ETV Bharat / state

ମଲରେ ବିକ୍ରି ହେଉଛି ଏକ୍ସପାଏରୀ ଡେଟ ନଥିବା ସାମଗ୍ରୀ, ଫୁଡ ସେକ୍ସନ ସିଲ୍‌ କଲା CMC - ମଲରେ ଫୁଡ ସେକ୍ସନ ସିଲ କଲା CMC

ଲୋଭନୀୟ ଅଫର ଦେଖାଇ ମଲରେ ବିକ୍ରି ହେଉଛି ବିଷାକ୍ତ ଖାଦ୍ୟ । କଟକର ଏକ ମଲରୁ ଏକ୍ସପାଏରୀ ଡେଟ ନଥିବା ୨୦ରୁ ଊର୍ଦ୍ଧ୍ବ ପ୍ରକାର ବ୍ରାଣ୍ଡର ପ୍ରାୟ ୨ ହଜାର ପ୍ୟାକେଟ ଖାଦ୍ୟ ସାମଗ୍ରୀକୁ ଜବତ କରାଯାଇଛି । ଅଧିକ ପଢ଼ନ୍ତୁ

cmc health department raid on mall
କଟକ ମଲରେ CMCର ଚଢ଼ାଉ
author img

By

Published : Mar 31, 2023, 10:05 PM IST

Updated : Mar 31, 2023, 10:11 PM IST

କଟକ ମଲରେ CMCର ଚଢ଼ାଉ

କଟକ: ଆପଣମାନେ ମଲ୍‌ରୁ ଖାଦ୍ୟ ସାମଗ୍ରୀ କିଣୁଛନ୍ତି କି ? ହୁସିଆର କିଣିବା ସମୟରେ ପ୍ୟାକେଟ ଉପରେ ଥିବା ତିଆରି ଓ ବ୍ୟବହାରର ଶେଷ ତାରିଖକୁ ଭଲ ଭାବରେ ଦେଖି ନିୟନ୍ତୁ, ନଚେତ ଠକାମୀର ଶିକାର ହୋଇପାରନ୍ତି । କାହିଁକି ନା ଏବେ ମଲ୍‌ରେ ଏକ୍ସପାଏରୀ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି । କଟକ ସ୍ଥିତ ଏକ ମଲ୍‌ରେ ବିକ୍ରି ହେଉଥିଲା ଅନୁପଯୁକ୍ତ ଖାଦ୍ୟ ସାମଗ୍ରୀ ।

ଗୋଟିଏ କି ଦୁଇଟି ନୁହେଁ ୨୦ରୁ ଊର୍ଦ୍ଧ୍ବ ପ୍ରକାର ବ୍ରାଣ୍ଡର ପ୍ରାୟ ୨ ହଜାର ପ୍ୟାକେଟ ଖାଦ୍ୟ ସାମଗ୍ରୀକୁ ଜବତ କରାଯାଇଛି । ଏକ ଅଭିଯୋଗ ଆଧାରରେ ଗୁରୁବାର ପ୍ରଥମେ ପୋଲିସ ଓ ଆଜି(ଶୁକ୍ରବାର) ସିଏମସି ସ୍ୱାସ୍ଥ୍ୟ ବିଭାଗ ଏବଂ ଓଜନ ମାପ ବିଭାଗ ବାଦାମବାଡ଼ି ସ୍ଥିତ ଏକ ମଲ ଉପରେ ମିଳିତ ଭାବେ ଚଢ଼ାଉ କରିଛି । ଥରେ ବିକ୍ରି ପାଇଁ ସୋ କେଶ୍‌ରେ ଥିବା ପ୍ରାୟ ୨୦ ପ୍ରକାର ବ୍ରାଣ୍ଡର ପ୍ୟାକେଟ ଖାଦ୍ୟ ଅନୁପଯୁକ୍ତ ବୋଲି ଜଣାପଡ଼ିଛି । ସମସ୍ତ ସାମଗ୍ରୀ ଜବତ ସହିତ ଫୁଡ ସେକ୍ସନକୁ ସିଲ୍‌ କରାଯାଇଛି । ଏହି ମଲ୍‌ରୁ ପ୍ୟାକେଟ ଖାଦ୍ୟ କିଣିଥିବା ଜଣେ ଖାଉଟିଙ୍କ ଅଭିଯୋଗକୁ ଭିତ୍ତି କରି ଗୁରୁବାର ମଲ୍‌ ଉପରେ ଚଢ଼ାଉ କରିଥିଲା କମିଶନରେଟ ପୋଲିସ । ଚଢ଼ାଉ ସମୟରେ ଚାଞ୍ଚଲ୍ୟକାର ତଥ୍ୟ ସାମ୍ନାକୁ ଆସିଥିଲା । ଏକ୍ସପାଏରୀ ସାମଗ୍ରୀକୁ ବିକ୍ରି କରିବା ପାଇଁ ମଲ କର୍ମଚାରୀ ପ୍ୟାକେଟ ଉପରେ ଥିବା ତାରିଖକୁ କେମିକାଲ ଦ୍ଵାରା ଲିଭାଇ ଦେଉଥିଲେ । ତେବେ ଏହି ଘଟଣା ମଲରେ ମିଳୁଥିବା ଖାଦ୍ୟ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏନେଇ ସିଏମସି ସ୍ବାସ୍ଥ୍ୟ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ମହାପାତ୍ର ସୂଚନା ଦେଇ କହିଛନ୍ତି," ବର୍ତ୍ତମାନ ଏହି ଘଟଣା ଘଟିବା ପରେ କଟକର ସମସ୍ତ ମଲରେ ରୀତିମତ ଭାବେ ଚଢ଼ାଉ କରାଯିବ । ଖାଦ୍ୟ ପ୍ୟାକେଟରେ ମିଳୁଥିବା ଖାଦ୍ୟ ଗୁଡ଼ିକ ଉପଯୁକ୍ତ ନା ନାହିଁ ତାର ଯାଞ୍ଚ କରାଯିବ । ଏଥିସହ ସମ୍ପୃକ୍ତ ମଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।" ତେବେ ପୂର୍ବରୁ କଟକରେ ଅନେକ ସମୟରେ ଅପମିଶ୍ରିତ ସାମଗ୍ରୀ ଜବତ ହୋଇଛି । ଲଙ୍କାଗୁଣ୍ଡ, ହଳଦୀ, ମସଲା, ସସ ଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀରେ ଅପମିଶ୍ରିତ ହେଉଥିବା ଖବର ସାମ୍ନାକୁ ଆସିଛି । ତେଣୁ ବର୍ତ୍ତମାନ ମଲ୍‌ରେ ଏପରି ଖାଦ୍ୟ ସାମଗ୍ରୀ ବିକ୍ରିକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ । ଆଗମୀ ଦିନରେ ଏପରି ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି ଜୋନ ୬ ଏସିପି ।

ଇଟିଭି ଭାରତ, କଟକ

Last Updated : Mar 31, 2023, 10:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.