ETV Bharat / state

ଇନ୍ଦ୍ରଧନୁଶ 5.0: ଟିକାରୁ ବଞ୍ଚିତ ହେବେନି ଶିଶୁ ଓ ଗର୍ଭବତୀ - କଟକରେ ଟୀକାକରଣ

କଟକ ଜିଲ୍ଲାରେ ଟିକାରୁ ବଞ୍ଚିତ ହେବେନି ଶିଶୁ ଓ ଗର୍ଭବତୀ । କଟକ ଜିଲ୍ଲାରେ ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ୩ ମାସ ଧରି ୧୮ ଦିନ ଟୀକାକରଣ କରାଯିବ । ଅଧିକ ପଢ଼ନ୍ତୁ

ଇନ୍ଦ୍ରଧନୁଶ ୫.୦ : ଶିଶୁ ଓ ଗର୍ଭବତୀ ମହିଳା ଟିକାରୁ ହେବେନି ବଞ୍ଚିତ

author img

By ETV Bharat Odisha Team

Published : Sep 8, 2023, 10:54 PM IST

ଇନ୍ଦ୍ରଧନୁଶ ୫.୦ : ଶିଶୁ ଓ ଗର୍ଭବତୀ ମହିଳା ଟିକାରୁ ହେବେନି ବଞ୍ଚିତ

କଟକ: ଟିକାରୁ ବଞ୍ଚିତ ହେବେନି ଗର୍ଭବତୀ, ଶିଶୁ ଓ ମହିଳା । କଟକର ଜିଲ୍ଲାରେ ଯେଉଁମାନେ ଟୀକାକରଣରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଯଥାଶୀଘ୍ର ଟିକାକରଣ କରାଯିବ । ତେଣୁ ଜିଲ୍ଲାର ସ୍ଵାସ୍ଥ୍ୟ ବିଭାଗ ତରଫରୁ ଏକ ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ କରାଯାଇଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏମାନଙ୍କୁ ସ୍ବତନ୍ତ୍ର ଟୀକାକରଣ ସେସନ୍‌ରେ ଟିକା ଦିଆଯିବ।

ଜିଲ୍ଲାର ୧୪ଟି ବ୍ଲକରେ ୫ବର୍ଷରୁ କମ୍ ଶିଶୁ ଏବଂ ଗର୍ଭବତୀଙ୍କ ସ୍ବାସ୍ଥ୍ୟକୁ ସମ୍ପୂର୍ଣ୍ଣ ରୂପେ ନଜରରେ ରଖି ଏହିପରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ୩ ମାସ ଧରି ୧୮ ଦିନ ଟୀକାକରଣ କରାଯିବ। ଯେଉଁଥିରେ ଲାଭବାନ ହେବେ ଶିଶୁ ଓ ଗର୍ଭବତୀ । ତେବେ ଏହି କ୍ରମରେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଇନ୍ଦ୍ରଧନୁସ 5.0 ନାମକ ଏକ ଅଭିଯାନ ଆରମ୍ଭ କରାଯାଇଛି ।

କଟକର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଟୀକାକରଣରୁ ବଞ୍ଚିତ ଥିବା ଲୋକଙ୍କୁ ଚିହ୍ନଟ କାରାଯାଇଛି । ସେମାନଙ୍କ ମଧ୍ୟରେ ଜନ୍ମରୁ ୧ ବର୍ଷ ପର୍ଯ୍ୟନ୍ତ ୨୬୮୭ ଜଣ , ୧ ବର୍ଷରୁ ୨ ବର୍ଷ ପର୍ଯ୍ୟନ୍ତ ୧୩୬୪ ଜଣ, ୨ରୁ ୫ବର୍ଷ ପର୍ଯ୍ୟନ୍ତ ୩୮୪ ଜଣ, ଗର୍ଭବତୀ ୭୬୩ ଜଣ ଏହି ଟୀକାକରଣରେ ଅନ୍ତର୍ଭୁକ୍ତ ହେବେ । ବିଶେଷ କରି ମିଳିମିଳା ଓ ରିବେଲା ପାଇଁ ୨୨୦୦ରୁ ଊର୍ଦ୍ଧ୍ବ ଟୀକାକରଣ କରାଯିବା ନେଇ ସ୍ପଷ୍ଟ କରିଛନ୍ତି ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ।

ଏହା ମଧ୍ୟ ପଢନ୍ତୁ...ରିସର୍ଚ୍ଚରେ ଖୁଲାସା, କୋରୋନା ଟିକା ଏବଂ ହୃଦଘାତ ମଧ୍ୟରେ ନାହିଁ ସମ୍ବନ୍ଧ

ନିୟମିତ ଟୀକା ସବୁ ନେଇଥିବା ପିଲାଙ୍କର ବାକି ଥିବା ଟୀକା ଦେବା ପାଇଁ ଏବଂ ମିଳିମିଳା ଓ ରୁବେଲା ଭଳି ରୋଗରୁ ନିର୍ମୂଳ କରିବା ପାଇଁ ମିଶନ ଇନ୍ଦ୍ରଧନୁଶ 5.0 ଏକ ପ୍ରୟାସ ଅଟେ । ଏହି ଅଭିଯାନରେ ଗର୍ଭବତୀ ଏବଂ ୫ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ନେଇଥିବା କିମ୍ବା ବାକିଥିବା ଟୀକା ଦେବା ପାଇଁ କଟକ ସହର ଏବଂ ଗ୍ରାମାଞ୍ଚଳରେ ଏକ ସ୍ବତନ୍ତ୍ର ଟୀକାକରଣ ଶିବିର ଏହି ମିଶନ ଜରିଆରେ ଆୟୋଜନ କରାଯିବ ।

ଏହା ସହିତ ଟିକା କରଣକୁ ଆସୁଥିବା ପିଲାମାନଙ୍କର ଡିଜିଟାଲ ଟୀକାକରଣ କାର୍ଡ ପ୍ରସ୍ତୁତ କରାଯିବ । ଏହି ମିଶନ ଜରିଆରେ ସାଧାରଣ ଲୋକମାନଙ୍କୁ ସଚେତନ କରିବା ପାଇଁ ହୋଡ଼ିଂ ବ୍ୟାନର, ପୋଷ୍ଟର, ଲିଫ୍‌ଲେଟ୍‌, ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯୋଗାଇ ଦିଆ ଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର ମକରନ୍ଦ ବେଉରା ସୂଚନା ଦେଇଛନ୍ତି ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.