କଟକ: ଜିଲ୍ଲାର ଜଗତପୁରଠାରେ ଥିବା ମୃଦୁ ପାନୀୟ କମ୍ପାନୀରେ କମିଶନରେଟ ପୋଲିସର ଚଢାଉ । ନିମ୍ନ ମାନର କଞ୍ଚାମାଲ ବ୍ୟବହାର କରି ମୃଦୁ ପାନୀୟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଏହାପରେ ମିଳିତ ଭାବେ ରେଡ଼୍ କରିଛି ଜଗତପୁର ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ।
କମ୍ପାନୀରୁ ବିପୁଳ ପରିମାଣର ମୃଦୁ ପାନୀୟ ଜବତ ହୋଇଛି । ଚଢାଉ ପରେ ସାମ୍ପଲ୍ କଲେକ୍ସନ କରାଯାଇ ଲ୍ୟାବ ପଠାଯିବ। ନିମ୍ନ ମାନର ପାଣି ଓ କାଗଜ ପତ୍ର ଠିକ୍ ନ ଥିବା ସୂଚନା ଦିଆଯାଇଛି । ସିଏମସି ଫୁଡ୍ ସ୍କ୍ବାର୍ଡ ଓ କଟକ ଜଗତପୁର ଥାନା ପୋଲିସର ଟିମ ଉପସ୍ଥିତ ରହିଥିବା ବେଳେ ଚଢ଼ାଉ ଜାରି ରହିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ