ETV Bharat / state

ଶିଶୁ ଅଧିକାର ଆୟୋଗର ୧୨ ତମ ପ୍ରତିଷ୍ଠା ଦିବସ, ଉତ୍କଳ ବାଳାଶ୍ରମକୁ 3 କୋଟିର ଭେଟି

author img

By

Published : Nov 2, 2022, 7:03 AM IST

ଉତ୍କଳ ବାଳାଶ୍ରମର ଉନ୍ନତି ପାଇଁ ୩ କୋଟି ୮୨ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ଶିଶୁ ଅଧିକାର ଆୟୋଗର ୧୨ ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ସହାୟତା ରାଶି ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

ଉତ୍କଳ ବାଳାଶ୍ରମକୁ 3କୋଟିର ଭେଟି
ଉତ୍କଳ ବାଳାଶ୍ରମକୁ 3କୋଟିର ଭେଟି

କଟକ: ନୂଆପଡ଼ା ସ୍ଥିତ ଉତ୍କଳ ବାଳାଶ୍ରମରେ ଓଡ଼ିଶା ଶିଶୁ ଅଧିକାର ଆୟୋଗର ୧୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି (12th Foundation Day of Odisha State Commission for Child Rights)। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik) ଭିଡ଼ିଓ କନଫରେନ୍ସ ମାଧ୍ୟମରେ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ବାଳାଶ୍ରମର ଉନ୍ନତି କାର୍ଯ୍ୟ ନିମନ୍ତେ ୩କୋଟି ୮୨ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି । ଏହା ସହ ଉପସ୍ଥିତ ଥିବା ମନ୍ତ୍ରୀ ଓ ଆୟୋଗର ଅଧ୍ୟକ୍ଷା ବାଳଶ୍ରମର ଅନ୍ତେବାସୀ ମାନଙ୍କର ସହ କେକ୍ କାଟି ପ୍ରତିଷ୍ଠା ଦିବସ ପାଳନ କରିଥିଲେ।

ଉତ୍କଳ ବାଳାଶ୍ରମକୁ 3କୋଟିର ଭେଟି

ଏହା ମଧ୍ୟ ପଢନ୍ତୁ: 7th India Water Week: ଶୁଭାରମ୍ଭ କଲେ ରାଷ୍ଟ୍ରପତି

ଆଗାମୀ ଦିନରେ ମହିଳା ଓ ଶିଶୁମାନଙ୍କର ବିକାଶ ପାଇଁ ବଳିଷ୍ଠ ପଦକ୍ଷେପ ମାନ ନିଆଯିବ। ଏହାଛଡ଼ା ବିକାଶ ଦୃଷ୍ଟି କୋଣରୁ ପାଠ ସହିତ ଅନ୍ୟାନ୍ୟ ଦିଗ ଯେପରି କ୍ରୀଡା ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଯାହାଦ୍ୱାରା ଆଗମୀ ଦିନରେ ଓଡିଶାରେ ଶିଶୁ ମାନଙ୍କର ବିକାଶ ହୋଇ ପାରିବ । ଏହି କାର୍ଯ୍ୟକ୍ରମରେ ମହିଳା ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନୂତନ ଅଧ୍ୟକ୍ଷା ମନ୍ଦାକିନୀ କର, ମହିଳା କମିଶନର ଅଧ୍ୟକ୍ଷା ମିନତି ବେହେରା, ଆୟୋଗର ଅଧିକାରୀ ଓ ଆଶ୍ରମର ଅନ୍ତେବାସୀମାନେ ଉପସ୍ଥିତ ଥିଲେ।

ଏହା ମଧ୍ୟ ପଢନ୍ତୁ: ETV Bharat Impact: ଖବର ବାଜିଲା ପରେ ସ୍ୱାସ୍ଥ୍ୟ ବିଭାଗର ଚେତା ଫେରିଲା, ଯଶୋଦାର ଚିକିତ୍ସା ଆରମ୍ଭ, ଗୁଣିଆ କବଳରୁ ଫେରିଲା ଜୀବନ !

କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ," ମହିଳା ଓ ଶିଶୁ ବିକାଶ ବିଭାଗ ଜରିଆରେ ରାଜ୍ୟ ସରକାର ଶିଶୁମାନଙ୍କ ପ୍ରତି ଅନେକ ପଦକ୍ଷେପ ନେଉଛନ୍ତି । ଶିଶୁମାନଙ୍କ ଅଧିକାରର ସୁରକ୍ଷା ଦିଗରେ ଶିଶୁ ସୁରକ୍ଷା ଆୟୋଗ ଆନ୍ତରିକତାର ସହ କାର୍ଯ୍ୟ କରୁଛି । ସମାଜରେ ସଚେତନତା ସୃଷ୍ଟି ଦିଗରେ ଆୟୋଗ ନିୟମିତ ପ୍ରଚେଷ୍ଟା ଜାରି ରଖିଛି ।"

ତେବେ ଏନେଇ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା କହିଛନ୍ତି, "ଓଡ଼ିଶା ଶିଶୁ ଅଧିକାର ଆୟୋଗର ୧୨ ତମ ପ୍ରତିଷ୍ଠା ଦିବସ । ଏନେଇ ଆମର ଟ୍ବିଟର ସହ ଟୋଲଫ୍ରି ନମ୍ବର ଆରମ୍ଭ ହୋଇଛି । ଆମ ପାଇଁ ଏକ ଖୁସିର କଥା ଯେ ବାଳାଶ୍ରମର ଉନ୍ନତି କାର୍ଯ୍ୟ ନିମନ୍ତେ ୩କୋଟି ୮୨ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି । ତୃଣମୂଳ ସ୍ତରରେ ଶିଶୁମାନଙ୍କର ବିକାଶ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.