ETV Bharat / state

ଭେଣ୍ଡିଂ ଜୋନ ଦୁର୍ନୀତି, ଅଭିଯୁକ୍ତ ବିରୋଧରେ ଏତଲା ଦେବ ସିଏମସି

author img

By

Published : Apr 13, 2023, 1:02 PM IST

ଜାଗା, ଭେଣ୍ଡିଂ ଜୋନ ଯୋଗେଇ ଦେବା ନାଁରେ କୋଟି କୋଟି ଟଙ୍କା ହଡ଼ପ । ଅଭିଯୁକ୍ତ ବିରୋଧରେ ଏତଲା ଦେବ ସିଏମସି । ଅଧିକ ପଢନ୍ତୁ

land scam in cuttack
land scam in cuttack
land scam in cuttack

କଟକ: ସହରର ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନରେ ଦୋକାନ ଘର ଯୋଗାଇ ଦେବା କହି କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକେଇ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଅମିତ ସାହୁକୁ ଗିରଫ କରିଛି ପୋଲିସ । ତେବେ ଏହି ଠକେଇରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ତଦନ୍ତ କରାଯିବ । ଖୁବଶୀଘ୍ର ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯିବା ନେଇ କହିଛନ୍ତି ସିଏମସି କମିଶନର ।

ମିଳିଥିବା ସୂଚନା ଅନୁଯାୟୀ, କଟକ ସହରର ପ୍ରମୁଖ ସ୍ଥାନ ତଥା ନୂଆ ଵସ୍ ଟର୍ମିନାଲ, ଚଣ୍ଡୀ ମନ୍ଦିର ନିକଟ ,କଲେଜ ଛକ ମାନଙ୍କରେ ଜାଗା ଓ ଭେଣ୍ଡିଂ ଜୋନରେ ଦୋକାନ ଘର ଯୋଗାଇ ଦେଵା ନାଁରେ କୋଟିଏରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ସାମ୍ନାକୁ ଆସିଥିଲା । ସିଡିଏ ଓ ସିଏମସିର ନକଲି କାଗଜପତ୍ର ଜରିଆରେ ଲୋକ ମାନଙ୍କ ମନରେ ଵିଶ୍ବାସ ଜନ୍ମାଇ ଵହୁ ଲୋକଙ୍କ ଠାରୁ ଟଙ୍କା ଠକି ନେଇଥିଲା ଅଭିଯୁକ୍ତ ଅମିତ ସାହୁ । କାଗଜପତ୍ର ଜାଲ କରିବା ସହ ସିଏମସି, ସିଡିଏର କିଛି ଅଧିକାରୀ ଓ ପ୍ରଭାଵଶାଳୀ ଲୋକଙ୍କ ନିକଟତର ବୋଲି ପରିଚୟ ଦେଇ ସମ୍ପୃକ୍ତ ଯୁଵକ ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-LAND SCAM: ଜାଗା, ଭେଣ୍ଡିଂ ଜୋନ ଯୋଗେଇ ଦେବା ନାଁରେ କୋଟି କୋଟି ଟଙ୍କା ହଡ଼ପ

କଟକ ନେତାଜୀ ବସ ଟର୍ମିନାଲ ବସଷ୍ଟାଣ୍ଡରେ ଦୋକାନ ଘର ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ କରିଥିଲା ଅଭିଯୁକ୍ତ ଜଣଙ୍କ । ଲକ୍ଷାଧିକ ଟଙ୍କା ଠକି ଦୀର୍ଘ ଦିନ ଧରି ଫେରାର ହୋଇଯାଇଥିବା ବେଳେ ଗତକାଲି କଲେଜ ଛକ ଅଞ୍ଚଳରୁ ସ୍ଥାନୀୟ ଲୋକେ କାଵୁ କରି ମାଲଗୋଦାମ ପୋଲିସ ଜିମା ଦେଇଥିଲେ । ଅଭିଯୋଗ ଆଧାରରେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ 14 ଲକ୍ଷ ଟଙ୍କା ଠକିଥିବା ଜଣାପଡିଛି ।

ତେବେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଏକାଧିକ ବ୍ୟକ୍ତିଙ୍କ ଠାରୁ ସେ ଠକି ନେଇଥିବା ଶୁଣିବାକୁ ମିଳୁଛି । ଅନ୍ୟପଟେ ଏହି ଦିଗରେ ଅବଗତ ହେବା ପରେ ଡିସିପିଙ୍କ ସହ ଆଲୋଚନା ହୋଇଛି ଖୁବଶୀଘ୍ର ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯିବା ନେଇ କହିଛନ୍ତି ସିଏମସି କମିଶନର । ଅଭିଯୁକ୍ତ ଜଣଙ୍କ ତୁଳସୀପୁର ଶ୍ରୀବିହାର କଲୋନୀ ଅଞ୍ଚଳର ହୋଇଥିବା ସ୍ପଷ୍ଟ କରିଛି ପୋଲିସ ।

ଏନେଇ କମିଶନର କହିଛନ୍ତି ଯେ, ''ଏହି ଘଟଣାରେ ମୁଁ ଡିସିପିଙ୍କ ସହ ଆଲୋଚନା କରିଛି । ଖୁବଶୀଘ୍ର ଅଭିଯୁକ୍ତ ବିରୋଧରେ ଏତଲା ଦାଖଲ କରାଯିବ ବୋଲି କହିଛନ୍ତି କମିଶନର ।''

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.