ETV Bharat / state

Chatrabazar vegetable market: ବଦଳିବ ଛତ୍ରବଜାର ପରିବା ମଣ୍ଡିର ପରିଚୟ, କାଲିଠୁ ଖୋଲିବ ବଜାର

author img

By ETV Bharat Odisha Team

Published : Oct 30, 2023, 10:46 PM IST

ବଦଳିବ ଛତ୍ରବଜାର ପରିବା ମଣ୍ଡିର ଠିକଣା । ଏଣିକି ଛତ୍ରବଜାର ପରିବା ବଜାର ନୁହେଁ ଛତ୍ରବଜାର ଅର୍ବାନ ପରିବା ହାଟରେ ପରିଚୟ ରହିବ । ଆସନ୍ତାକାଲି ଠାରୁ ଖୋଲିବ ପରିବା ମଣ୍ଡି । ଅଧିକ ପଢ଼ନ୍ତୁ

ବଦଳିବ ଛତ୍ରବଜାର ପରିବା ମଣ୍ଡିର ପରିଚୟ
ବଦଳିବ ଛତ୍ରବଜାର ପରିବା ମଣ୍ଡିର ପରିଚୟ
ବଦଳିବ ଛତ୍ରବଜାର ପରିବା ମଣ୍ଡିର ପରିଚୟ

କଟକ: ବଦଳିବ ଛତ୍ରବଜାର ପରିବା ମଣ୍ଡିର ଠିକଣା । ଏଣିକି ଛତ୍ରବଜାର ପରିବା ବଜାର ନୁହେଁ ଛତ୍ରବଜାର ଅର୍ବାନ ପରିବା ହାଟରେ ପରିଚୟ ରହିବ । ତେବେ ଏହାର ଉଦ୍ଘାଟନ ଉତ୍ସବ ନେକ ଦିନ ହେବ ଶେଷ ହୋଇଥିବା ବେଳେ ପିଣ୍ଡି ଆବଣ୍ଟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆସିବା ପରେ ଏହି ପ୍ରକ୍ରିୟା ଶେଷ ହୋଇପାରି ନଥିଲା । ଏନେଇ ଏକ କମିଟି ଗଠନ ପରେ ଏହାର ସମାଧାନ ହୋଇଛି । ପିଣ୍ଡି ବଣ୍ଟନ ପ୍ରକ୍ରିୟା ଶେଷ ହୋଇଛି । ସେହିପରି ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଦୈନିକ ୨୦ ଟଙ୍କା ଦେୟ ଦେବାକୁ ପଡିବ ବୋଲି ନିଷ୍ପତ୍ତି ମଧ୍ୟ ହୋଇଛି ।

ସବୁଠାରୁ ବଡ଼ କଥା ହେଉଛି ଏହି ପ୍ରକ୍ରିୟା ବିଳମ୍ବକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା । ଏହାର ଅନିୟମିତତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ତଥାପି ଏହାକୁ ଚାପି ଦିଆଯାଇଛି ବୋଲି ବେଶ ଚର୍ଚ୍ଚା ମଧ୍ୟ ହେଉଛି । ସେହିପରି ଏହି ଅର୍ବାନ ହାଟର କାର୍ଯ୍ୟ ମଧ୍ୟ ଅଧାପନ୍ତରିଆ ଭାବରେ ରହିଛି । ବିଦ୍ୟୁତ୍‌ ସେବାର କାର୍ଯ୍ୟ ଅଧା ରହିଛି । କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ଵାଳ କହିଛନ୍ତି ଯେ, ଆସନ୍ତାକାଲି ( ମଙ୍ଗଳବାର ) ଏହି ଅର୍ବାନ ହାଟରେ ବ୍ୟବସାୟୀମାନେ ବ୍ୟବସାୟ ଆରମ୍ଭ କରିବେ । ଯେଉଁ ସବୁ କାର୍ଯ୍ୟ ଅଧା ରହିଛି ତାହା ୨ ରୁ ୩ ଦିନ ମଧ୍ୟରେ ଶେଷ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ........Vegetables Price Hike: କାର୍ତ୍ତିକ ଆରମ୍ଭରୁ ଆକାଶଛୁଆଁ ପରିବା ଦର, ଚିନ୍ତାରେ ଖାଉଟି

ତେବେ ମୁଖ୍ୟମନ୍ତ୍ରୀ ଛତ୍ରବଜାର ଅର୍ବାନ ପରିବା ହାଟର ଉଦଘାଟନ କରିଥିଲେ ମଧ୍ୟ ବିବାଦ ଯୋଗୁଁ ନବନିର୍ମିତ ପରିବା ହାଟ ଖୋଲି ପାରି ନଥିଲା । ପିଣ୍ଡି ଆବଣ୍ଟନକୁ ନେଇ ବିବାଦ ଦେଖା ଦେଇଥିଲା । ବିଧାୟକ ସୌଭିକ ଓ କମିଟି ଯେଉଁ ଟୋକନ୍ ବାଣ୍ଟିଥିଲେ ତାହା ଉପରେ ପୁନର୍ବାର କଟକ ଅର୍ବାନ ହାଟ ପାଇଁ କଟକ ମହାନଗର ନିଗମ ଓ ପରିଚାଳନା କମିଟିର ବ୍ୟବସାୟୀ ଚିହ୍ନଟ ଓ ତାଲିକା ପ୍ରସ୍ତୁତି ଆରମ୍ଭ କରାଯାଇଥିଲା । ସିଏମସିର ଡେପୁଟି କମିଶନର ଉପସ୍ଥିତ ରହି ପ୍ରତ୍ୟେକ ବ୍ୟବସାୟୀମାନଙ୍କୁ ଚିହ୍ନଟ କରିଥିଲେ । ପୂର୍ବରୁ ଆସିଥିବା ତାଲିକା ସହ ବର୍ତ୍ତମାନର ବ୍ୟବସାୟୀଙ୍କ ମଧ୍ୟରେ ଯାଞ୍ଚ କରାଯାଇଛି । ଯଦି କେହି ମିଛ ତାଲିକାରେ ନିଜ ନାମକୁ ଯୋଡ଼ିଥାଏ ତେବେ ତାହାକୁ ତାଲିକାରୁ ବାଦ୍ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିଭଳି ପୋଲିସ୍ ଅତିରିକ୍ତ ଡିସିପି, ଏସିପି, ଜିଲ୍ଲା ପ୍ରଶାସନର ଅଧିକାରୀ, ସ୍ଥାନୀୟ 5ଟି କର୍ପୋରେଟର, ଷ୍ଟାଡିଂ କମିଟିର ଅଧ୍ୟକ୍ଷ, ଛତ୍ରବଜାର ବ୍ୟବସାୟୀ ସଂଘ ଓ ମାଲଗୋଦାମ ବଣିକ ସଂଘକୁ ନେଇ ଗଠିତ ଏହି ଉଚ୍ଚ ସ୍ତରୀୟ କମିଟି ମାଧ୍ୟମରେ ବ୍ୟବସାୟୀଙ୍କୁ ଚିହ୍ନଟ ଓ ପିଣ୍ଡି ବଣ୍ଟନ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.