ETV Bharat / state

ଚିଲିକା-ଭିତରକନିକା ଆଦ୍ରଭୂମି ସୁରକ୍ଷା ମାମଲା: ଡ୍ରୋନ ସର୍ଭେ ପାଇଁ ରାଜସ୍ବ ସଚିବଙ୍କୁ ଚିଠି - Conservation Issues hearing

ହାଇକୋର୍ଟରେ ଆଦ୍ରଭୂମି ସୁରକ୍ଷା ମାମଲା । ଚିଲିକା ଓ ଭିତରକନିକାରେ ଚିଙ୍ଗୁଡ଼ି ଘେରି ଗଢି ଉଠୁଥିବାରୁ ଡ୍ରୋନ ସର୍ଭେ ପାଇଁ ଅର୍ଥ ରାଶି ଅନୁମୋଦନ ପାଇଁ ରାଜସ୍ବ ସଚିବଙ୍କୁ ଚିଠି ଲେଖିଛନ୍ତି ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାପାଳ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Dec 6, 2022, 7:01 AM IST

କଟକ: ହାଇକୋର୍ଟରେ ଆଦ୍ରଭୂମି ସୁରକ୍ଷା ମାମଲା । ଚିଲିକା ଓ ଭିତରକନିକାରେ ଚିଙ୍ଗୁଡ଼ି ଘେରୀ ଗଢି ଉଠୁଥିବାରୁ ଡ୍ରୋନ ସର୍ଭେ ପାଇଁ ଅର୍ଥ ରାଶି ଅନୁମୋଦନ ପାଇଁ ରାଜସ୍ବ ସଚିବଙ୍କୁ ଚିଠି ଲେଖିଛନ୍ତି ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାପାଳ । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ତହସିଲ ଓ ବ୍ରହ୍ମଗିରି ତହସିଲ ଅଞ୍ଚଳରେ ଦୁଇଟି ଡ୍ରୋନ ନିୟୋଜନ ଏବଂ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକାରେ ଗୋଟିଏ ଡ୍ରୋନ ନିୟୋଜନ ପାଇଁ ଏହି ଚିଠି ଦୁଇ ଜିଲ୍ଲାପାଳ ଲେଖିଛନ୍ତି ।

ଏ ସମ୍ପର୍କରେ ଉଭୟ ଜିଲ୍ଲାପାଳ ସତ୍ୟପାଠ ମାଧ୍ୟମରେ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି । ଅନ୍ୟପଟରେ ସୋମବାର ଏହି ମାମଲାର ଶୁଣାଣି ଥିବାବେଳେ ହାଇକୋର୍ଟଙ୍କ ରେଫରେନସ ପାଇଁ ଶୁଣାଣି ହୋଇପାରିନାହିଁ । ଜାନୁଆରୀ ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି । ସ୍ଥଳପଥ ଓ ଜଳପଥରେ ବୋଟ ମାଧ୍ୟମରେ ପୋଲିସ ପାଟ୍ରୋଲିଂ ଠିକ ଭାବେ ହେଉ ନ ଥିବାରୁ ଡ୍ରୋନ କ୍ୟାମେରା ମାଧ୍ୟମରେ ପାଟ୍ରୋଲିଂ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାର ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ଡ୍ରୋନ କ୍ୟାମେରା ସରଞ୍ଜାମ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାଦ୍ୱାରା ଆଦ୍ରଭୂମି ଅଞ୍ଚଳରେ ବେଆଇନ ଘେରି ହେବା କ୍ଷଣି ଜିଲ୍ଲା ପ୍ରଶାସନ ଜାଣିବା ସହ ତୁରନ୍ତ ଡ୍ରୋନ କ୍ୟାମେରାର ଘେରି ଉଚ୍ଛେଦରେ ସହାୟକ ହେବ ବୋଲି ହାଇକୋର୍ଟ କହିଛନ୍ତି । ଏହାସହିତ ଚିଙ୍ଗୁଡ଼ି ଚାଷ ପାଇଁ ସ୍ୱତନ୍ତ୍ର ସରକାରୀ ପଲିସି କରିବାକୁ ଗତ ସେପ୍ଟେମ୍ବର ୧୫ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ହାଇକୋର୍ଟ । ଚିଲିକାରେ କେଉଁ ସ୍ଥାନରେ କିଭଳି ଚିଙ୍ଗୁଡ଼ି ଚାଷ ହେବ ସେନେଇ ଏହି ପଲିସି ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଚିଲିକାରେ ଚିଙ୍ଗୁଡ଼ି ଘେରି ଯେତେ ଭାଙ୍ଗିଲେ ମଧ୍ୟ ପୁଣି ବେଆଇନ ଘେରି ହେଉଥିବାରୁ ପୂର୍ବ ଶୁଣାଣିରେ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଉଚ୍ଛେଦ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହିତ ଡ୍ରୋନ କ୍ୟାମେରା ମାଧ୍ୟମରେ ପ୍ରଶାସନ ପାଟ୍ରୋଲିଂ କରିବ ବୋଲି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.