ETV Bharat / state

ସିଟି ହସ୍ପିଟାଲର ଡାକ୍ତରଙ୍କୁ ମିଳୁଛି କୋରୋନା ପରିଚାଳନା ତାଲିମ

author img

By

Published : Jul 20, 2020, 5:29 PM IST

ମେଡିକାଲରେ ବଢୁଛି କୋରୋନା ସଂକ୍ରମଣ । ଡାକ୍ତର, ନର୍ସ ସମେତ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ବିଶେଷ ପ୍ରଭାବିତ ହେଉଛନ୍ତି । ଏହି ଭୂତାଣୁର ପ୍ରସାରକୁ ରୋକିବା ପାଇଁ ଏସସିବି କର୍ତ୍ତୃପକ୍ଷ ସୋମବାର ସିଟି ହସ୍ପିଟାଲ ଡାକ୍ତରମାନଙ୍କୁ ଦେଇଛନ୍ତି ତାଲିମ । ଅଧିକ ପଢନ୍ତୁ...

City hospital doctors training about corona management
ସିଟି ହସ୍ପିଟାଲର ଡାକ୍ତରଙ୍କୁ ମିଳୁଛି କୋରୋନା ପରିଚାଳନା ତାଲିମ

କଟକ: ରାଜ୍ୟରେ କୋରୋନାର ପ୍ରସାର ଦ୍ରୁତଗତିରେ ହେଉଥିବା ବେଳେ ମେଡିକାଲରେ ମଧ୍ୟ ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଛି । ଯଦ୍ବାରା ଡାକ୍ତର, ନର୍ସ ସମେତ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ବିଶେଷ ପ୍ରଭାବିତ ହେଉଛନ୍ତି । ଏହି ଭୂତାଣୁର ପ୍ରସାରକୁ କିପରି ରୋକି ହେବ ସେ ନେଇ ଏସସିବି କର୍ତ୍ତୃପକ୍ଷ ସୋମବାର ସିଟି ହସ୍ପିଟାଲ ଡାକ୍ତରମାନଙ୍କୁ ତାଲିମ ଦେଇଛନ୍ତି ।

ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ କରିବା ସମୟରେ କଣ ସତର୍କତା ଅବଲମ୍ବନ କରିବାକୁ ପଡିବ । କିଭଳି ରୋଗୀ ମାନଙ୍କୁ ସଠିକ ଚିକିତ୍ସା ପ୍ରଦାନ କରି ହେବ । ସେ ନେଇ ବିସ୍ତୃତ ଭାବରେ ସିଟି ହସ୍ପିଟାଲର ସମସ୍ତ ଡାକ୍ତରମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଆସନ୍ତା 2 ଦିନ ଧରି ଚାଲିବ ଏହି ତାଲିମ ପ୍ରକ୍ରିୟା ।

ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ରୋକଥାମ ପାଇଁ ରାଜ୍ଯ ସରକାରଠୁ ପ୍ରଶାସନ ସମସ୍ତ ପ୍ରୟାସ ଜାରି ରଖିଛନ୍ତି । ତଥାପି ଏଥିରେ ହ୍ରାସ ଘଟିବା ବଦଳରେ ବୃଦ୍ଧି ଘଟୁଛି । ଯାହାକୁ ନେଇ ଲୋକଙ୍କ ମନରେ ଭୟର ମାତ୍ରା ମଧ୍ୟ ବୃୃଦ୍ଧି ପାଉଛି । ସେପଟେ ଏହି ମହାମାରୀର ମୁକାବିଲା ପାଇଁ ଏହାର ନେତୃତ୍ବ ନେଇଥିବା ଆଗଧାଡିର ଯୋଦ୍ଧା ମଧ୍ୟ ସଂକ୍ରମିତ ହେଉଛନ୍ତି । ଯାହା ଚିନ୍ତାକୁ ଦ୍ବିଗୁଣିତ କରୁଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.