ETV Bharat / state

ନୂଆ କ୍ରୀଡାନୀତିରେ ପରିବର୍ତ୍ତନ, କ୍ରୀଡା ଛାତ୍ରାବାସରେ ରହିବେ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଖେଳାଳି - Changes in new sports policies

ସୋମବାର ମନ୍ତ୍ରୀ, ସଚିବ ଓ ନିର୍ଦ୍ଦେଶକ ସଂଘ ଗୁଡିକ ସହ ଭିଡିଓ କନଫରେନ୍ସିରେ ବୈଠକ କରି କିଛି ପରାମର୍ଶକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ଦେଇଛନ୍ତି ।

sports policies
କ୍ରୀଡା ଛାତ୍ରାବାସରେ ରହିବେ ୧୮ ବର୍ଷରୁ ଉର୍ଦ୍ଧ୍ବ ଖେଳାଳୀ
author img

By

Published : Aug 17, 2020, 5:58 PM IST

କଟକ: କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ଆଣିଛନ୍ତି ନୂଆ ଯୋଜନା । ଏଥିରେ ରାଜ୍ୟ ସରକାର କ୍ରୀଡା ଛାତ୍ରାବାସର ପୁର୍ନଗଠନ କରିବାକୁ ଯୋଜନା କରି କିଛି ସଂଶୋଧନ କରିବାକୁ ଅନୁରୋଧ କରି 16ଟି ଜିଲ୍ଲା କ୍ରୀଡା ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଆଉ ଆଜି (ସୋମବାର) ମନ୍ତ୍ରୀ, ସଚିବ ଓ ନିର୍ଦ୍ଦେଶକ ସଂଘ ଗୁଡିକ ସହ ଭିଡିଓ କନଫରେନ୍ସିରେ ବୈଠକ କରି କିଛି ପରାମର୍ଶକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ଦେଇଛନ୍ତି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା କ୍ରୀଡା ଛାତ୍ରାବାସର ପୁର୍ନଗଠନ ପାଇଁ ସରକାର ନୂଆ ଯୋଜନା କରିଛନ୍ତି । ତେବେ ସରକାରଙ୍କ ପ୍ରସ୍ତାବର ସକାରାତ୍ମକ ଦିଗକୁ ରାଜ୍ୟର କ୍ରୀଡା ସଂଘଗୁଡିକ ଗ୍ରହଣ କରିବା ସହିତ କେତୋଟି ପ୍ରସ୍ତାବରେ ସଂଶୋଧନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।

କ୍ରୀଡା ଛାତ୍ରାବାସରେ ରହିବେ ୧୮ ବର୍ଷରୁ ଉର୍ଦ୍ଧ୍ବ ଖେଳାଳୀ

ପରେ 18 ବର୍ଷରୁ ଉର୍ଦ୍ଧ୍ବ ଖେଳାଳୀ ହଷ୍ଟେଳରେ ରହି ପାରିବେ ନାହିଁ ନିଷ୍ପତି ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ଆଲୋଚନା ପରେ ମନ୍ତ୍ରୀ ଏଥିରେ ପରିବର୍ତ୍ତନ କରି 18 ବର୍ଷରୁ ଅଧିକ ବୟସର ଖେଳାଳୀଙ୍କୁ ହଷ୍ଟେଲରେ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହିତ କୌଣସି ହଷ୍ଟେଲକୁ ବନ୍ଦ ନକରିବାକୁ ରାଜି ହୋଇଛନ୍ତି ସରକାର ।

ଏହି ବୈଠକରେ ଓଡିଶା ଅଲମ୍ପିକ୍, ହକି, କବାଡି, କୁସ୍ତି, ରୋଇଂ, ଆଥଲେଟିକ୍ସ, ଜିମନାଷ୍ଟିକ, ଫାଓ ଓ ଅନ୍ୟ ସଂଘର କର୍ମକର୍ତ୍ତା ଯୋଗ ଦେଇଥିଲେ । ବୈଠକ ପରେ ସରକାର ରାଜ୍ୟରେ ଅଧିକରୁ ଅଧିକ କ୍ରୀଡା ଛାତ୍ରାବାସ ଖୋଲିବେ ବୋଲି ଆଶାପ୍ରକାଶ କରିଛନ୍ତି । କ୍ରୀଡା ଛାତ୍ରାବାସ କ୍ରୀଡାର ଏନ୍ତୁଡିଶାଳ ହୋଇଥିବାରୁ ଏହାର ବିକାଶ ପାଇଁ ଉଭୟ ସରକାର ଓ କ୍ରୀଡା ସଂଘର ସହମତି, ରାଜ୍ୟରେ ଖେଳକୁ ଆହୁରି ଆଗକୁ ନେବ ବୋଲି ଆଶା କରାଯାଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.