ETV Bharat / state

କାର ଛାଡି ଦୁଇ ଚକିଆ ଯାନରେ ବୁଲିବାକୁ CMC ଅଫିସରଙ୍କୁ ତାଗିଦ କଲେ ମେୟର - ସିଏମସି ମେୟରଙ୍କ ତାଗିଦ

ସିଏମସି କର୍ମଚାରୀ ଓ ଯାଇକା କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ସିଏମସି ମେୟର । କାର ଛାଡି ଦୁଇ ଚକିଆ ଯାନରେ ବୁଲନ୍ତୁ ସିଏମସି କର୍ମଚାରୀ । ଗଳିକନ୍ଦି ବୁଲି ସ୍ଥିତିକୁ ଅନୁଧ୍ୟାନ କଲେ ହିଁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି କହିଛନ୍ତି ସିଏମସି ମେୟର ସୁବାଷ ସିଂ। ଅଧିକ ପଢନ୍ତୁ

କାର ଛାଡି ଦୁଇ ଚକିଆ ଯାନରେ ବୁଲିବାକୁ ସିଏମସି ଅଫିସରଙ୍କୁ ତାଗିଦ କଲେ ମେୟର

author img

By

Published : May 13, 2022, 10:08 PM IST

କଟକ: କାର ଛାଡି ଦୁଇ ଚକିଆ ଯାନରେ ବୁଲନ୍ତୁ ସିଏମସି କର୍ମଚାରୀ । ଗଳିକନ୍ଦି ବୁଲି ସ୍ଥିତିକୁ ଅନୁଧ୍ୟାନ କଲେ ହିଁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି କହିଛନ୍ତି ସିଏମସି ମେୟର ସୁବାଷ ସିଂ । ଆଜି(ଶୁକ୍ରବାର) କଟକ ମହାନଗର ନିଗମର ଦ୍ଵିତୀୟ କାଉନସିଲ ବୈଠକରେ ଏମିତି କିଛି କଡା ତାଗିଦା କରିଛନ୍ତି ମେୟର । ସିଏମସି କର୍ମଚାରୀ ଓ ଯାଇକା କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ମେୟର । ବିଶେଷ କରି ଜେଇ ମାନଙ୍କୁ ତାଗିଦ କରିବା ସହ, ସଠିକ ଢଙ୍ଗରେ କାର୍ଯ୍ୟ ନକଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ।

କାର ଛାଡି ଦୁଇ ଚକିଆ ଯାନରେ ବୁଲିବାକୁ ସିଏମସି ଅଫିସରଙ୍କୁ ତାଗିଦ କଲେ ମେୟର

ଭୁବନେଶ୍ବର ତଥା କଟକ ବାହାରୁ ସିଏମସିକୁ ଯିବା ଆସିବା କରି ଚାକିରୀ କରୁଥିବା କର୍ମଚାରୀ ସମୟରେ ଅଫିସ ଆସିବାକୁ ତାଗିଦ କରିଛନ୍ତି ମେୟର । ଆଜି ନାଳରୁ ପଙ୍କ ଉଦ୍ଧାର ବିଷୟକୁ ନେଇ ମୁଖ୍ୟତଃ ବୈଠକରେ ଆଲୋଚନା କରାଯାଇଥିଲା । ଖାଲ-ଖମା ରାସ୍ତା-ଘାଟ, ଦୁର୍ବଳ ଡ୍ରେନେଜ, ଜଳବନ୍ଦୀ ସମସ୍ୟା ଆଦି ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ବୈଠକରେ ଉଠାଇଥିଲେ ଉଭୟ ଶାସକ ଏବଂ ବିରୋଧୀ ଦଳର କର୍ପୋରେଟର । ମୌସୁମୀ ପୂର୍ବରୁ ସହରରେ ଡ୍ରେନ ଗୁଡିକରୁ ପଙ୍କ ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି କାର୍ଯ୍ୟ ସଠିକ ଢଙ୍ଗରେ ହେଉନଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ କର୍ପୋରେଟର ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.