ETV Bharat / state

CMC ଟାର୍ଗେଟ୍‌ ସପିଂମଲ୍‌, ଟିକସ ଫାଙ୍କୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ବି ଚଢ଼ାଉ

author img

By ETV Bharat Odisha Team

Published : Oct 12, 2023, 12:16 PM IST

ନିୟମ ଖିଲାପକାରୀ ବ୍ୟବସାୟୀଙ୍କ ଉପରେ ଚଢ଼ାଉ । କଟକ ମହାନଗର ନିଗମର ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌ ଏବଂ ଲାଇସେନ୍ସିଂ ଟିମର ମିଳିତ ଚଢ଼ାଉ । ଅଧିକ ପଢନ୍ତୁ

CMC Enforcement Squad raid in mall at cuttack

କଟକ: କଟକ ମହାନଗର ନିଗମ ଟାର୍ଗେଟରେ ସପିଂ ମଲ । ନିୟମ ଖିଲାପକାରୀ ବ୍ୟବସାୟୀଙ୍କ ଉପରେ ଜାରି ରହିଛି ଚଢ଼ାଉ । ସିଏମସିର ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ଏବଂ ଲାଇସେନ୍ସ ଟିମ୍‌ ମିଳିତ ଚଢ଼ାଉ କରୁଛନ୍ତି । ଟ୍ରେଡ୍‌ ଲାଇସେନ୍ସ, ୟୁଜର୍ସ ଫି', ହୋଲ୍‌ଡିଂ ଟ୍ୟାକ୍ସ ଆଦି ଅନିୟମିତତା ଅଭିଯୋଗକୁ ନେଇ CMCର ୨୦ ଜଣିଆ ଟିମ୍‌ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ କରି ସିଲ୍‌ କରିଛନ୍ତି । କଟକର ରାଣୀହାଟ, ମଙ୍ଗଳାବାଗ ଓ ମଧୁପାଟଣା ଅଞ୍ଚଳରେ ଦୋକାନ ସିଲ୍‌ କରିଛି ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ।

ଏହା ମଧ୍ୟ ପଢନ୍ତୁ-ଆସୁଛି ଦୁର୍ଗା ପୂଜା: ଅଧାପନ୍ତରା ପଡି ରହିଛି ନିର୍ମାଣ କାର୍ଯ୍ୟ, କ୍ଷୋଭ ଝାଡିଲେ କର୍ପୋରେଟର

ଗତ ଜୁନ ୩୦ ତାରିଖରୁ CMC ପକ୍ଷରୁ ବ୍ୟବସାୟୀମାନଙ୍କୁ ନୋଟିସ ଜାରି କରାଯାଇଥିଲା । ଏହାର କୌଣସି ଉତ୍ତର ରଖି ନ ଥିଲେ ବ୍ୟବସାୟୀ । ଏହି କ୍ରମରେ ତାଲିକାରେ ଥିବା କିଛି ବଡ଼ ଦୋକାନକୁ ସିଲ୍‌ କରିଛି ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ । ପୂର୍ବରୁ କଟକରେ ବିଭିନ୍ନ ନର୍ସିଂହୋମ ଉପରେ ଚଢ଼ାଉ କରିଥିଲା ସିଏମସି । ଟ୍ରେଡ୍ ଲାଇସେନ୍ସ, ୟୁଜର୍ସ ଫି ଏବଂ ଫାୟାର ଏନଓସି ନଥିବା ଅଭିଯୋଗରେ ଚଢ଼ାଉ କରିଥିଲା କଟକ ମହାନଗର ନିଗମ ।

ଏହା ମଧ୍ୟ ପଢନ୍ତୁ-ଡରାଉଛି ଡେଙ୍ଗୁ, ସିଏମସିର ଅପାରଗତା ଉପରେ ପ୍ରଶ୍ନ କଲା କଂଗ୍ରେସ

ଏହା ମଧ୍ୟ ପଢନ୍ତୁ-ସିଏମସିରେ ବ୍ୟାପକ ଦୁର୍ନୀତି ଗନ୍ଧ, ସମୀକ୍ଷା କଲେ ବିଧାୟକ ମୋକିମ

CMC ଏନଫୋର୍ସମେଣ୍ଟର ଟିମ୍‌ ଦୁଇଟି ନର୍ସିଂହୋମରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ଫାଇନ କରିଥିଲା । ୨୦୧୬ରୁ ଟ୍ରେଡ୍ ଲାଇସେନ୍ସ ନଥାଇ ମହାନଦୀ ବିହାରରେ ଚାଲିଥିଲା ସାବରମତି ନର୍ସିଂହୋମ୍‌ । ତେବେ ସମସ୍ତ କାଗଜ ପତ୍ର ଯାଞ୍ଚ ପରେ ମୋଟ 9 ଲକ୍ଷ ଟଙ୍କା ସିଏମସିକୁ ପୈଠ କରିଥିଲେ ନର୍ସିଂହୋମ କର୍ତ୍ତୃପକ୍ଷ । ଏହାବ୍ୟତୀତ ନୂଆବଜାର ଅଞ୍ଚଳରେ ଥିବା ସାଇ ସଞ୍ଜୀବନି ହସ୍ପିଟାଲ୍‌ରେ ମଧ୍ୟ ଅତର୍କିତ ଚଢ଼ାଉ କରିଥିଲା ଟିମ୍‌ । ବିଭିନ୍ନ କାଗଜପତ୍ରରେ ତ୍ରୁଟି ପରିଲକ୍ଷିତ ହେଲା ପରେ ଉକ୍ତ ହସ୍ପିଟାଲରୁ 2 ଲକ୍ଷ ଟଙ୍କା ଫାଇନ ଆଦାୟ କରିଥିଲା CMC । ଦରକାରୀ କାଗଜପତ୍ର ସହ ୟୁଜର ଫି' ଓ ଫାୟାର ଏନଓସି ଦିଗକୁ ତଦାରଖ କରବା ଜାରି ରଖିଛି । CMCର ଏନଫୋର୍ସମେଣ୍ଟ ଟିମ୍‌ ବର୍ତ୍ତମାନ ସୁଦ୍ଧା ମଧ୍ୟ କଟକର ବିଭିନ୍ନ ବଡ଼ ବଡ଼ ସୋ' ରୁମ୍‌ରେ ମଧ୍ୟ ରେଡ୍‌ କରି ସିଲ କରିବା ଜାରି ରଖିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.