କଟକ: କୋଣାର୍କ ମନ୍ଦିର ସୁରକ୍ଷା ପାଇଁ ସୋମବାର ହାଇକୋର୍ଟରେ ରୁଜୁ ହୋଇଛି ଏକ ମାମଲା। କୋଣାର୍କ ମନ୍ଦିରର ପୁନଃନିର୍ମାଣ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଏଥିପାଇଁ 2 ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ଦାବି କରାଯାଇଛି।
ସେହିପରି ସୂର୍ଯ୍ୟମନ୍ଦିରର ସ୍ଥାନାନ୍ତର ପାଇଁ ମାମଲାରେ ପାର୍ଥନା କରାଯାଇଛି। ତେବେ କୋର୍ଟ ଏହି ମାମଲାକୁ ଗ୍ରହଣ କରିବା ସହ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଏଏସଆଇ ସୁପରିଟେଣ୍ଡେଣ୍ଟ ବ୍ୟକ୍ତିଗତ ହାଜର ହୋଇ ସମସ୍ତ ତଥ୍ୟ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ମଙ୍ଗଳବାର ହେବା ନେଇ ସୂଚନା ମିଳିଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ