ETV Bharat / state

Hockey World Cup: ଉଦଘାଟନୀ ଉତ୍ସବରେ ସାମିଲ ହେବେ ସମସ୍ତ କ୍ଲବ, ପ୍ରତ୍ୟେକ ୱାର୍ଡରେ ହେବ ପ୍ରଚାର

ହକି ବିଶ୍ବକପକୁ ସଫଳ କରିବା ଦିଗରେ ସିଏମସିର ପ୍ରୟାସ । ବିଶ୍ବକପ ଉଦଘାଟନୀ ଉତ୍ସବରେ ସାମିଲ ହେବେ ସହରର ସମସ୍ତ କ୍ଲବ । ଅଧିକ ପଢ଼ନ୍ତୁ

author img

By

Published : Jan 6, 2023, 1:02 PM IST

Hockey World Cup
ହକି ବିଶ୍ୱକପ
Hockey World Cup

କଟକ: ହକି ବିଶ୍ୱକପର ଉଦଘାଟନୀ (Hockey World Cup-2023) ଉତ୍ସବରେ ସାମିଲ ହେବେ କଟକର ସମସ୍ତ କ୍ଲବ । କଟକର ସମସ୍ତ ୱାର୍ଡରେ ହକିର ପ୍ରଚାର ପ୍ରସାର କରିବେ ଏହି ସମସ୍ତ କ୍ଲବ । ଏନେଇ କଟକ ସହିଦ ଭବନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ଷ୍ଟାଡିଙ୍ଗ କମିଟି ଓ ସମସ୍ତ କର୍ପୋରେଟର ଓ କ୍ଲବ ବୈଠକରେ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଲା ଦାରିଦ୍ର୍ୟ, ବିଧାୟକଙ୍କ PSOରୁ ହେଲେ ସାହିତ୍ୟ ଅଧ୍ୟାପକ

10 ତାରିଖ ପର୍ଯ୍ୟନ୍ତ କଟକର ସମସ୍ତ କ୍ଲବରେ ହକିକୁ ପ୍ରଚାର ପ୍ରସାର କରିବା ପାଇଁ ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯିବ । ଯେଉଁ କ୍ଲବ ପ୍ରତିଯୋଗିତାରେ ବିଜୟୀ ହେବେ ସେମାନଙ୍କୁ କଟକ ଇନ କଟକରେ (Cuttack in Cuttack) ହେବାକୁ ଥିବା ହକି ବିଶ୍ୱକପର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । ମ୍ୟାଚ ପାଇଁ ସମସ୍ତ କ୍ଲବମାନଙ୍କୁ ବ୍ୟାନର ଜର୍ସି ଓ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବ କଟକ ମହାନଗର ନିଗମ । ଏହାସହ ଘରେ ଘରେ ବିଶ୍ୱକପ ନିମନ୍ତ୍ରଣ ପତ୍ର ପହଞ୍ଚିବା ନେଇ କହିଛନ୍ତି ମେୟର ସୁବାଷ ସିଂ

ଏହା ମଧ୍ୟ ପଢ଼ନ୍ତୁ: Hockey World cup 2023: ଉଦଘାଟନୀ ଉତ୍ସବ ପାଇଁ ସଜେଇ ହେଉଛି ସିଲଭରସିଟି

ସେ ଆହୁରି ମଧ୍ୟ କହିଛନ୍ତି,"କଟକରେ ହକି ବିଶ୍ବକପ ଉଦଘାଟନ ହେବ । ଯାହା ସାରା ଜିଲ୍ଲା ପାଇଁ ଗୌରବ । ସହରର ମୋଟ 59 ୱାର୍ଡରେ ବିଶ୍ବକପ ନେଇ ଉତ୍କଣ୍ଠା ଦେଖିବାକୁ ମିଳିବ । ସବୁ ସ୍ଥାନରେ ଏଲଇଡିର ବ୍ୟବସ୍ଥା କରାଯିବ । ଉଦଘାଟନୀ ଉତ୍ସବରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖି ପାରିବେ ୱାର୍ଡବାସୀ ।" ପ୍ରତ୍ୟେକ କ୍ଲବ ଏଥିରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି କଟକ ମେୟର ସୁବାସ ସିଂ । ଆଉ ହାତରେ ମାତ୍ର କମ ସମୟ ରହିଥିବାରୁ କଟକ ସୌନ୍ଦର୍ଯ୍ୟକରଣ ଦିଗରେ ବେଶ ଅଗ୍ରଗତି କରିଛି । ଷ୍ଟାଡିୟମ ଠାରୁ ଆରମ୍ଭ କରି ରିଙ୍ଗ ବନ୍ଧ, ଓଭର ବ୍ରିଜ ସବୁ ଆଡେ ହକିର ଚିତ୍ର ଦୃଶ୍ୟମାନ ହେଉଛି । କଟକର ସବୁ ଦିଗକୁ କରାଯାଉଛି ସରସ ଓ ସୁନ୍ଦର । ଆସନ୍ତା 11 ତାରିଖ ଦିନ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ବକପର ଉଦଘାଟନୀ ଉତ୍ସବ ଆୟୋଜିତ ହେବ । ଏଣୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ କାର୍ଯ୍ୟକୁ ଶେଷ କରିବା ପାଇଁ ସିଏମସି ପ୍ରୟାସ ଜାରି ରଖିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.