Published : Nov 6, 2022, 7:37 PM IST

କଟକ: ଆଉ ଗୋଟିଏ ଦିନ ପରେ ଉଦଘାଟିତ ହେବ ଐତିହାସିକ ବାଲିଯାତ୍ରା । କଟକ ବାଲିଯାତ୍ରାକୁ ନେଇ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଏଥର ବାଲିଯାତ୍ରା ନୂଆ କଳେବରରେ ଆକର୍ଷଣୀୟ ଢଙ୍ଗରେ ହେଉଥିବାରୁ ଏହାର ପ୍ରଚାର ପ୍ରସାର ପାଇଁ ବାହାରିଛି ପ୍ରଜ୍ଞାପନ ଶୋଭାଯାତ୍ରା । ଏହା କଟକ, ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ବୁଲି ଲୋକଙ୍କୁ ବାଲିଯାତ୍ରା ଦେଖିବାକୁ ଆସିବା ପାଇଁ ସନ୍ଦେଶ ବାଣ୍ଟିବେ।

ଆସ ଯିବା ବାଲିଯାତ୍ରା , ବିଭିନ୍ନ ଜିଲ୍ଲା ବୁଲିବ CMCର ପ୍ରଜ୍ଞାପନ ମେଢ଼

ତେବେ ଏଥର ବେଶ ଜାକଜମକରେ ହେଉଛି କଟକ ଐତିହାସିକ ବାଲିଯାତ୍ରା । ଉପର ଓ ତଳ ପଡିଆରେ ବଡବଡ ଷ୍ଟଲ୍‌ ସାଙ୍ଗକୁ ଭିନ୍ନଭିନ୍ନ ପ୍ରକାରର ଦୋଳି, ମୀନା ବଜାର, ଓରମାସ୍‌ ଷ୍ଟଲ୍‌ ଲାଗିଛି । ରାଜ୍ୟ ଭିତର ଓ ବାହାରୁ ବହୁ ବ୍ୟବସାୟୀ ନିଜ ସାମଗ୍ରୀ ଧରି ବାଲିଯାତ୍ରାକୁ ଆସୁଛନ୍ତି । ଏଥି ସହିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଦିନ ସଂଧ୍ୟାରେ ଆୟୋଜିତ ହେବ । ଏଥିସହ ସୁସ୍ୱାଦୁ ଖାଦ୍ୟର ପସରା ଖୋଲିବ । ଆଉ ମେଳାର ପ୍ରଚାରପ୍ରସାର ପାଇଁ ବାଲିଯାତ୍ରା ପଡିଆରୁ ବାହାରିଛି ଏକ ସୁନ୍ଦର ପ୍ରଜ୍ଞାପନ ଶୋଭାଯାତ୍ରା । ପାରମ୍ପରିକ ଯୋଡି ଶଙ୍ଖ, ବନାଟି ସମର କଳା ସାଙ୍ଗକୁ ବାଲିଯାତ୍ରାର ଐତିହ୍ୟର ନିଦର୍ଶନ ଥିବା ଏକ ସୁନ୍ଦର ପ୍ରଜ୍ଞାପନ ମେଢ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକ ବୁଲି ବାଲିଯାତ୍ରାର ସନ୍ଦେଶ ଦେବ ।

ଫଳରେ ବାଲିଯାତ୍ରାର କଳେବର, ଗୌରବ ଓ ବ୍ୟବସାୟିକ ଭିତ୍ତିଭୂମି ଦେଖିବାକୁ ଅଧିକରୁ ଅଧିକ ଲୋକ ଏଥର କଟକ ଆସିବେ । ତେବେ ଏନେଇ କଟକ ମେୟର ସୁବାସ ସିଂ କହିଛନ୍ତି, "କଟକ ବାଲିଯାତ୍ରା ଏକ ଐତିହାସିକ ବାଲିଯାତ୍ରା ଏହା ସହିତ ଏହା ବାଣିଜ୍ୟ ଓ ନୌବାଣିଜ୍ୟ ଆଦିର ଦୀର୍ଘ ଶହ ବର୍ଷ ର ସମ୍ପୃକ୍ତି ଅଛି । ଏନେଇ ଏହାକୁ ଜାତୀୟ ମାନ୍ୟତା ଦେବା ପାଇଁ ଏହି ପ୍ରଜ୍ଞାପନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। "

ଇଟିଭି ଭାରତ,କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.