ETV Bharat / state

ଚମକିବ କଟକ ପୁରୁଣା ଜେଲ, ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ

author img

By

Published : Dec 4, 2022, 10:05 AM IST

ବଦଳିବ ସ୍ୱାଧୀନତା ସଂଗ୍ରାମର ସ୍ମାରକୀ ବହନ କରୁଥିବା ବ୍ରିଟିଶ ଅମଳର ପୁରାତନ ଜେଲର ରୂପରେଖ । ଏଥି ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।

ନୂଆ ରୂପ ପାଇବ କଟକ ପୁରୁଣା ଜେଲ
ନୂଆ ରୂପ ପାଇବ କଟକ ପୁରୁଣା ଜେଲ

କଟକ: ବଦଳିବ କଟକର ପୁରୁଣା ଜେଲର ରୂପରେଖ । ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମ ସ୍ଥାନ ସଂଗ୍ରହାଳୟ ନିକଟରେ ଥିବା ବ୍ରିଟିଶ ଅମଳର ପୁରୁଣା ଜେଲର ହେବ ଉନ୍ନତିକରଣ । ଏହାସହ ନେତାଜୀ ସେବା ସଦନର ଉନ୍ନତି ପାଇଁ ଖୁବଶୀଘ୍ର ପ୍ରସ୍ତୁତ ହେବ ଏକ ମାଷ୍ଟର ପ୍ଲାନ । ଏଥି ପାଇଁ ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ, ସିଏମସି କମିସନର ନିଖିଳ ପବନ କଲ୍ୟାଣ, କଟକ ସାଂସଦ ଭର୍ତ୍ତୃହରି ମହତାବ ଅନ୍ୟ ଅଧିକାରୀଙ୍କ ସହ ପୁରା ଅଞ୍ଚଳ ବୁଲି ଦେଖିଛନ୍ତି । ପୁରୁଣା ଜେଲ ପରିସରରେ ଏକ ଶିଶୁ ଉଦ୍ୟାନ କରିବାକୁ ନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ୨୦ ଲକ୍ଷ ଟଙ୍କା ବ୍ୟୟରେ କାମ ଆରମ୍ଭ ହୋଇ ଖୁବଶୀଘ୍ର ଶେଷ କରାଯିବା ନେଇ ଲକ୍ଷ୍ୟ ରଖିଛି ସିଏମସି ।

ନୂଆ ରୂପ ପାଇବ କଟକ ପୁରୁଣା ଜେଲ

ଏହାର ଉନ୍ନତି ପାଇଁ ବାରମ୍ବାର ଯୋଜନା ହେଉଥିଲେ ମଧ୍ୟ ଏହି ସ୍ଥାନର ଅବସ୍ଥା ଯଥା ପୂର୍ଵମ ତଥା ପରମ । ଐତିହାସିକ ପୁରୁଣା ଜେଲ ଆଗରେ ପୁରୁଣା ଗାଡି ପଡି ରହିଛି । ଗୋଟିଏ କି ଦୁଇଟା ନୁହେଁ ବରଂ ୫୦ ରୁ ଅଧିକ ପୁରୁଣା ଗାଡି ପଡି ରହିଛି ଏହି ସ୍ଥାନରେ । କେବଳ ସେତିକି ନୁହେଁ ସହରର ବୁଲା ଗାଈଙ୍କ ପାଇଁ ଗୁହାଳ ପାଲଟିଛି ଏହି ଐତିହାସିକ ସ୍ଥାନ ।

ପୂର୍ବରୁ ପୁରୁଣା ଜେଲର ନବୀକରଣ ପାଇଁ ୨୦୨୧୦ ମସିହାରେ ଇନଟାକକୁ ଦିଆଯାଇଥିଲା କାର୍ଯ୍ୟ । କାମ ଆରମ୍ଭ ହୋଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଇଥିଲା । ତଥାପି କାମ ସରିଲାନି, ଆଉ ଏବେ ଜବରଦଖଲକାରୀଙ୍କ କବଜାରେ ଏହି ସ୍ଥାନ । ବେଆଇନ ଭାବେ ଗାଡ଼ି ପାର୍କିଂ କରିବା ସହ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ପୁରୁଣା ଜେଲ ପରିସର । ତେବେ ଖୁବଶୀଘ୍ର ବେଆଇନ ଭାବେ ଜବରଦଖଲ କରି ଗଢି ଉଠିଥିବା ଦୋକାନ ଘର ଗୁଡିକୁ ଉଚ୍ଛେଦ କରାଯିବା ସହ ପୁରୁଣା ଜେଲ ଏବଂ ନେତାଜୀ ସଂଗ୍ରହାଳୟର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳାଯିବ ବୋଲି କହିଛନ୍ତି ସିଡ଼ିଏ ଅଧ୍ୟକ୍ଷ ଏବଂ ସିଏମସି କମିଶନର ।

ଏହା ମଧ୍ୟ ପଢନ୍ତୁ-ବିବାହ ପାଇଁ ମନା କଲା ପ୍ରେମିକା, ଜୀବନ ନେଇଗଲା ପ୍ରେମିକ

ଗତ ୨୦୧୦ରେ ଏହାର ନବୀକରଣ ପାଇଁ ଶୁଭ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେବେ ଠାରୁ ଏହା ଅବହେଳିତ ଅବସ୍ଥାରେ ପଡିରହିଛି କଟକର ପୁରୁଣା ଜେଲ । ଏବେ ପ୍ରାଥମିକ ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା ବ୍ୟୟରେ କାମ ଆରମ୍ଭ ହୋଇ ଖୁବଶୀଘ୍ର ଶେଷ କରାଯିବା ନେଇ ଲକ୍ଷ୍ୟ ରଖିଛି ସିଏମସି ।

ଇଟିଭି ଭାରତ ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.