ETV Bharat / state

ସିଏମସିର ରମଜାନ ଗାଇଡଲାଇନ: ସାମିଲ ହେବେନି ବୟସ୍କ ଓ ଶିଶୁ, ଏକାଠି ହେବେନି 100 ରୁ ଉର୍ଦ୍ଧ୍ବ - cmc

କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ରମଜାନ ପାଇଁ କଟକଣା ଜାରି କଲା କଟକ ମହାନଗର ନିଗନ । ଅଧିକ ପଢନ୍ତୁ....

ରମଜାନ 100 ରୁ ଉର୍ଦ୍ଧ୍ବ ମନା, ବୟସ୍କ ଓ ଶିଶୁଙ୍କୁ ସମ୍ପୂର୍ଣ୍ଣ ବାରଣ

author img

By

Published : Apr 13, 2021, 4:54 PM IST

Updated : Apr 14, 2021, 7:30 AM IST

କଟକ: ବଢୁଥିବା କୋଭିଡ ସ୍ଥିତି ମଧ୍ୟରେ ଆରମ୍ଭ ହୋଇଛି ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ରମଜାନ ମାସ । ତେବେ ଏହାକୁ ନେଇ ସ୍ବତନ୍ତ୍ର ଗାଇଡଲାଇନ ଜାରି କରିଛି କଟକ ମହାନଗର ନିଗନ (CMC)। ଏନେଇ ଏକ ପ୍ରେସ ବିଜ୍ଞାପ୍ତି ଜାରି କରି ସୂଚନା ଦେଇଛନ୍ତି ମହାନଗର କର୍ତ୍ତୃପକ୍ଷ । କଟକବାସୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଓ ନିରପତ୍ତା ପାଇଁ ସମସ୍ତ ସହରବାସୀଙ୍କୁ ଏହି ଗାଇଡଲାଇନ ଅନୁପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ରମଜାନ 100 ରୁ ଉର୍ଦ୍ଧ୍ବ ମନା, ବୟସ୍କ ଓ ଶିଶୁଙ୍କୁ ସମ୍ପୂର୍ଣ୍ଣ ବାରଣ
ରମଜାନ 100 ରୁ ଉର୍ଦ୍ଧ୍ବ ମନା, ବୟସ୍କ ଓ ଶିଶୁଙ୍କୁ ସମ୍ପୂର୍ଣ୍ଣ ବାରଣ

ସମୂହ ନମାଜ ପାଠ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ସର୍ବାଧିକ 100 ବ୍ୟକ୍ତିଙ୍କୁ ଏକାଠି ନମାଜ ପଢିବା ପାଇଁ ଅନୁମତି ଥିବାବେଳେ ହଲରେ ନମାଜ ପାଠ କରିବା ବ୍ୟବସ୍ଥା ହୋଇଥିଲେ ଉକ୍ତ ହଲର 50 ପ୍ରତିଶତ କ୍ଷମତାରେ ଲୋକଙ୍କୁ ପ୍ରବେଶ କରିବାର ଅନୁମତି ରହିଛି । ସମୂହ ନମାଜ ପାଠ ଆୟୋଜନ କରିଥିବା ଅନୁଷ୍ଠାନ ନିର୍ଦ୍ଦିଷ୍ଟ ସଂଖ୍ୟାର ବ୍ୟକ୍ତି ବିଶେଷଙ୍କୁ ପଞ୍ଜିକୃତ କରିବା ସହ ଟୋକନ ବ୍ୟବସ୍ଥା, ଫେସ ମାସ୍କ, ସାମାଜିକ ଦୂରତା ବଜାୟ ରଖିବା, ସାନିଟାଇଜର ବ୍ୟବହାର କରିବା ପାଇଁ ମଧ୍ୟ ବ୍ୟବସ୍ଥା କରିବା ନେଇ ଗାଇଡଲାଇନରେ ନିର୍ଦ୍ଦେଶ ରହିଛି ।

ବରିଷ୍ଠ ତଥା ବୟସ୍କ ନାଗରିକ, 5 ବର୍ଷରୁ କମ ବୟସ୍କ ଶିଶୁ ସମୂହ ନମାଜ ପାଠ ସ୍ଥଳୀକୁ ପ୍ରବେଶ ନିଷେଧ କରାଯାଇଛି । ସେହିପରି ନମାଜ ପାଠ ପୂର୍ବରୁ ଓ ପରେ ହାତ ସାନିଟାଇଜ ଓ ତାପମାତ୍ରା ସ୍କ୍ରିନିଂ କିରାଯିବ । ସେହିପରି ନମାଜ ପାଠ ବେଳେ ପରସ୍ପର ମଧ୍ୟରେ ସାମାଜିତ ଦୂରତା ମଧ୍ୟ ବଜାୟ ରଖିବାକୁ ହେବ ବୋଲି ମଧ୍ୟ ଗାଇଡଲାଇନରେ ନିର୍ଦ୍ଦେଶ ରହିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ , ଇଟିଭି ଭାରତ

Last Updated : Apr 14, 2021, 7:30 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.